Sunday , December 8 2019
Breaking News
Home / ତାଜା ଖବର / ଭଷାଣ ଉତ୍ସବରେ ଗଣ୍ଡଗୋଳ, ୩ ଆହତ

ଭଷାଣ ଉତ୍ସବରେ ଗଣ୍ଡଗୋଳ, ୩ ଆହତ

ଗରଦପୁର, ୧୦/୧୦/୨୦୧୯ (ଓଡ଼ିଶା ସମାଚାର)- ଗତକାଲି ପାଟକୁରା ଥାନା ଅନ୍ତର୍ଗତ ପଳସୁଧା ଠାରେ ଅନୁଷ୍ଠିତ ଦୂର୍ଗାପୂଜା ଭଷାଣ ଉତ୍ସବରେ ଗଣ୍ଡଗୋଳ ଘଟି ୩ ଜଣ ଆହତ ହୋଇଛନ୍ତି । ଏ ସମ୍ପର୍କରେ ପାଟକୁରା ଥାନାରେ ଏକ ମାମଲା ରୁଜୁ ହୋଇଛି ।  ପୁଲିସ ସୂତ୍ରରୁ ପ୍ରକାଶ ଯେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପଳସୁଧା ପଂଚାୟତର ଓରଢ଼ି ଠାରେ ଓ ଘାଟକୂଳ ଠାରେ ଦୁଇଟି ଦୂର୍ଗା ପୂଜା ଅନୁଷ୍ଠିତ ହୋଇଥିଲା ।  ପୂଜା ଉତ୍ସବ ପରେ ଗତକାଲି ଭଷାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।  ଗତ ୨ ବର୍ଷ ଧରି ଏହି ଦୁଇ ମେଢ଼ର ଆୟୋଜକ ମାନଙ୍କ  ମଧ୍ୟରେ ମନୋମାଳିନ୍ୟ, ଗଣ୍ଡଗୋଳ ଘଟି ଆସୁଥିଲା ।  ସେଥିପାଇଁ ଓରଢ଼ି ର ମେଢ଼କୁ ଆୟୋଜକ ମାନେ ଘାଟକୁଳ ପଡ଼ା ବାଟ ଦେଇ ନେଇନଥିଲେ ।  ଅପରନ୍ତୁ ଖରିସାଣ, ଭଦିଳ ବାଟ ଦେଇ ବିଷର୍ଜନ ସ୍ଥଳ ମକର ପଡ଼ିଆ କୁ ନେଇଥିଲେ ।  କିନ୍ତୁ  ସେଠାରେ ମଧ୍ୟ ଉପସ୍ଥିତ ଥିବା ଘାଟକୁଳ ମେଢ଼ର  କିଛି ଆୟୋଜକ ମାନେ ଯୋର ଜବରଦସ୍ତ ମେଢ଼କୁ ମେଢ଼ ଯୋଡ଼ି ଗଣ୍ଡଗୋଳ ସୃଷ୍ଟି କରିଥିଲେ ।  ଏପରିକି ବଚଷା ପାଟିତୁଣ୍ଡରୁ  ମାଡ଼ପିଟ ହୋଇଥିଲା ।  ଏହି ମାଡ଼ପିଟ ରେ ଓରଢ଼ି ମେଢ଼ର ଆୟୋଜକ ସଂଜୟ ମହାନ୍ତି (୩୫)ଙ୍କ ମୁଣ୍ଡ ଫାଟିଛି ।  ବିକ୍ରମ ଦାସ (୩୦) ଙ୍କ  ବାମ ହାତ ଭାଙ୍ଗିଛି ଏବଂ  ବିଜୟ ଦାସ ( ୩୦) ଙ୍କର ବିଶି ଆଙ୍ଗୁଳି ରେ ଆଘାତ ଲାଗିଛି । ଗଣ୍ଡଗୋଳ ପରେ ଏମାନେ ପାଟକୁରା ଥାନାକୁ ଆସିଥିଲେ ।  ବିଜୟ ଦାସ ଏହି ଗଣ୍ଡଗୋଳ ସମ୍ପର୍କରେ ଥାନାରେ ଏକ ଲିଖବତ ଅଭିଯୋଗ କରିଥିଲେ । ପରେ ଏମାନେ ପାଟକୁରା ମେଡ଼ିକାଲ ରେ ଚିକିତ୍ସିତ ହୋଇଥିଲେ ।  ଏ ସମ୍ପର୍କରେ ପାଟକୁରା ଥାନାରେ ଏକ ମାମଲା ରୁଜୁ କରି ପୋଲିସ ଘଟଣା ର ତଦନ୍ତ କରୁଛି ।  ଓଡ଼ିଶା ସମାଚାର

About admin

Check Also

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ ଜଣେ ଗିରଫ

ଜଗତସିଂହପୁର,୦୭/୧୨/୨୦୧୯(ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)-ଜଗତସିଂହପୁର ପୌରାଂଚଳରେ ଦିନକୁ ଦିନ ଚୋରା ନିଶାବେପାର ବଢି ଚାଲିଥିବା ବେଳେ ଆଜି ମାର୍କଣ୍ଡପୁର …

Leave a Reply

Your email address will not be published. Required fields are marked *