Wednesday , December 11 2019
Breaking News
Home / ତାଜା ଖବର /  ବେପରୁଆ ଗାଡ଼ି ଚାଳନା ଯୋଗୁ ଓଲଟିଲା ହାଇୱା

 ବେପରୁଆ ଗାଡ଼ି ଚାଳନା ଯୋଗୁ ଓଲଟିଲା ହାଇୱା

ସାଲେପୁର ୦୧/୦୯/୨୦୧୯ (ଓଡିଶା ସମାଚାର/ଅଭୟ ଜେନା): ସାଲେପୁର ଥାନା ଅଂଚଳ ଏବେ ଦୁର୍ଘଟଣା ପ୍ରବଣ ଅଂଚଳ ହୋଇପଡ଼ିଛି । ଅନଭିଜ୍ଞ ଡ଼୍ରାଇଭରଙ୍କ ଦ୍ୱାରା ବେପରୁଆ ଗାଡ଼ି ଚାଳନା ଯୋଗୁ ପ୍ରତ୍ୟହ ଛୋଟବଡ଼ ଦୁର୍ଘଟଣାମାନ ଘଟିଚାଲିଛି । ଆଜି ସାଲେପୁର କୁଆଁପାଳ ରାସ୍ତାର କୁସମ୍ବୀ ବଜାର ନିକଟରେ କ୍ରସର ଡଷ୍ଟ୍ ବୋଝେଇ ହାଇୱା ଭାରସାମ୍ୟ ହରାଇ  ଓଲଟି ପଡ଼ିଛି । ଓଆର ୨୧ସି ୫୫୧୯ ନଂ ଥିବା ହାଇୱା ଡଷ୍ଟ୍ ଆଣି ସାଲେପୁର ଆଡ଼କୁ ଦ୍ରୃତ ଗତିରେ ଆସୁଥିବା ବେଳେ କୁସମ୍ବୀ ବଜାର ନିକଟରେ ଓଲଟି ପଡ଼ିଥିଲା । ତେବେ ଡ଼୍ରାଇଭର ଓ ହେଲପର ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ପୋଲିସ୍ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛି । ପ୍ରକାଶଥାଉକି ଲଘୁ ଖଣିଜ ଦ୍ରବ୍ୟ ଚାଲଣ ଉପରେ ପ୍ରଶାସନିକ ରୋକ୍ ଲଗିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନାହିଁ । ଫଳରେ ଚୋରାରେ ଗୋଡି ପଥର ଓ ଡଷ୍ଟ୍  ବେପାର ଚାଲିଛି । ବର୍ତମାନ ସାଲେପୁର ଅଂଚଳରେ ହାଇୱା ଗାଁ ଗହଳିରେ ପଶି ବାଲିଗୋଡ଼ି ଚାଲଣ କରୁଥିବାରୁ ଗ୍ରାମ୍ୟରାସ୍ତା ନଷ୍ଟ ହେବା ସହିତ ଦୁର୍ଘଟଣା ମାନ ବଢ଼ିଚାଲିଛି । ଗାଁ ଗହଳିରେ ହାଇୱା ପଶୁଥିବାରୁ ବିଦ୍ୟୁତ୍ ତାରକୁ ଛିଡ଼ାଇ ଦେଉଥିବାରୁ ସେସୁର କ୍ଷତି ହେବା ସହିତ ଉପଭୋକ୍ତାମାନେ ହଇରାଣ ହେଉଛନ୍ତି । ଏକାଧିକ ଭାରିଯାନର କାଗଜପତ୍ର ଠିକ୍ ନଥିବା କୁହାଯାଉଛି ।  ଅପରପକ୍ଷେ  ଲଘୁ ଖଣିଜଦ୍ରବ୍ୟ ପରିବହନ କରୁଥିବା ହାଇୱା ଗୁଡ଼ିକୁ  ଜବତ କରି ଗାଡ଼ିର କାଗଜପତ୍ର ତନଖି କରିବା ପାଇଁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ବିଧାୟକଙ୍କ ଗାଡ଼ି ପୋଡ଼ି

ଭୁବନେଶ୍ୱର ,୦୮/୧୨/୨୦୧୯(ଓଡ଼ିଶା ସମାଚାର)- ବିଧାୟକଙ୍କ ଗାଡ଼ି ପୋଡ଼ିଲେ ଦୁର୍ବୃତ । ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ଭରତପୁର କ୍ୟାମ୍ପରେ ଏକ …

Leave a Reply

Your email address will not be published. Required fields are marked *