Friday , February 28 2020
Breaking News
Home / କୃଷି / ବୁଲବୁଲ ପ୍ରଭାବରେ ନିଶ୍ଚିନ୍ତକୋଇଲି ଅଂଚଳର ବ୍ୟାପକ ଧାନ ଓ ପନିପରିବା ଫସଲ କ୍ଷତି

ବୁଲବୁଲ ପ୍ରଭାବରେ ନିଶ୍ଚିନ୍ତକୋଇଲି ଅଂଚଳର ବ୍ୟାପକ ଧାନ ଓ ପନିପରିବା ଫସଲ କ୍ଷତି

ନିଶ୍ଚିନ୍ତକୋଇଲି, ୧୦/୧୧/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା): ନିଶ୍ଚିନ୍ତକୋଇଲି ବ୍ଲକ୍ ର ବିଭିନ୍ନ ପଂଚାୟତରେ ବୁଲବୁଲ ବର୍ଷା ଓ ପବନ ଯୋଗୁ ବ୍ୟାପକ ଧାନ ଫସଲ କ୍ଷତି ଗ୍ରସ୍ତ ହେବା ସେଙ୍ଗ ସେଙ୍ଗ ପନିପରିବା ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ ଚାଷିମାନଙ୍କ ମଧ୍ୟରେ ଘୋର ନୈରାଶ୍ୟ ସୃଷ୍ଟି ହୋଇଛି । ଏହି ବ୍ଲକ୍ ର ନିଶ୍ଚିନ୍ତକୋଇଲି, ଜଗ୍ନିପୁର, କେନ୍ଦୁପାଟଣା, ଅସୁରେଶ୍ୱର, ନେମାଳ, ଦାଉଦପୁର, ନଗସପୁର, ତିଲକଣା, ସାନ୍ତପୁର, ଜନାର୍ଦ୍ଧନପୁର, କଳମିଶ୍ରୀ, ବନ୍ଧୁପୁର ଆଦି ପଂଚାୟତରେ ଧାନ, ପନିପରିବା ତଳଘଡ଼ା, ଝୁଡ଼ଙ୍ଗ, ବାଇଗଣ , ବିନ୍, କୋବି ଆଦି ଫସଲ କ୍ଷତି ଗ୍ରସ୍ତ ହେବା ସେଙ୍ଗ ସେଙ୍ଗ ପାଣିରେ ବୁଡ଼ିରହିଛି । କୃଷି ବିଭାଗ ତଥା ପ୍ରଶାସନ ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତି ପୂରଣ ପ୍ରଦାନ କରାଯିବାକୁ ଚାଷୀମାନେ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ତ ଚାଷୀଙ୍କ ଧାନ ସଂଗ୍ରହ କରିବାକୁ ଜିଲା କୃଷକ ସଙ୍ଗଠନର ଦାବି

ତାରପୁର, ୨୪/୦୨/୨୦୨୦ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲାର ପ୍ରତ୍ୟେକ ଅଂଚଳରେ ରାଜ୍ୟ ସରକାରଙ୍କ ଦ୍ୱାରା ଧାନ ସଂଗ୍ରହ କରାଯାଉଥିବାବେଳେ  ଧାର୍ଯ୍ୟ ସମୟ …

Leave a Reply

Your email address will not be published. Required fields are marked *