Tuesday , February 25 2020
Breaking News
Home / ନିର୍ବାଚନ / ବୌଦ୍ଧ ବିଧାନସଭା ନିର୍ବାଚନ ମାମଲାରେ ପ୍ରତିଜବାବ ଦାଖଲ

ବୌଦ୍ଧ ବିଧାନସଭା ନିର୍ବାଚନ ମାମଲାରେ ପ୍ରତିଜବାବ ଦାଖଲ

କଟକ, ୦୯/୦୨/୨୦୨୦ (ଓଡ଼ିଶା ସମାଚାର)- ବୌଦ୍ଧ ବିଧାନସଭା ନିର୍ବାଚନରେ ହୋଇଥିବା ଅନିୟମିତତା ସମ୍ପର୍କିତ ଅଭିଯୋଗ ମାମଲାର ପ୍ରତିଜବାବ ଦାଖଲ ହୋଇଛି । ଏହି  ମାମଲାରେ ବିଧାୟକ ପ୍ରଦୀପ କୁମାର ଅମାତଙ୍କ ପକ୍ଷରୁ ଏହାକୁ ଖାରଜ ପାଇଁ ଦାଖଲ ହୋଇଥିବା ପିଟିସନ୍‌ଉପରେ ଆବେଦନକାରୀ ସୁଶାନ୍ତ ପ୍ରଧାନଙ୍କ ପକ୍ଷରୁ ପ୍ରତିଜବାବ ଦାଖଲ କରାଯାଇଥିଲା ।ହାଇକୋର୍ଟ ବିଚାରପତି  କେଆର. ମହାପାତ୍ର ଏହି ମାମଲାର ଶୁଣାଣି ପାଇଁ ଆସନ୍ତା ମାର୍ଚ୍ଚ ୬ତାରିଖକୁ ସମୟ ଧାର୍ଯ୍ୟ କରିଛନ୍ତି । ବୌଦ୍ଧ ନିର୍ବାଚନ ମଣ୍ଡଳୀର ପରାଜିତ ବିଜେପି ପାର୍ଥୀ ସୁଶାନ୍ତ ପ୍ରଧାନ ବିଜେଡିର ପ୍ରଦୀପ୍ ଅମାତଙ୍କ ବିରୁଦ୍ଧରେ  ଏହି  ନିର୍ବାଚନୀ ମାମଲା ରୁଜୁକରିଛନ୍ତି । ସେ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଭୋଟ ଗଣତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି । ଭୋଟ ଗଣତିରେ ୫ହଜାର ଭୋଟ ଗଣତି କରାଯାଇନାହିଁବୋଲି ସେ ଅଭିଯୋଗ କରି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ଦର୍ଶାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ପୁରାତନ ବିଦ୍ୟାର୍ଥୀ ପରିଷଦ ଗଠନ , ହୀରକ ଜୟନ୍ତୀ ପାଳନ, ମୋ ସ୍କୁଲ କମିଟି ଗଠନ କରାଯାଇ ବିଦ୍ୟାଳୟର ବିକାଶ ଓ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅଂଟା ଭିଡ଼ିଲେ ପ୍ରାକ୍ତନ ବିଦ୍ୟାର୍ଥୀ

ତାରପୁର, ୨୪/୦୨/୨୦୨୦ (ଓଡ଼ିଶା ସମାଚାର)-ତିର୍ତୋଲ ବ୍ଲକ୍ ଅନ୍ତର୍ଗତ କୃଷ୍ଣାନନ୍ଦପୁର ଠାରେ ଥିବା ହାଜି ସେଖ ସମିରୁଦ୍ଦିନ୍ ହାଇସ୍କୁଲ ର ୧୯୮୧ …

Leave a Reply

Your email address will not be published. Required fields are marked *