Friday , September 20 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ବେଦାନ୍ତ ଦୁର୍ଘଟଣା ର ତଦନ୍ତ କରାଯିବ

ବେଦାନ୍ତ ଦୁର୍ଘଟଣା ର ତଦନ୍ତ କରାଯିବ

ଭୁବନେଶ୍ୱର,୦୮/୦୭/୨୦୧୯ (ଓଡ଼ିଶା ସମାଚାର)- ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମ୍ କାରଖାନାରେ ଦୁର୍ଘଟଣା ର ତଦନ୍ତ କରାଯିବ । ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସାମ୍ବାଦିକଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତରରେ ଏହା କହିଛନ୍ତି । ପ୍ରକାଶ ଥାଉ କି, ଶନିବାର ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ବେଦାନ୍ତର ୨ ନଂ ପ୍ଲାଂଟରେ ଦୁର୍ଘଟଣା ଘଟିଥିଲା । ଏଥିରେ ଜଣେ ମେସିନ ଅପରେଟରଙ୍କ ସମେତ ମୋଟ୍ ୭ ଜଣ ଆହତ ହୋଇଥିଲେ । ଆହତମାନଙ୍କୁ ବେଦାନ୍ତ ପରିସରରେ ଥିବା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା କରାଯାଇ ଅଧିକ ଚିକିତ୍ସା ନିମନ୍ତେ ପରେ ବେଦାନ୍ତ ଟାଉନସିପ୍ ରେ ଥିବା ଆପୋଲୋ କ୍ଲିନିକ୍ ରେ ଭର୍ତି କରାଯାଇଛି । ଆହତ ଅପରେଟରଙ୍କ ନାମ ଅସିତ୍ ପୃଷେଠ ବୋଲି ଜଣାପଡିଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ବେଦାନ୍ତର ବରିଷ୍ଠ ଜନସମ୍ପର୍କ ଅଧିକାରୀ ସଞ୍ଜୀବ ପଟ୍ଟନାୟକ କହିଥିଲେ ଯେ, ଅନୋଡ ପ୍ଲାଂଟରେ ଅଗ୍ନିକାଣ୍ଡ ଘଟିଥିଲା । ଅଧ ଘଂଟା ମଧ୍ୟରେ ନିଆଁକୁ ଆୟତ କରାଯାଇଥିଲା । ଏଥିରେ ଜଣକର ହାତ ପାପୁଲି ପୋଡି ଯାଇଥିବା ବେଳେ ଅନ୍ୟ ମାନେ ଧୂଆଁ ଯୋଗୁଁ ଶ୍ୱାସଜନିତ ଅସୁସ୍ଥତା ଅନୁଭବ କରିଥିଲେ । ସମସ୍ତ ଆହତଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା । ବର୍ତମାନ ସେମାନେ ସୁସ୍ଥ ଅଛନ୍ତି । ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳ ପାଇଁ ୪ଟି ବସ ର ଶୁଭ ଉଦଘାଟନ

ପାରାଦ୍ୱୀପ ,୧୪/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳକୁ କର୍ମଚାରୀ ମାନଙ୍କର ସୁରକ୍ଷା ଓ ସୁରକ୍ଷୀତ ଗମନା ଗମନାକୁ ଦୃଷ୍ଟିରେ ରଖି …

Leave a Reply

Your email address will not be published. Required fields are marked *