Tuesday , July 16 2019
Home / ବ୍ୟବସାୟ ବାଣିଜ୍ୟ / ବେଦାନ୍ତ ଲାଞ୍ଜିଗଡ଼ ଦ୍ୱାରା “ଜାତୀୟ ଡ଼ାକ୍ତର ଦିବସ” ଉପଲକ୍ଷେ “ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ”ର ଶୁଭାରମ୍ଭ

ବେଦାନ୍ତ ଲାଞ୍ଜିଗଡ଼ ଦ୍ୱାରା “ଜାତୀୟ ଡ଼ାକ୍ତର ଦିବସ” ଉପଲକ୍ଷେ “ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ”ର ଶୁଭାରମ୍ଭ

ଲାଞ୍ଜିଗଡ଼, କଳାହାଣ୍ଡି ଜିଲ୍ଲା, ୦୪/୦୭/୨୦୧୯ (ଓଡ଼ିଶା ସମାଚାର)-ଉତ୍ସର୍ଗୀକୃତ ସେବାରେ ଅଳଂକୃତ ଡ଼ାକ୍ତରମାନଙ୍କ ପ୍ରତିଷ୍ଠିତତାକୁ ସମ୍ମାନ ଜଣାଇ ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ହସ୍ପିଟାଲଠାରେ “ଜାତୀୟ ଡ଼ାକ୍ତର ଦିବସ” ପାଳନ କରାଯାଇଛି । ଚିକିତ୍ସା କ୍ଷେତ୍ରରେ ସାମିଲ ତଥା ଗୋଷ୍ଠୀ ବିଶେଷମାନଙ୍କ ସହଯୋଗିତାରେ ଏକ କୋଡ଼ିଏଜଣିଆ ବରିଷ୍ଠ ଡ଼ାକ୍ତରଙ୍କୁ ନେଇ ଗତ ସୋମବାର ଦିନ କଳାହାଣ୍ଡି ତଥା ରାୟଗଡ଼ା ଜିଲ୍ଲାରେ ବେଦାନ୍ତ କମ୍ପାନୀ ଦ୍ୱାରା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ସ୍ତରରେ ରହିଥିବା ମ୍ୟାଲେରିଆ ନିୟନ୍ତ୍ରଣ ଯୋଜନାକୁ ବିଭିନ୍ନ ସହଯୋଗୀ ସଂଗଠନ, ଗୋଷ୍ଠୀମାନଙ୍କୁ ସଚେତନତା ତଥା ଏଥିପାଇଁ ରହିଥିବା ନିରାକରଣ ଉପାୟଗୁଡ଼ିକୁ ଖୋଜି ବାହାର କରିବା ସହିତ ସମସ୍ତଙ୍କ ପାଖରେ ସୁଫଳ ପହଂଚାଇବାର ଏହି କାର୍ଯ୍ୟକ୍ରମର ମୂଳ ଅଭିପ୍ରାୟ । ସଚେତନତା ଅଭିଯାନ, ପ୍ରତିଯୋଗିତା ତଥା ପରିମଳ ପରିଚ୍ଛନ୍ନତା ଜରିଆରେ ବ୍ୟକ୍ତିଗତ ତଥା ଗୋଷ୍ଠୀମାନଙ୍କୁ ସଚେତନ କରିବା ସହିତ ଏ ଦିଗରେ ଆହୁରି ଅଧିକା ସୁରକ୍ଷା ପାଳନ କରିବା ଏ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।
ଶ୍ରୀ ରାକେଶ ମୋହନ, ସିଓଓ, ବେଦାନ୍ତ ଆଲୁମିନିୟମ, ଲାଞ୍ଜିଗଡ଼ ୟୁନିଟ୍, ଏହି ଅବସରରେ ନିଜର ମତ ରଖି କହିଲେ, ‘ଆଜିର ଏହି ଜାତୀୟ ଡ଼ାକ୍ତର ଦିବସରେ ସେହି ମହତ୍ ଉଦ୍ଦେଶ୍ୟ ତଥା ନମନୀୟତାର ବିଶ୍ୱକୁ ଚିକିତ୍ସା କ୍ଷେତ୍ରରେ ନିଜର ଉତ୍ସର୍ଗୀକୃତ ମୂଲ୍ୟ ତଥା ସେବା ପ୍ରଦାନ କରିଥିବା ଡ଼ାକ୍ତରମାନଙ୍କୁ ଆମେ ସତ ପ୍ରଣାମ କରୁଛୁ । ଆଜିର ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ତଥା ପରିମଳତାର ବିଶେଷତ୍ୱକୁ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରେ ମ୍ୟାଲେରିଆ ଭଳି ଏକ ମାରାତ୍ମକ ରୋଗ ର ନିରାକରଣ ଓ ଋତୁ ସମ୍ବନ୍ଧୀୟ ରୋଗର ନିରାକରଣ ପାଇଁ ବ୍ୟକ୍ତିଗତ ସ୍ତରରେ ସମସ୍ତଙ୍କୁ ଶକ୍ତିଶାଳୀ କରିବା ପାଇଁ ବେଦାନ୍ତ ପ୍ରତିଶ୍ରୁତିବଦ୍ଧ’ ।

ଡ଼କ୍ଟର ବି.ଏଲ. ପୃଷ୍ଟି, ରାୟଗଡ଼ା ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଏବଂ ଡ଼କ୍ଟର ନିହାର କୁମାର ପଣ୍ଡା, କଳାହାଣ୍ଡି ଜିଲ୍ଲା ମ୍ୟାଲେରିଆ ଅଧିକାରୀଙ୍କ ଦ୍ୱାରା ଏହି ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଉଦ୍ଘାଟନ ହୋଇଥିଲା । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକସ୍ଥିତ ୬ଟି ଗ୍ରାମ ପଂଚାୟତରେ ବିଶେଷ ଭାବରେ ଏହି ମ୍ୟାଲେରିଆ ନିୟନ୍ତ୍ରଣ ଦୂରୀକରଣ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଅଟେ । ବିଭିନ୍ନ ସଚେତନତା କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରି, ଏକ ଉନ୍ନତମାନର ନିରୀକ୍ଷଣତାର ଉପଯୋଗ କରି, ଉତମ ପରିଚାଳନା, ପରୀକ୍ଷଣ ତଥା ଚିକିତ୍ସା ପଦ୍ଧତି ଦ୍ୱାରା ଏହା ସଫଳତା ଲାଭ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ ।
ଆପୋଲୋ ହସ୍ପିଟାଲ, ଭୁବନେଶ୍ୱରର ପ୍ରମୁଖ ଡ଼କ୍ଟର ଶଲୀଲ କୁମାର ପରିଡ଼ା ଏବଂ ଡ଼କ୍ଟର ଚିନ୍ମୟ ପାଣି ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବରେ ଯୋଗଦେଇ ଏଭଳି ଏକ ସ୍ପର୍ଶକାତର ତଥା ଭୟଙ୍କର ରୋଗ ସମ୍ପର୍କରେ ସମ୍ପୃକ୍ତ ଅଂଚଳର ଅଧିବାସୀମାନଙ୍କ ସହିତ ନିଜର ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ । ଏଥିସହିତ ଜିଲ୍ଲାର ସ୍ୱାସ୍ଥ୍ୟବିଭାଗର ବିଭିନ୍ନ ବରିଷ୍ଠ ଡ଼ାକ୍ତରମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମ୍ୟାଲେରିଆ ନିରାକରଣ ଉପରେ ସରକାରଙ୍କ ଆଭିମୁଖ୍ୟକୁ ତଥା ନିଆଯାଇଥିବା କାର୍ଯ୍ୟକ୍ରମ ଉପରେ ନିଜର ମତବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସମ୍ମାନସ୍ପଦ ଡ଼ାକ୍ତରମାନଙ୍କର ଏଭଳି ରୋଗ ସମ୍ପର୍କିତ ଭୂମିକା, ଯୋଗଦାନ ତଥା ସେବା ପରାୟଣତାର ଭାବକୁ ପ୍ରତିଷ୍ଠିତ କରିବାରେ ଏକ ଅଭିନବ ପ୍ରୟାସ ଥିଲା । ଏଭଳି ଏକ ବିଶେଷ କାର୍ଯ୍ୟକ୍ରମରେ ବେଦାନ୍ତ ଏକ ଉନ୍ମୁକ୍ତ ତଥା ବର୍ଦ୍ଧିତ ମତବ୍ୟକ୍ତ ତଥା ସଫଳ କାର୍ଯ୍ୟକ୍ରମର ଏକ ବିରାଟ ମଂଚ ସୃଷ୍ଟି କରିବାରେ ବିଶେଷ ଭୂମିକା ନେଇପାରିଛି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ଲାଞ୍ଜିଗଡ ରିଫାଇନାରି ନବୀକରଣ  ତଥା ‘ୱେଷ୍ଟ ଟୁ ୱେଲଥ’ ପ୍ରୋଗ୍ରାମ ମାଧ୍ୟମରେ ସାରା ଅଂଚଳର ଉନ୍ନତି କରିପାରିଛି

ଶତ ପ୍ରତିଶତ ଫ୍ଲାଏ ଆସ ର ବ୍ୟବହାର । ବାହ୍ୟ ବସ୍ତୁକୁ ବ୍ୟବହାର କରି  ବେଦାନ୍ତର ‘ୱେଷ୍ଟ ଟୁ ୱେଲଥ’ …

Leave a Reply

Your email address will not be published. Required fields are marked *