Saturday , February 29 2020
Breaking News
Home / ବିଶେଷ / ବ୍ରାଉନସୁଗର ଜବତ: ୩ ଗିରଫ

ବ୍ରାଉନସୁଗର ଜବତ: ୩ ଗିରଫ

ଜଟଣୀ, ୧୫/୦୨/୨୦୨୦ (ଓଡ଼ିଶା ସମାଚାର)-ଜଟଣୀ ସହରବ୍ରାଉନ ସୁଗର ବ୍ୟବସାୟର କେନ୍ଦ୍ର ସ୍ଥଳପାଲଟିଛି । ଜଟଣୀ ପୁଲିସ ଏବଂ କ୍ୱିକ୍‌ଆକ୍ସନ ଟିମ୍ ଯେତିକି ବ୍ରାଉନ ସୁଗରବେପାରୀଙ୍କୁ ଧରୁଛନ୍ତି,ସେତିକି ନୁଆବେପାରୀ ସୃଷ୍ଟି ହେବାରେ ଲାଗିଛନ୍ତି ।ବେପାର ଥମିବା ନାଁ ଧରୁ ନାହିଁ । ଗତକାଲି ଅପରାହ୍ନରେ ଖୁଦୁପୁର-ଆଇଆଇଟିମୁଖ୍ୟ ରାସ୍ତାରେ ଖୁଦୁପୁର ଠାରେ ଜଟଣୀପୁଲିସ ୨୭ ଗ୍ରାମ ବ୍ରାଉନ ସୁଗର ଜବତକରିଥିବା ବେଳେ ଏହି ଘଟଣାରେ ସଂପୃକ୍ତ୩ ଜଣ ଯୁବକଙ୍କୁ ପୁଲିସ ଗିରଫ କରିଥିବାଜଣାପଡ଼ିଛି । କୌଣସୀ ସୂତ୍ରରୁ ଖବର ପାଇଡ଼୍ରଗ୍ସ୍ ଟାସ୍କ ଫୋର୍ସ ଏବଂ ଜଟଣୀ ପୁଲିସସେଠାରେ ମିଳିତ ଚଢ଼ାଉ କରିଥିଲା ।ସଂପୃକ୍ତ ଯୁବକ ଖସି ପଳାଇବାକୁ ଉଦ୍ୟମକରୁଥିବା ବେଳେ ପୁଲିସ ସେମାନଙ୍କୁ କାବୁକରି ନେଇଥିଲା । ଜଟଣୀ ଥାନାରେସେମାନଙ୍କୁ ପଚରା ଉଚରାକରାଯାଇଥିଲା । ଯାଂଚ ପରେ ସେମାନଙ୍କ ପାଖରୁ ୨୭ ଗ୍ରାମ ବ୍ରାଉନ ସୁଗର,୩ଟି ମୋବାଇଲ ଫୋନ, ଗୋଟିଏ ବାଇକ ଏବଂ ନଗଦ ୧୩୦୦ ଟଙ୍କା ଜବତ କରାଯାଇଥିଲା । ଗିରଫ ହୋଇଥିବା ଯୁବକ ମାନେ ହେଲେ ଖୁଦୁପୁର ଗ୍ରାମର ପ୍ରଦୀପ କୁମାର ପାଟ୍ଟସାହାଣୀ ଓ ଲୋକନାଥ ପ୍ରଧାନ ଏବଂ ଖୋର୍ଦ୍ଧା ଗୁରୁଜଙ୍ଗ ଗ୍ରାମର କୃଷ୍ଣ ଚନ୍ଦ୍ର ସାମନ୍ତରାୟ ।ଏହି ଘଟଣାରେ ଜଟଣୀ ଥାନାରେ ଏକମାମଲା ରୁଜୁ କରାଯାଇଛି । ତିନିଅଭିଯୁକ୍ତଙ୍କୁ କୋର୍ଟ ଚାଲଣ କରାଯାଇଥିବା ପୁଲିସ ସୂଚନା ଦେଇଛି । ଜଟଣୀରେ ବ୍ରାଉନ ସୁଗର ବେପାରୀଙ୍କ ଏବଂ ନିଶା ଖାଉଥିବା ଯୁବକଙ୍କ ଉପରେ ନଜର ରଖିଥିବା ବେଳେ ବେପାର କମିବାନାଁ ଧରୁ ନାହିଁ । ମୁଖ୍ୟତଃ ଜେଭିୟର ବିଶ୍ୱବିଦ୍ୟାଳୟ, ସେଂଚୁରିଅନବିଶ୍ୱବିଦ୍ୟାଳୟ,ଏଚପିସିଏଲ୍ ଡ଼ିପୋ ସମ୍ମୁଖ ଅସ୍ଥାୟୀ ବଜାର ଏବଂ ଜଟଣୀ ସହରରଗଳିକନ୍ଦି ଏବଂ ଆଖ ପାଖ ଗ୍ରାମରେ ବ୍ରାଉନସୁଗର ବେପାର ବେଶ ଜମିଥିବା ବେଳେ ବହୁଯୁବକ ବ୍ରାଉନ ସୁଗର ଖାଇ ପାଗଳ ହୋଇଯାଇଥିବା ବେଳେ ବ୍ରାଉନ ସୁଗର ଖାଇବାପାଇଁ ବହୁ ଯୁବକ ଘରୁ ଓ ବାହାରୁ ଜିନିଷପତ୍ରଚୋରୀ କରୁଥିବା ଅଭିଯୋଗ ହୋଇଛି । ଓଡ଼ିଶା ସମାଚାର

About admin

Check Also

ଓଡ଼ିଆରେ ସରକାରୀ  ‌ କାର୍ଯ୍ୟ – ମାର୍ଚ୍ଚ ୨୩ରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ

ଭୁବନେଶ୍ୱର ,୨୯/୦୨/୨୦୨୦ (ଓଡ଼ିଶା ସମାଚାର)-ଶୁଦ୍ଧ ଓଡ଼ିଆରେ ହେବ ସରକାରୀ  ‌ କାର୍ଯ୍ୟ । ସଂକ୍ଷେପରେ ଶବ୍ଦ ଲେଖାଯିବ। ଶୁଦ୍ଧ ବ୍ୟାକରଣ …

Leave a Reply

Your email address will not be published. Required fields are marked *