Thursday , November 14 2019
Breaking News
Home / କ୍ରୀଡ଼ା / ବ୍ରହ୍ମପୁରର ୨ ସ୍କେଟରଙ୍କୁ ପଦକ

ବ୍ରହ୍ମପୁରର ୨ ସ୍କେଟରଙ୍କୁ ପଦକ

ବ୍ରହ୍ମପୁର,୧୪/୧୦/୨୦୧୯ (ଓଡ଼ିଶା ସମାଚାର)-ଛତିଶଗଡ଼ ରାୟପୁର ଠାରେ ଚାଲିଥିବା ସିବିଏସଇ ରୋଲର ସ୍କେଟିଂ ପ୍ରତିଯୋଗିତାର ପ୍ରଥମ ଦିନରେ ବ୍ରହ୍ମପୁର ସ୍କେଟର ସଫଳତା ହାସଲ କରିଛନ୍ତି । ୩୦୦ ମିଟର ଟାଇମ୍ ଟ୍ରାଏଲରେ ବାଳିକା ବିଭାଗରେ ଡିଏଭି ପବ୍ଲିକ୍ ସ୍କୁଲର ଛାତ୍ରୀ ଅନ୍ୱେଷା ବିଷୋୟୀ ମାତ୍ର ୪୬ ସେକେଣ୍ଡରେ ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିଭଳି ୩୦୦ ମିଟର ରେସରେ ଡିଏଭି ପବ୍ଲିକ୍ ସ୍କୁଲର ଛାତ୍ର ଆଶୁତୋଷ ପାଢ଼ୀ ୪୧ ସେକେଣ୍ଡରେ କଭର କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ସିବିଏସଇର ଫାର ଇଷ୍ଟ ଜୋନର ଓଡ଼ିଶା, ଆସାମ, ଅରୁଣାଂଚଳ ପ୍ରଦେଶ, ମିଜୋରାମ, ସିକ୍କିମ୍ ଓ ପଶ୍ଚିମବଙ୍ଗ ରାଜ୍ୟର ବିଭିନ୍ନ ବିଦ୍ୟାଳୟର ସ୍କେଟରମାନେ ଅଂଶଗ୍ରହଣ କରିଥିବାବେଳେ ସମସ୍ତଙ୍କୁ ପଛରେ ପକାଇ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି । ଆଗାମୀ ନଭେମ୍ବର ମାସରେ କର୍ଣ୍ଣାଟକର ବେଲଗାଁରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ଅନ୍ୱେଷା ମନୋନୀତ ହୋଇଛନ୍ତି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ହାଇସ୍କୁଲ ପଡିଆର ଉନ୍ନତି କରଣ ନିମନ୍ତେ ୧କୋଟି ୫୦ଲକ୍ଷ ମଞ୍ଜୁର ହୋଇଥିବାରୁ ନଜୱାନ ୟୁନିଅନ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ୱାଗତ

କେନ୍ଦ୍ରାପଡା ୦୩/୧୧/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର କ୍ରୀଡାପ୍ରେମୀମାନଙ୍କ ବହୁ ବର୍ଷର ଦାବି ପୁରଣ ହୋଇଛି । ସରକାରୀ ହାଇସ୍କୁଲ ଖେଳ …

Leave a Reply

Your email address will not be published. Required fields are marked *