Monday , December 9 2019
Home / କୃଷି / ବେଡାରୀ ସେବା ସମବାୟ ସମିତିରେ ସମବାୟ ସପ୍ତାହ ପାଳନ  

ବେଡାରୀ ସେବା ସମବାୟ ସମିତିରେ ସମବାୟ ସପ୍ତାହ ପାଳନ  

ଗରଦପୁର ୧୬/୧୧/୨୦୧୯(ଓଡ଼ିଶା ସମାଚାର)-ସମବାୟ ସପ୍ତାହ ପାଳନ ଅବସରରେ ଆଜି ବେଡାରୀ ପ୍ରଥମିକ ସେବା ସମବାୟ ସମିତରେ ସମବାୟ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ସେବା ସମବାୟ ସମିତିର ସଭାପତି ଚିତରଞ୍ଜନ ଚୌଧୁରୀ ସମବାୟ ପତାକା ଉତୋଳନ କରିଥିଲେ । ଆୟୋଜିତ ଉତ୍ସବରେ ସେବା ସମବାୟ ସମିତିର ସଭାପତି ଶ୍ରୀ ଚୌଧୁରୀ ଉପସ୍ଥିତ ରହି, ସେବା ସମବାୟ ସମିତି ଗଠନ ହେବା ଫଳରେ ଏହାର ସଦସ୍ୟ/ସଦସ୍ୟାମାନେ କିପରି ସରକାରୀ ସୁବିଧା ପାଉଥିବା, ଚାଷୀମାନଙ୍କ କ୍ଷେତ୍ରରେ ସମବାୟ କିପରି ସହାୟକ ହେଉଥିବା,ସମିତିର ସଦସ୍ୟ/ସଦସ୍ୟାମାନେ ଠିକ୍ ସମୟରେ କୃଷି କ୍ଷେତ୍ର ପାଇଁ ରସାୟନିକ ସାର, କୀଟନାଶକ ଔଷଧ, ବିହନ ଆଦି ପାଉଥିବାବେଳେ,ମଣ୍ଡିରେ ଧାନ ବିକ୍ରୀ କରିବାର ସୁବିଧା ସୁଯୋଗ ପାଉଥିବା ଏବଂ ସମିତିରେ ରହିଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ କହିଥିଲେ । ଏହି ଉତ୍ସବରେ ବେଡାରୀ ସେବା ସମବାୟ ସମିତିର ଡାଇରେକ୍ଟର ବୋର୍ଡର ସଦସ୍ୟ ଅଜୟ କୁମାର ସାହୁ, ଚିତରଞ୍ଜନ ରାଉତ, ରଞ୍ଜନ କୁମାର ମହାନ୍ତି, ତୁଷାରକାନ୍ତ ନାୟକ, ଜୀବନାନନ୍ଦ ଚୌଧୁରୀ, ଗୋବିନ୍ଦ ଚନ୍ଦ୍ର ସାହୁ ଓ ହିମାଂଶୁ ଶେଖର ଭୂୟାଁ ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରକାଶ ଯେ,ଏହି ସେବା ସମବାୟସମିତିରେ ବେଡାରୀ,ପଦ୍ମପୁର ଓ ପାଟକୁରା ପଂଚାୟତର ଦୁଇ ଗୋଟି ଗ୍ରାମକୁ ନେଇ ମୋଟ ୧୩ ଗୋଟି ଗ୍ରାମର ମୋଟ ୧୨୬୫ ଜଣ ଚାଷୀ ସଦସ୍ୟ/ସଦସ୍ୟା ରହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆଳୁ ବିହନ ଯୋଗାଣରେ ବିଳମ୍ବ

ଗରଦପୁର,୦୬/୧୨/୨୦୧୯(ଓଡ଼ିଶା ସମାଚାର)- ଆଳୁ ବିହନ ଲଗାଇଲେଣି ଚାଷୀ ହେଲେ ସରକାରଙ୍କ ବିହନ ପହଂଚି ନାହିଁ । ଚାଷୀମାନଙ୍କ ପାଇଁ ଆଳୁ …

Leave a Reply

Your email address will not be published. Required fields are marked *