Wednesday , December 11 2019
Breaking News
Home / ବିଶେଷ / ଭାତପଡ଼ାଠାରେ ଗ୍ରାମ ବିକାଶ ସପ୍ତାହ ପାଳିତ

ଭାତପଡ଼ାଠାରେ ଗ୍ରାମ ବିକାଶ ସପ୍ତାହ ପାଳିତ

ସାଲେପୁର, ୧୧/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)- ନାନ୍ଦୋଳ ଗ୍ରାମପଂଚାୟତ ଭାତପଡ଼ାଠାରେ ଓଡ଼ିଶା ବରିଷ୍ଠ ନାଗରିକ ସେବକ ସଂଘ ଆନୁକୂଲ୍ୟରେ ଗ୍ରାମ ବିକାଶ ସପ୍ତାହ ପାଳିତ ହୋଇଯାଇଛି । ବରିଷ୍ଠ ନାଗରିକ ସେବକ ସଂଘର ଅଧ୍ୟକ୍ଷ କୁଂଜମୋହନ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘର ସହସଂପାଦକ ଗଣେଶ୍ୱର ମହାନ୍ତି, ଉପଦେଷ୍ଟା ହେମନ୍ତ କୁମାର ଦାଶ, ରବିନାରାୟଣ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଗ୍ରାମ ବିକାଶ ପାଳନର ମହତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ପ୍ଲାଷ୍ଟିକ୍ ବ୍ୟବହାରମୁକ୍ତ କରିବାପାଇଁ ନିବେଦନ କରିଥିଲେ । ସେହିପରି ଗ୍ରାମର ବିଭିନ୍ନ ରାସ୍ତାକୁ ସଫେଇ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରେଣୁବାଳା ରାଉତ, ଜ୍ୟୋତି ଦାସ, ମନୋରମା ଭୋଇ, ସୁକାନ୍ତି ବାରିକ, ନିର୍ମଳା ଭୋଇ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଗ୍ରାମପଞ୍ଚାୟତର ସ୍ୱେଚ୍ଛାସେବୀ ଭାବରେ ଡମ୍ବରୁଧର ବାରିକଙ୍କ ସମେତ ବହୁ ସ୍ୱେଚ୍ଛାସେବୀ  ଏଥିରେ ଯୋଗଦେବା ସହ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପୈାରସଂସ୍ଥା ପକ୍ଷରୁ ଅଙ୍ଗିକାର କାର୍ଯ୍ୟକ୍ରମ ଅନୁଷ୍ଠିତ

କେନ୍ଦ୍ରାପଡା ୧୦/୧୨/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ଅଙ୍ଗିକାର କାର୍ଯ୍ୟକ୍ରମ ପୈାର ଟାଉନହଲ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । …

Leave a Reply

Your email address will not be published. Required fields are marked *