Saturday , January 25 2020
Breaking News
Home / ବିଶେଷ / ଭାଗବତ ମହାନ୍ତିଙ୍କ ବିୟୋଗରେ ଶୋକ

ଭାଗବତ ମହାନ୍ତିଙ୍କ ବିୟୋଗରେ ଶୋକ

ଗରଦପୁର, ୦୮/୧୨/୨୦୧୯(ଓଡ଼ିଶା ସମାଚାର)-ପୂର୍ବତନ ମନ୍ତ୍ରୀ.ବିଶିଷ୍ଟ ଆଇନଜ୍ଞ ଓ ଶିକ୍ଷାବିତ ଭାଗବତ ପ୍ରସାଦ ମହାନ୍ତି ଙ୍କ ବିୟୋଗରେ ପାଟକୁରା ଅଂଚଳର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ଜିଲାପରିଷଦ ସଦସ୍ୟ ସନ୍ତୋଷ କୁମାର ଜେନା ,ଅହଲ୍ୟା ଲେଙ୍କା,ଯୁବ ବିଜେଡ଼ି ରାଜ୍ୟ ସମ୍ପାଦକ ରାଜେଶ ଦାସ, ବରିଷ୍ଠ ବିଜେଡ଼ି ନେତା ରବି ସାମଲ ,ସମାଜସେବୀ ଉଦୟନାଥ ଚୌଧୁରୀ,ସ୍ତମ୍ଭକାର ହିରଣ୍ୟ ମହାନ୍ତି,ପ୍ରଧ୍ୟାପକ ନୀରୋଦ ଦାସ, ସାମ୍ବାଦିକ ନବଘନ ନାୟକ,ଦୀପ୍ତିରଂଜନ କାନୁନଗୋ,ଯଶୋବନ୍ତ ପାତ୍ର, ରବିନ୍ଦ୍ର ବାରିକ,ଧିରେନ ମିଶ୍ର, ସୁବାସ ସାମଲ,ସୁବାସ ଖୁଂଟିଆ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଜଣେ ସ୍ପଷ୍ଟବାଦୀ , ସଚୋଟ,ନିଷ୍ଠାପର ରାଜନିତିଜ୍ଞ ଥିଲେ ବୋଲି ମତ ପ୍ରକାଶ କରିଛନ୍ତି । କେନ୍ଦ୍ରାପଡ଼ା ଆଇନ ମହାବିଦ୍ୟାଳୟ ଓ ଅନେକ ଶିକ୍ଷାନୁଷ୍ଠାନ ସମେତ କେନ୍ଦ୍ରାପଡ଼ା ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ର ସେ ପ୍ରାଣ ପ୍ରତିଷ୍ଠାତା ଭାବରେ ଅଂଚଳର ବହୁ ଯୁବକ ଯୁବତୀ ମାନଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେଇଥିଲେ । ତାଙ୍କ ବିୟୋଗରେ ପୂର୍ବତନ ସରପଂଚ ଭାସ୍କର ପାଣି, ସମାଜସେବୀ ଶୈଳେନ୍ଦ୍ର କୁମାର ମହାନ୍ତି,ଶିକ୍ଷାବିତ ରଂଜନ ଦାସ, ପ୍ରକୃତି ବନ୍ଧୁ ଦ୍ୱାରିକାନାଥ ସେନାପତି ,ପ୍ରଧାନ ଶିକ୍ଷକ ନୃସିଂହ ଚରଣ ମଲିକ ,ମଳୟ କୁମାର ପାଣି,ସରପଂଚ ସ୍ୱର୍ଣ୍ଣଲତା ରାଉତ,ପୂର୍ବତନ ସରପଂଚ ରେଣୁପ୍ରଭା ବେହେରା,କଳ୍ପନା ସାମନ୍ତରାୟ,ସରପଂଚ ସୂର୍ଯ୍ୟମଣି ସେଠୀ, ଗୌରାଙ୍ଗ ପରିଡ଼ା, ଅନୁଜ କୁମାର ମହାନ୍ତି, ପ୍ରକାଶ ଚନ୍ଦ୍ର ସାହୁ, ଅରୁଣ କୁମାର ନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଚିଟଫଣ୍ଡ ଶୋଷଣ ପ୍ରତିରୋଧ ବିରୁଦ୍ଧରେ ମହିଳା ସଙ୍ଘର୍ଷ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

 କେନ୍ଦ୍ରାପଡା, ୨୫/୦୧/୨୦୨୦(ଓଡ଼ିଶା ସମାଚାର)- – ଜିଲ୍ଲାର ମାର୍ଶାଘାଇ,ମହାକାଳପଡା ଓ ତନ୍ତିଆପାଳ ଅଂଚଳରେ ଚିଟଫଣ୍ଡ ସଂସ୍ଥା ଦ୍ୱାରା ଶୋଷିତ ହୋଇଥିବା ସ୍ୱୟଂ …

Leave a Reply

Your email address will not be published. Required fields are marked *