Saturday , January 25 2020
Breaking News
Home / କୃଷି / ବ୍ଲକ୍ ସ୍ତରୀୟ ଆତ୍ମା ର ବରାଦି ବୈଠକ 

ବ୍ଲକ୍ ସ୍ତରୀୟ ଆତ୍ମା ର ବରାଦି ବୈଠକ 

ରଘୁନାଥପୁର, ୩୦/୧୦/୨୦୧୯(ଓଡ଼ିଶା ସମାଚାର)- କୃଷକଙ୍କ ନିକଟରେ ସରକାରଙ୍କ ବିଭିନ୍ନ କୃଷି ଭିତିକ ଯୋଜନାକୁ ପହଂଚାଇବା ପାଇଁ ଆତ୍ମା ନାମକ ସଂସ୍ଥା ଗଠନ ହୋଇଥିବାବେଳେ  ରଘୁନାଥପୁର ବ୍ଲକ୍ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ।  ଫଳ ସ୍ୱରୂପ ବ୍ଲକ୍ ସ୍ତରୀୟ ଆତ୍ମାର ନିର୍ବାଚନ ର ୭ ମାସ ପରେ ଆଜି ଏହାର ବରାଦି ବୈଠକ ଅନୁଷ୍ଠିତ ହୋଇଥିଲା ।  ଅତିରିକ୍ତ ସଚିବ ପ୍ରାଚୀ ମହାପାତ୍ରଙ୍କ ଜିଲା ଗସ୍ତ କାର୍ଯ୍ୟକ୍ରମ ଥିବାରୁ ଆଜି ଅତ୍ୟନ୍ତ ତରବରଭାବେ ବୈଠକ ଡ଼କାଯାଇଥିବା ଆଲୋଚନାରେ ଚର୍ଚ୍ଚା ଧରିଥିଲା ।  ଆତ୍ମାର ଅଧ୍ୟକ୍ଷ ପରମାନନ୍ଦ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ  ଏଏଓ ରାଜଲକ୍ଷ୍ମୀ ସାହୁ ଏଏଓ- ୨ ମନସ୍ୱିନୀ ଲେଙ୍କା, ଏଭିଏସ ସୌମ୍ୟରଂଜନ ମହାନ୍ତି, ଓଏଲଏମ କଳ୍ପନା ଦଳେଇ, ହଟିକଲଚର ସୁଭଶ୍ରୀ ମହାପାତ୍ର ଉପସ୍ଥିତ ଥିଲେ ।  ଚାଷୀମାନେ କିପରି ସରକାରଙ୍କର ବିଭିନ୍ନ ଯୋଜନାର କିପରି ଲାଭ ପାଇ ପାରିବେ । ସଥିପ୍ରତି ସମସ୍ତେ ଗୁରୁତ୍ୱ ଆରୋପ କରିଥିଲେ ।  ତେବେ ଏହାକୁ ଲୋକାଭିମୁଖୀ କରିବା ପାଇଁ ଉପସ୍ଥିତ ଥିବା ବ୍ୟକ୍ତି ବିଶେଷ ଦାବି କରିଥିଲେ ।  ବ୍ଲକ୍ କୃଷି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଗୁଆଳିପୁର ସରପଂଚ ଜାନକୀ ବଲଭ ସ୍ୱାଇଁ,  ଅନୀଲ ମହାନ୍ତି , ସରୋଜ କୁମାର ଦାଶ,କ୍ଷୀରୋଦ ଚନ୍ଦ୍ର ଦାଶ, ଅକ୍ଷୟ ସ୍ୱାଇଁ,  ବବିତା ବିଶ୍ୱାଳ, ନିର୍ଲିପ୍ତା ପଣ୍ଡା, ଚନ୍ଦନା ରଥ,  ମନୋଜ ସେଠୀ,  ଛବିଲତା ମଲିକ, ମାନସ ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।  ଭିଏଲଡ଼ବ୍ଲ୍ୟୁ ଅମିୟ ପରିଜା ଧନ୍ୟବାଦ ଦେବା ପରେ ବୈଠକ ଶେଷ ହୋଇଥିଲା  ଓଡ଼ିଶା ସମାଚାର

About admin

Check Also

ଉପର ଇନ୍ଦ୍ରାବତୀ ଦକ୍ଷିଣ କେନାଲ ମୁଖୀଗୁଡା ଠାରେ ପାଣି ପଞ୍ଚାୟତ ପକ୍ଷ ପାଳନ

କଳାହାଣ୍ଡି,୧୯/୦୧/୨୦୨୦(ଓଡ଼ିଶା ସମାଚାର/ସଂଜୟ କୁମାର ସିଂ)-ଓଡ଼ିଶା ସରକାର ଜଳ ସମ୍ପଦ ବିଭାଗ ଆନୁକୂଲ୍ୟରେ କଳାହାଣ୍ଡି ବହୁମୁଖୀ ଇନ୍ଦ୍ରାବତୀ ଦକ୍ଷିଣ କେନାଲ ବିଭାଜନ …

Leave a Reply

Your email address will not be published. Required fields are marked *