Monday , December 16 2019
Breaking News
Home / ତାଜା ଖବର / ବ୍ରାଉନସୁଗାର ଚୋରାକାରବାର କରୁଥିବା କନେଷ୍ଟବଳ ଗିରଫ

ବ୍ରାଉନସୁଗାର ଚୋରାକାରବାର କରୁଥିବା କନେଷ୍ଟବଳ ଗିରଫ

ଭୁବନେଶ୍ୱର ,୧୪/୧୧/୨୦୧୯(ଓଡ଼ିଶା ସମାଚାର)-ଅଭ୍ୟାସଗତ ଅପରାଧି ପୁଲିସ୍ କର୍ମଚାରୀ ବ୍ରାଉନସୁଗାର ଚୋରାକାରବାର ବେଳେ ଗିରଫ କରିଛି କମିାନରେଟ ପୁଲିସ୍ । ନୟାପଲୀ ଥାନା ପୋଲିସ୍ ଜଣେ ପୁଲିସ୍ କର୍ମଚାରୀକୁ ବ୍ରାଉନସୁଗାର ଚୋରାକାରବାର ବେଳେ ଗିରଫ କରିଥିବାବେଳେ ସମ୍ପୃକ୍ତ ପୁଲିସ୍ କର୍ମଚାରୀ ଜଣେ ଅଭ୍ୟାସଗତ ଅପରାଧି ବୋଲି କମିଶନର କହିଛନ୍ତି । ସେ ହେଉଛନ୍ତି ଜଣେ କନେଷ୍ଟବଳ , ତାଙ୍କ ନାଁ ଜାନକୀ ବଲଭ ଭାରିମଳ । ତାଙ୍କ ନିକଟରୁ ୩୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ । ପୂର୍ବରୁ ସେ ୨୦୦୫ ମସିହାରୁ ୩ ଥର ବିଭିନ୍ନ ଅପରାଧ ଘଟାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ଏଭଳି ଜଣେ ଅପରାଧି ପୋଲିସ୍ ବିଭାଗରେ ଚାକିରି କରିଥିବା ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାସ – ହତ୍ୟାକାରୀ ଭାଉଜ ଗିରଫ

ଟାଙ୍ଗୀ,୧୫/୧୨/୨୦୧୯(ଓଡ଼ିଶା ସମାଚାର)- ବାଲୁଗାଁ ଥାନା ଗଙ୍ଗାନଗର ଅଂଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । …

Leave a Reply

Your email address will not be published. Required fields are marked *