Monday , December 9 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ବେଦାନ୍ତ  ଲାଞ୍ଜିଗଡ଼ ପକ୍ଷରୁ  ଗୁରୁ ଦିବସ ଉପଲକ୍ଷେ ଶିକ୍ଷକ ମାନଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନ

ବେଦାନ୍ତ  ଲାଞ୍ଜିଗଡ଼ ପକ୍ଷରୁ  ଗୁରୁ ଦିବସ ଉପଲକ୍ଷେ ଶିକ୍ଷକ ମାନଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନ

  • ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନୀତ କରାଯାଇଛି ।
  • ଲାଞ୍ଜିଗଡ଼, ବସନ୍ତପଡ଼ା,ବାତେଲିମା, ଜଗନ୍ନାଥପୁର, ଛତ୍ରପୁର, ଚମ୍ପାଦେଇପୁର ଇତ୍ୟାଦି ଅଂଚଳରୁ ୩୫ରୁ ଅଧିକ ପ୍ରଧାନଶିକ୍ଷକ, ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କୁ ସମ୍ମାନୀତ କରାଯାଇଛି ।

ଲାଞ୍ଜିଗଡ଼, ୧୨/୦୯/୨୦୧୯(ଓଡ଼ିଶା ସମାଚାର)- ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଲାଞ୍ଜିଗଡଠାରେÿ ଗୁରୁ ଦିବସ ପାଳିତ ହୋଇଛି । ଏହି ଅବସରରେ ଲାଞ୍ଜିଗଡ଼ ବ୍ଲକ୍ର ୬ଟି ଗ୍ରାମ ପଂଚାୟତର ୩୫ ପ୍ରଧାନଶିକ୍ଷକ, ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କୁ ଦ୍ରାଣାଚାର୍ଯ୍ୟ ସମ୍ମାନରେ ସମ୍ମାନୀତ କରାଯାଇଛି ।

ଲାଞ୍ଜିଗଡ଼ ବ୍ଲକ୍ର ଲାଞ୍ଜିଗଡ଼, ବସନ୍ତପଡ଼ା, ବାତେଲିମା, ଜଗନ୍ନାଥପୁର, ଛତ୍ରପୁର ଏବଂ ଚମ୍ପାଦେଇପୁରର କୃର୍ତୀ ଶିକ୍ଷକଙ୍କୁ ସମ୍ମାନ ଜନକ ଶିଲ୍ଡ୍ ପ୍ରଦାନ କରାଯାଇଛି ।

ଏହି ଅବସରରେ ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ ୟୁନିଟ୍ର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ରାକେଶ ମୋହନ କହିଲେ, ଶିକ୍ଷା ଆମର ମାନସିକ ତଥା ଆତ୍ମାର ବିକାଶ କରିଥାଏ । ଶିକ୍ଷକ ସମାଜର ଆଲୋକ ବର୍ତିର୍କା ସଦୃଶ । ଶିକ୍ଷକ ଶିକ୍ଷାର୍ଥଙ୍କୁ ଜ୍ଞାନର ଆଲୋକ ପ୍ରଦାନ କରାଇଥାନ୍ତି । ଲାଞ୍ଜିଗଡ଼ ଜନସାଧାରଣଙ୍କର ବିକାଶ ପାଇଁ ବେଦାନ୍ତ ପ୍ରତିଶ୍ରୁତିବଦ୍ଧ ।

ଏହି ଅବସରରେ ୪୬ଟି ସ୍କୁଲର ଶିକ୍ଷକଙ୍କ୍ୁ ଦ୍ରୋଣାଚାର୍ଯ୍ୟ ସମ୍ମାନ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ନିମନ୍ତ୍ରଣ କରାଯାଇଥିଲା । ସମସ୍ତ ଶିକ୍ଷକଙ୍କୁ ସମ୍ମାନୀତ କରାଯାଇଥିଲା । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨ ଜଣ ପ୍ରଧାନଶିକ୍ଷକ, ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ପୋଷାକ ସିଲେଇ ପ୍ରଶିକ୍ଷଣ ଶିବିର

ମହାକାଳପଡା, ୦୩/୧୨/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ମହାକାଳପଡା ବ୍ଲକର ବଉଲକଣୀ ପଂଚାୟତର ବେତବେଲାରୀ ଗ୍ରାମରେ ‘ଇଫକୋ-ଆଇଏଫଏଫଡିସି’ପକ୍ଷରୁ ଗତ ନଭେମ୍ବର ମାସ …

Leave a Reply

Your email address will not be published. Required fields are marked *