Monday , December 9 2019
Home / କୃଷି / ବୁଲବୁଲ ବାତ୍ୟା ପ୍ରଭାବ  ରେ ଧାନ ଓ ପରିବା ଫସଲ ରେ କ୍ଷତି, ଚାଷୀଙ୍କୁ ଘାରିଛି ରୁଣ ପରିଶୋଧ ଚିନ୍ତା    

ବୁଲବୁଲ ବାତ୍ୟା ପ୍ରଭାବ  ରେ ଧାନ ଓ ପରିବା ଫସଲ ରେ କ୍ଷତି, ଚାଷୀଙ୍କୁ ଘାରିଛି ରୁଣ ପରିଶୋଧ ଚିନ୍ତା    

ଗରଦପୁର ୧୪/୧୧/୨୦୧୯(ଓଡ଼ିଶା ସମାଚାର)-ଗତ ୮ଓ ୯ ତାରିଖ ବାତ୍ୟା ବୁଲବୁଲ ପ୍ରଭାବରେ ପାଟକୁରା ଅଂଚଳରେ ଫସଲ ହାନି ହୋଇ ଥିବାବେଳେ,ସେଥିମଧ୍ୟରୁ ଖରିଫ ଧାନ ଫସଲରେ କ୍ଷତି ଘଟିଛି । ସଅଳ ଅମଳକ୍ଷମ ଧାନପୂଜା,ସ୍ୱର୍ଣ୍ଣ,ଶାରଳା,ସ୍ୱର୍ଣ୍ଣ ସବ୍-୧,ଆଦି କିସମର ଧାନଗଛ ପାଣିରେ ଶୋଇଛି ।କେତେକ ଜମିରେ ଧାନ ଥୋଡ ବହାରୁଥିବାବେଳେ, ଅଧିକାଂଶ ଜମିରେ ଧାନ ସବୁ ଅଧା ପାଚିଲା ହୋଇଯାଇଥିଲା । ଏବେ ଚାଷ ଜମିରୁ ବର୍ଷା ପାଣି କମୁ ନ ଥିବାରୁ ଶୋଇଯାଇଥିବା ଧାନଗଛଗୁଡିକ ବିଷେଶ ଭାବରେ କ୍ଷତିଗ୍ରସ୍ତ ହେବ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି । ଧାନ ଜମିରୁ ପାଣି ନିଷ୍କାସନ ହୋଇ ପାରୁ ନ ଥିବାବେଳେ,ପାଚି ଯାଇଥିବା ଧାନଗଛ ପାଣିରେ ପଡି ରହିବା ଫଳରେ ସେଗୁଡିକ ନଷ୍ଠ ହୋଇଯିବ ବୋଲି ଚାରଷୀମାନେ ଆଶଙ୍କା କରିଛନ୍ତି । ବେଡାରୀ ପଂଚାୟତର ଦଳୁଆଣି, ବେଡାରୀ, ସୋଲପାଟ, କୂଳତୁଠୀ, ଶ୍ରୀଚନ୍ଦନପୁର, ପରକଣା, ଦଳୁଆଣୀ, ପଦ୍ମପୁର ପଂଚାୟତର ଗୋତ୍ରବିଲ, କିଣିଲୋ, ମହମ୍ମୁଦା, ପଦ୍ମପୁର, ପାଟକୁରା ପଂଚାୟତର ଯମୁନାବାଦ, ସିଙ୍ଗଟିଆ, ଇନୈତାଲପୁର, ଲେଖନପଡା, କୋଡପଲ୍ଲା, ଜଗନ୍ନାଥପୁର, କୋଡଗାଁ ପାଟଣା, ନୈନ୍ଦିପୁର, ମଦନା, କାମେଶ୍ୱର ପାଟ , ରାମଚନ୍ଦ୍ରପୁର – ଉଦୟଗିରି ପାଟ , ନଡ଼େିଆବରେଇ ପାଟ , ତେଣ୍ଡାକୁଡ଼ା ପଂଚାୟତର ଶଙ୍କରଭୋଳ ଆଦି ଗ୍ରାମମାନଙ୍କରେ ଥିବା ଧାନ ଜମିରେ  ବ୍ୟାପକ ଭାବରେ ପାଣିରେ ପଡିଛି  । ଅନେକ ଚାଷୀମାନେ ଧାର କରଜ ଓ ସେବା ସମବାୟ ସମିତି,ବିଭିନ୍ନ ବ୍ୟାଙ୍କ ଆଦିରୁ ରୁଣ ନେଇ ଚାଷ କରିଥିଲେ । ଏବେ ସେମାନଙ୍କ ଫସଲ ଉଜୁଡିଯିବାର ଆଶଙ୍କା ଦେଖାଦେଇଥିବାରୁ  ରୁଣସୁଝିବା ପାଇଁ ଚାଷିମାନଙ୍କର ମୁଣ୍ଡ ବିନ୍ଧିବା ଆରମ୍ଭ କରିଛି ।  ସେହିପରି ପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଲଗାଯାଇଥିବା ପରିବା ଚାରା କ୍ଷତିଗ୍ରସ୍ତ ହେବା ସହିତ ଜମି ପାଗ ହେବା ଡ଼େରି ହେଉଥିବାରୁ ପରିବା ଚାରା ଲଗାଇବା ମଧ୍ୟ ବିଳମ୍ବିତ ହେଉଛି । ଓଡ଼ିଶା ସମାଚାର

About admin

Check Also

ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆଳୁ ବିହନ ଯୋଗାଣରେ ବିଳମ୍ବ

ଗରଦପୁର,୦୬/୧୨/୨୦୧୯(ଓଡ଼ିଶା ସମାଚାର)- ଆଳୁ ବିହନ ଲଗାଇଲେଣି ଚାଷୀ ହେଲେ ସରକାରଙ୍କ ବିହନ ପହଂଚି ନାହିଁ । ଚାଷୀମାନଙ୍କ ପାଇଁ ଆଳୁ …

Leave a Reply

Your email address will not be published. Required fields are marked *