Monday , December 16 2019
Breaking News
Home / ବିଶେଷ / ବିହାରୀ ଭାଟି ଓ ଦେଶୀ ମଦ ବନ୍ଦ ନେଇ ଜିଲାପାଳଙ୍କୁ ଦାବିପତ୍ର

ବିହାରୀ ଭାଟି ଓ ଦେଶୀ ମଦ ବନ୍ଦ ନେଇ ଜିଲାପାଳଙ୍କୁ ଦାବିପତ୍ର

କୋରାପୁଟ,୨୦/୧୧/୨୦୧୯(ଓଡ଼ିଶା ସମାଚାର)- କୋଟପାଡ ବ୍ଲକର ମୂର୍ତାହାଣ୍ଡି ଗ୍ରାମ ପଂଚାୟତରେ ଥିବା ବିହାରୀ ବାଟି ଓ ଦେଶୀମଦ ବିକ୍ରି ବନ୍ଦ କରିବା ପାଇଁ ଶତାଧିକ ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ ହେବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମୂର୍ତାହାଣ୍ଡି ସରପଂଚ ବାସନ୍ତୀ ମାଝିଙ୍କ ନେତୃତ୍ୱରେ ପଂଚାୟତର ସମସ୍ତ ଗ୍ରାମରୁ ଶତାଧିକ ମହିଳା ଓ ପୁରୁଷ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକତ୍ରିତ ହେବା ସହିତ ମୂର୍ତାହାଣ୍ଡି ପଂଚାୟତର ସଦର ମହକୁମା ମୁଖ୍ୟରାସ୍ତା ଉପରେ ଦୀର୍ଘ ୧୫ବର୍ଷ ଧରି ଏକ ବିହାରୀ ଭାଟି ଓ ଦେଶୀ ମଦ ବିକ୍ରି କେନ୍ଦ୍ର ଖୋଲାଯାଇଛି । ଯାହାଫଳରେ ନିକଟରେ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ଏହାର କୁ-ପ୍ରଭାବ ପଡୁଥିବା ବେଳେ ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ସାଧାରଣଲୋକ ମଦୁଆଙ୍କ ଦୌରାତ୍ମର ଶିକାର ହେଉଛନ୍ତି । ଏମିତିକି କେତେକ ଗ୍ରାମବାସୀ ଏହି ମଦ ପିଇ ସର୍ବହରା ହେବା ସହିତ ସର୍ବଦା ପାରିବାରିକ ଅଶାନ୍ତି ଲାଗିରହୁଛି । ସେହିଭଳି ମଦୁଆଙ୍କ ପ୍ରଭାବରେ ଗ୍ରାମରେ ପ୍ରାୟ ସମୟ ଗଣ୍ଡଗୋଳ ଲାଗିରହୁଛି । ଏଣୁ ଏହାକୁ ବନ୍ଦ କରିବା ପାଇଁ ପଂଚାୟତର ମହିଳା ଓ ପୁରୁଷମାନେ ମିଳିତ ଭାବେ ମଦବିକ୍ରିକୁ ବନ୍ଦ କରିଛନ୍ତି । ଏହି ମଦଭାଟି ବନ୍ଦ ପରଠାରୁ ପଂଚାୟତରେ ଶାନ୍ତି ପ୍ରତିଷ୍ଠା ହୋଇଥିବା ବେଳେ କେତେକ କୁ- ଚକ୍ରୀ ବ୍ୟକ୍ତି ଏହାକୁ ପୁନର୍ବାର ଖୋଲିବା ପାଇଁ ଉଦ୍ୟମ ଚଳାଇଛନ୍ତି ଏବଂ ସେମାନେ କେତେକ ଗ୍ରାମବାସୀଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରିବା ଓ ଫୌଜଦାରୀ ମାମଲା ଥାନାରେ ରୁଜୁ କରି ଗ୍ରାମବାସୀଙ୍କୁ ହଇରାଣ ହରକତ କରୁଥିବାରୁ ଏ ଦିଗରେ ଜିଲାପାଳ ତୁରନ୍ତ ହସ୍ତକ୍ଷେପ କରି  ଚକ୍ରାନ୍ତକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ମିଥ୍ୟା ମାମଲା ପ୍ରତ୍ୟାହାର କରିବା ପାଇଁ ଗ୍ରାମବାସୀମାନେ ଲିଖିତ ଭାବେ ଜଣାଇଛନ୍ତି । ନଚେତ ଆଗାମୀ ଦିନରେ ସମସ୍ତ ଗ୍ରାମବାସୀ ଏକଜୁଟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ଚେତବାନୀ ଦେଇଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଶାମଦେବ ହରିଜନ, ବୁଦ୍ଧସିଂ ବିଷୋୟୀ, ପଦ୍ମା ପୂଜାରୀ, ସୁନାଧର ମାଝୀ, ରାଜେଶ୍ୱରୀ ପୂଜାରୀ, ରଘୁପତି ମାଝୀ, ରାନୁ ବାରିକ, ପୁଷ୍ପା ପୂଜାରୀ, ନାରାୟଣ ବଞ୍ଜାରା, ଜୟରାମ ବଞ୍ଜାରା, ଯମୁନା ନାୟକଙ୍କ ସହିତ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବିଦେଶୀ ପକ୍ଷୀ ଜବତ, ୩ ଗିରଫ

ଖୋର୍ଦ୍ଧା, ୧୬/୧୨/୨୦୧୯(ଓଡ଼ିଶା ସମାଚାର)-  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ୱାଇଲ୍ଡ ଲାଇଫ୍ ପକ୍ଷରୁ ଚଢ଼ଉ କରାଯାଇ ୩ଜଣ ପକ୍ଷୀ ଶିକାରୀଙ୍କୁ ଗିରଫ …

Leave a Reply

Your email address will not be published. Required fields are marked *