Friday , October 18 2019
Breaking News
Home / ବିଶେଷ / ଭାରତରେ ଇ- ସିଗାରେଟ୍ ବ୍ୟାନ୍ , କିଣିଲେ ବା ବିକ୍ରି କଲେ ଜୋରିମାନା ସହ ଜେଲ ଦଣ୍ଡ

ଭାରତରେ ଇ- ସିଗାରେଟ୍ ବ୍ୟାନ୍ , କିଣିଲେ ବା ବିକ୍ରି କଲେ ଜୋରିମାନା ସହ ଜେଲ ଦଣ୍ଡ

ନୂଆଦିଲ୍ଲୀ / ଭୁବନେଶ୍ୱର ,୨୦/୦୯/୨୦୧୯(ଓଡ଼ିଶା ସମାଚାର)- ଦେଶରେ ଇ-ସିଗାରେଟକୁ ନିଷିଦ୍ଧ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି । କ୍ୟାବିନେଟ ବୈଠକ ପରେ ଏ ସଂପର୍କରେ ଘୋଷଣା କରି କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଘୋଷଣା କରି କହିଛନ୍ତି ଯେ ଦେଶର ଲୋକମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସରକାର ଏହି ନିଷ୍ପତି ନେଇଛନ୍ତି । ସରକାର ଖୁବଶୀଘ୍ର ଏକ ଅଧ୍ୟାଦେଶ ଜାରି କରି ଏହି ନିଷ୍ପତିକୁ କାର୍ଯ୍ୟକାରୀ କରିବେ । ଏହି ଆଇନ ଅନୁସାରେ ଦେଶରେ ଇ-ସିଗାରେଟର ଉତ୍ପାଦନ, ବିତରଣ, ବିକ୍ରି ଓ ସେବନ ନିଷିଦ୍ଧ ହୋଇଯିବ । ଏହାକୁ ଉଲ୍ଲଂଘନ କଲେ ପ୍ରଥମ ଥର ଏକ ବର୍ଷ ପାଇଁ ଜେଲ ବା ୧ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡିପାରେ । ସେହିପରି ପୁଣି ଥରେ ଏହି ନିୟମ ଉଲ୍ଲଂଘନ କଲେ ୩ ବର୍ଷ ଜେଲ୍ ବା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦଣ୍ଡ ମିଳିପାରେ । ସଂସଦର ଆଗାମୀ ଅଧିବେଶନରେ ଏ ନେଇ ଏକ ବିଲ ସଂସଦରେ ଆଗତ ହେବ ବୋଲି ସେ କହିଛନ୍ତି । ଇ-ସିଗାରେଟ ଧୀରେ ଧୀରେ ଯୁବସମାଜର ଏକ ନୂଆ ନିଶାରେ ପରିଣତ ହେଉଛି । ଏହି ନୂଆ ନିୟମ ଲାଗୁ ହେବା ପରେ ଏଣିକି ଇସିଗାରେଟ୍ ରଖିଲେ ୬ ମାସ ଜେଲ ଦଣ୍ଡ କିମ୍ବା ୫୦ ହଜାର ଟଙ୍କା ଜୋରିମାନା କିମ୍ବା ଉଭୟ ଭୋଗିବାକୁ ପଡିପାରେ । ଅଧ୍ୟାଦେଶ ଲାଗୁ ହେବା ତାରିଖ ଠାରୁ ଇ-ସିଗାରେଟ ମହଜୁଦକାରୀମାନେ ସେମାନଙ୍କ ମହଜୁଦ ଉପôାଦ ସମ୍ପର୍କରେ ଘୋଷଣା କରି ନିକଟସ୍ଥ ପୁଲିସ ଥାନାରେ ଜମା କରିବାକୁ ହେବ । ପୁଲିସ ସବଇନ୍ସପେକ୍ଟରଙ୍କୁ ଅଧ୍ୟାଦେଶ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କ୍ଷମତାପ୍ରାପ୍ତ ଅଧିକାରୀ ଭାବେ ନିର୍ଦ୍ଧାରିତ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ପ୍ରାଣଦେଇପୁର କ୍ଷୁଦ୍ର ଜଳ ପ୍ରକଳ୍ପ ଡ୍ୟାମ୍ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେଉ

ପୋଲସରା, ୧୮/୧୦/୨୦୧୯(ଓଡ଼ିଶା ସମାଚାର)- ଗଂଜାମ ଜିଲ୍ଲା ପୋଲସରା ବ୍ଳକ ହାତୀଓଟ ପଂଚାୟତର ପ୍ରାଣଦେଇପୁର ଠାରେ ବହୁବର୍ଷ ଧରି ଏହି ଅଂଚଳର …

Leave a Reply

Your email address will not be published. Required fields are marked *