Friday , October 18 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ବେଦାନ୍ତ ପକ୍ଷରୁ ୫୯ତମ ୨୦୧୯ ସିଆମ୍ ବାର୍ଷିକ ସମ୍ମିଳନୀରେ ପ୍ରାଇମେରୀ ଫାଉଣ୍ଡରୀ ଆଲଏ(ପିଏଫଏ)ର ପ୍ରଦର୍ଶନ

ବେଦାନ୍ତ ପକ୍ଷରୁ ୫୯ତମ ୨୦୧୯ ସିଆମ୍ ବାର୍ଷିକ ସମ୍ମିଳନୀରେ ପ୍ରାଇମେରୀ ଫାଉଣ୍ଡରୀ ଆଲଏ(ପିଏଫଏ)ର ପ୍ରଦର୍ଶନ

  • କମ୍ପାନି ବିଫେସା,ସ୍ପେନ, ପ୍ରେପରଜି ଏବଂ ଇଟାଲି ଇତ୍ୟାଦିଙ୍କ ଦ୍ୱାରା ଆଦୃତ ବିଶ୍ୱସ୍ତରିୟ ଜ୍ଞାନ କୌଶଳ ର ବ୍ୟବହାର କରିଛି ଏବଂ ଯାହାଦ୍ୱରା ଭାରତୀୟ ଅଟୋ ଶିଳ୍ପ କୁ ଏକ ନୂତନ ଉତ୍ପାଦକ ମିଳିପାରିଛି ।
  • ଭାରତରେ ପ୍ରଥମ ଆଲୁମିନିୟମ ଉତ୍ପାଦକ ଭାବେ ବେଦାନ୍ତ ଘରୋଇ ବଜାରରେ ପିଏଫଏ ଅଟୋମୋବାଇଲ୍ ଶିଳ୍ପକୁ ଯୋଗାଇବ ।

 ଭୁବନେଶ୍ୱର ୧୪/୦୯/୨୦୧୯(ଓଡ଼ିଶା ସମାଚାର)- ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ୫୯ତମ ୨୦୧୯ ସିଆମ୍ ବାର୍ଷିକ ସମ୍ମିଳନୀରେ ପ୍ରାଇମେରୀ ଫାଉଣ୍ଡରୀ ଆଲଏ(ପିଏଫଏ)ର ପ୍ରଦର୍ଶନ କରାଯାଇଛି । ପ୍ରଥମ ଆଲୁମିନିୟମ ଉପôାଦକ ଭାବେ ଘରୋ ବଜାରରେ ପିଏଫଏ ଅଟୋମୋବାଇଲ୍ ଶିଳ୍ପକୁ ଯୋଗାଇବ ।

ବେଦାନ୍ତ ସରକାରୀ ସହଯୋଗରେ ୨୪୦,୦୦୦ଟନ୍ ପିଏଫ୍ଏ ଉତ୍ପାଦନ କରିଥାଏ । ଏହା ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ସମ୍ପନ୍ନ ହୋଇଥାଏ ।

ଏହି ଅବସରରେ ବେଦାନ୍ତ ଲିଃ. ଆଲୁମିନିୟମ ଏବଂ ପାୱାର ସିଇଓ ଅଜୟ କପୁର କହିଲେ, ଭାରତୀୟ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆମେ ପିଏଫଏ ଯୋଗାଇବା ପାଇଁ ନିଷ୍ପତି ନେଇଛୁ । ଏହା ଦ୍ୱାରା ଭାରତୀୟ ଅଟୋ ସେକ୍ଟର ବେଶ୍ ଲାଭାନ୍ୱିତ ହେବ ।

ପିଏଫଏ କାଷ୍ଟ ଆଲୁମିନିୟମରୁ ପ୍ରସ୍ତୁତ ହୋଇଥାଏ । ଏଥିରେ ଆଲୁମିନିୟମ୍, ସିଲିକନ୍, ମ୍ୟାଗ୍ନେସିୟମ୍ ଆଦି ରହିଥାଏ । ଏହାଦ୍ୱାରା ଆଲଏ ହ୍ୱିଲ୍, ସିଲିଣ୍ଡର ହେଡ୍, ବ୍ରେକ୍ ସିଷ୍ଟମ୍ ସମେତ ଅନ୍ୟ ଯନ୍ତ୍ରାଶଂ ନିର୍ମିତ ହୋଇଥାଏ ।

ସମ୍ପ୍ରତି ଭାରତରେ ଆଲୁମିନିୟମ୍ ହ୍ୱିଲ୍ ପରିମାଣ ଯଥେଷ୍ଟ କମ୍ ରହିଛି । ବିଶ୍ୱ ବଜାର ସ୍ଥିତି ସୁଦୃଢ଼ ପାଇଁ ଭାରତକୁ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ । ବିଶ୍ୱ ବଜାରକୁ ଦୃଷ୍ଟିରେ ରଖି ବେଦାନ୍ତ ଗୁଣବତାଯୁକ୍ତ ପିଏଫଏ ଅଟୋ ସେକ୍ଟରକୁ ଯୋଗାଇବ ।

ଆଲୁମିନିୟମ୍ ପରିବହନ, ଫାସ୍ୱାର, ଏରେସ୍ପେସ୍, ପ୍ରତିରକ୍ଷା, ପ୍ୟାକେଜିଂ ଶିଳ୍ପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସ୍ମାର୍ଟ ସିଟି, ପାୱାରଫର୍ ଆଲ୍ ଏବଂ ସ୍ୱଦେଶୀ ସ୍ପେସ୍ କାର୍ଯ୍ୟକ୍ରମରେ ଆଲୁମିନିୟମ୍ ପିଏଫଏର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଓଡ଼ିଶା ସମାଚାର

About admin

Check Also

ଇ-ବାଇକ୍  ବିକ୍ରୟ କେନ୍ଦ୍ର ଉଦଘାଟିତ 

ଗରଦପୁର,୧୪/୧୦/୨୦୧୯ (ଓଡ଼ିଶା ସମାଚାର)-ଗରଦପୁର ବଜାରରେ ଏକ ଇ-ବାଇକ୍ ବିକ୍ରୟ କେନ୍ଦ୍ର ଆଜି ଉଦଘାଟିତ ହୋଇଯାଇଛି ।  ଏହି ଉତ୍ସବରେ ମୁଖ୍ୟ …

Leave a Reply

Your email address will not be published. Required fields are marked *