Tuesday , August 20 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ବେଦାନ୍ତ ହସ୍ପିଟାଲ ପକ୍ଷରୁ ଲାଞ୍ଜିଗଡ଼ରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ବେଦାନ୍ତ ହସ୍ପିଟାଲ ପକ୍ଷରୁ ଲାଞ୍ଜିଗଡ଼ରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଲାଞ୍ଜିଗଡ଼,୨୦/୦୭/୨୦୧୯ (ଓଡ଼ିଶା ସମାଚାର)- ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିଃ. ୟୁନିଟ୍ ପକ୍ଷରୁ ହରେକୃଷ୍ଣପୁରଠାରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ବେଦାନ୍ତ ହସ୍ପିଟାଲ ସହଯୋଗରେ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଲୋକଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଏହି ସ୍ୱାସ୍ଥ୍ୟ ଶିବିରର ମୂଳଲକ୍ଷ୍ୟ । ଏକ ୫ ଜଣିଆ ଡାକ୍ତରୀଦଳ ଏହି ଶିବିରରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିଥିଲେ । ସେମାନଙ୍କ ମଧ୍ୟରେ ଥିବା ଶିଶୁ ବିଶେଷଜ୍ଞ, ସ୍ତ୍ରୀରୋଗ ଓ ପ୍ରସୁତୀ ବିଶେଷଜ୍ଞ ଏବଂ ସାଧାରଣ ବିଶେଷଜ୍ଞ ଆଦି ଉପସ୍ଥିତ ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ୍ ସହିତ ଆବଶ୍ୟକ ପରାମର୍ଶ ଦେଇଥିଲେ । ୩୦୨ରୁ ଅଧିକ ସ୍ଥାନୀୟ ଲୋକ ଏହି ଶିବିରରେ ଯୋଗଦେଇ ଡାକ୍ତର ତଥା ବିଶେଷଜ୍ଞମାନଙ୍କଠାରୁ ବିଭିନ୍ନ ରୋଗ ସମ୍ପର୍କରେ ଆବଶ୍ୟକ ପରାମର୍ଶ ଗ୍ରହଣ କରିବା ସହିତ ମାଗଣା ଔଷଧ ନେଇଥିଲେ । ଏହି ଅବସରରେ ବିଭିନ୍ନ ମେଡ଼ିକାଲ ସେବା, ମ୍ୟାଲେରିଆ ଚିହ୍ନଟ ଏବଂ ସାଧାରଣ ସ୍ୱାସ୍ଥ୍ୟ ଯାଂଚ୍ ଆଦି ସମ୍ପନ୍ନ ହୋଇଥିଲା ।
ଏହି ଅବସରରେ ବେଦାନ୍ତ ଲିଃ., ଲାଞ୍ଜିଗଡ଼ ୟୁନିଟ୍ର ସିଓଓ ରାକେଶ ମୋହନ କହିଲେ, ଆମେ ସମଗ୍ର ଜିଲ୍ଲାରେ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ । ଏହା ସହିତ ଆମର ହସ୍ପିଟାଲକୁ ବହୁବିଧ ସ୍ୱାସ୍ଥ୍ୟ ଉପଯୋଗୀ କରାଇବା ପାଇଁ ଆମର ପ୍ରୟାସ ଜାରି ରହିଛି । କଳାହାଣ୍ଡି ଜିଲ୍ଲା ତଥା ଲାଞ୍ଜିଗଡ଼ ଜନସାଧାରଣ ଆମର ସ୍ୱାସ୍ଥ୍ୟ ପ୍ରକଳ୍ପ ଏବଂ ସ୍ୱାସ୍ଥ୍ୟ ସେବାକୁ ବେଶ୍ ପସନ୍ଦ କରୁଛନ୍ତି । ଏହାର ସଫଳ ପ୍ରତିଫଳନ ମେଗା ସ୍ୱାସ୍ଥ୍ୟ ଶିବିରରେ ଦେଖିବାକୁ ମିଳିଛି । ଏଠାରେ ବହୁ ସଂଖ୍ୟକ ଲୋକ ଯୋଗଦେଇଥିଲେ । ବେଦାନ୍ତ ଗାଁ ଲୋକଙ୍କ ନିକଟରେ ପହଂଚି ପ୍ରତିମାସରେ ଏଭଳି ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ସେବା ଯୋଗାଣ ଜାରି ରଖିଛି । ବେଦାନ୍ତ ଳାଞ୍ଜିଗଡ଼ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ପ୍ରତି ବିଶେଷ ଗୁରୁତ୍ୱାରୋପ କରୁଛି । ଏହା ସହିତ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛି । ବେଦାନ୍ତ ହସ୍ପିଟାଲର ସ୍ୱାସ୍ଥ୍ୟ ଶିବିର ଦ୍ୱାରା ଏଠାକାର ଦୁର୍ଗମ ଅଂଚଳରେ ନିୟମିତ ଭାବେ ଆଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ବେଦାନ୍ତ ହସ୍ପିଟାଲ, ଲାଞ୍ଜିଗଡ଼ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବା ସହିତ ସ୍ଥାନୀୟ ଅଂଚଳରେ ପରିମଳ ବ୍ୟବସ୍ଥାର ସୁଧାର ଉପରେ ଗୁରୁତ୍ୱାରୋପ କରାଯାଉଛି । ଏଠାରେ ଲୋକଙ୍କ ମଧ୍ୟରେ ଖୋଲାରେ ଶୌଚ ନ ହେବାକୁ ସଚେତନତା ଅଭିଯାନ ଜାରି ରହିଛି । ଏହା ସ୍ୱଚ୍ଛ ପ୍ରକଳ୍ପ ଅନ୍ତର୍ଗତ କାର୍ଯ୍ୟକାରୀ ହେଉଛି । ଏହା ସହିତ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ମାଧ୍ୟମରେ ଦୁର୍ଗମ ଅଂଚଳରେ ଥିବା ୮୦ଟି ଗାଁର ଲୋକଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ଲାଞ୍ଜିଗଡ଼ ବେଦାନ୍ତ ହସ୍ପିଟାଲରେ ୨୦ଟି ଶଯ୍ୟା ରହିଛି । ଏଠାରେ ଫିଜିଓଥେରାପି, ଇନ୍-ପେସେଂଟ୍ କେୟାର, ପା୍ୟାଥୋଲୋଜି, ଇସିଜି, ଏକ୍ସ-ରେ, ଡେଂଟାଲ, ପେଡିଆଟ୍ରିକ୍, ଓରଥୋପେଡିକ୍ସ୍ ଏବଂ ଓପଥାଲମୋଲୋଜି ସେବା ଆଦି ଉପଲବ୍ଧ ହେଉଛି । ଏଠାରେ ମାସିକ ୫,୦୦୦-୭,୦୦୦ ରୋଗୀଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ଓଡ଼ିଶା ସମାଚାର

About admin

Check Also

ସ୍ମାଇଲ୍ ଟ୍ରେନ୍ ଇଣ୍ଡିଆ ଏବଂ  ସହଯୋଗୀ ହସ୍ପିଟାଲ୍ସ ଦ୍ୱାରା ଭୁବନେଶ୍ୱରରେ ସ୍ମାଇଲ୍ ଟର୍ଚ୍ଚକୁ ସ୍ୱାଗତ

ଓଡ଼ିଶାରେ ଗ୍ରହଣଖଣ୍ଡିଆ ସହିତ ଜନ୍ମିତ ପିଲା ଏବଂ ସେମାନଙ୍କ ହସିବାର ଅଧିକାର ପାଇଁ ସ୍ମାଇଲ୍ ଟର୍ଚ୍ଚ ଗୁରୁତ୍ୱ ଦେଉଛି ଭୁବନେଶ୍ୱର,୧୭/୦୮/୨୦୧୯(ଓଡ଼ିଶା …

Leave a Reply

Your email address will not be published. Required fields are marked *