Tuesday , February 25 2020
Breaking News
Home / କୃଷି / ବ୍ୟାପକ ବର୍ଷାରେ ଫସଲହାନୀର  କ୍ଷତି ପୁରଣ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ବ୍ୟାପକ ବର୍ଷାରେ ଫସଲହାନୀର  କ୍ଷତି ପୁରଣ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

 

କେନ୍ଦ୍ରାପଡ଼.୧୧/୦୨/୨୦୨୦ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତର ଦେପୁର ଓ ନାଗପୁରା ଗ୍ରାମର ଚାଷୀମାନେ ମଙ୍ଗଳବାର ଅପରାହ୍ନରେ  ଜିଲ୍ଲାପାଳଙ୍କୁ   ଭେଟି   ଅଭିଯୋଗ  କରିଛନ୍ତି   ଯେ  ଗତ  ୨୦୧୮  ମସିହା  ସେପ୍ଟେମ୍ବରମାସ ୫ତାରିଖରେ ପ୍ରବଳ ବର୍ଷା ଫଳରେ ଧାନକ୍ଷେତ ପାଣିରେ ବୁଡି ରହିବାରୁ ଫସଲହାନୀ ହୋଇଥିଲା ।  ଚାଷୀମାନେ  କ୍ଷତି ପୁରଣ ଦାବୀରେ ରାସ୍ତାରୋକ କରିବାରୁ  ସେହି ସମୟରେ  ପ୍ରଶାସନିକ ଅଧିକାରୀ  କ୍ଷେତ୍ର ପରିଦର୍ଶନକରି ଫସଲ କ୍ଷୟକ୍ଷତିର ଆକଳନ ପୂର୍ବକ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଥିଲେ । କିନ୍ତୁ ଅଦ୍ୟାବଧି ଚାଷୀମାନଙ୍କୁ କୈାଣସି କ୍ଷତି ପୁରଣ ମିଳିଲା ନଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ କ୍ଷତି ପୁରଣ ପ୍ରଦାନ କରାଯିବାକୁ ହୃଷିକେଶ ନାୟକ, ଫକିର ଚରଣ ନାୟକ, ପୂର୍ଣ୍ଣଚନ୍ଦ୍ର ପତି, ଜଗଦିଶ ପତି, ରମାକାନ୍ତ ନାୟକ ପ୍ରମୁଖ ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟି ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଶୀତଳ ଭଣ୍ଡାର ନିର୍ମାଣ ନିମନ୍ତେ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର

ଜଳେଶ୍ୱର,୧୭/୦୨/୨୦୨୦(ଓଡ଼ିଶା ସମାଚାର)-ଉତର ବାଲେଶ୍ୱରର ୪ ଟି ବ୍ଲକ ଜଳେଶ୍ୱର,ବସ୍ତା,ବାଲିଆପାଳ ଓ ଭୋଗରାଇ ଅଂଚଳରେ କୃଷି ଉତ୍ପାଦିତ ସାମଗ୍ରୀକୁଉପଯୁକ୍ତ ଭାବେ ସଂରକ୍ଷଣ …

Leave a Reply

Your email address will not be published. Required fields are marked *