Thursday , November 14 2019
Breaking News
Home / ରାଜନୀତି / ବିଷ୍ଣୁଙ୍କ ଦବଦବା କାମ କରୁନି ରଘୁନାଥପୁର ଅଂଚଳରେ

ବିଷ୍ଣୁଙ୍କ ଦବଦବା କାମ କରୁନି ରଘୁନାଥପୁର ଅଂଚଳରେ

ତାରପୁର, ୧୭/୧୦/୨୦୧୯ (ଓଡ଼ିଶା ସମାଚାର)- ତିର୍ତୋଲ ନିର୍ବାଚନ ମଣ୍ଡଳୀ ରଘୁନାଥପୁର ବ୍ଲକ୍ ଅଂଚଳରେ ବିଧାୟକ ବିଷ୍ଣୁ ଦାସଙ୍କ  ଦବଦବା କାମ କରୁନଥିବା ଚର୍ଚ୍ଚା ଜୋର ଧରିଛି । ଫଳରେ ତାଙ୍କ କର୍ମୀମାନେ  ନିଜକୁ ଅସହାୟ ମନେକରୁଛନ୍ତି ।  ସୂଚନାଯୋଗ୍ୟ କି  ପୂର୍ବରୁ ବିଧାୟିକା ଥିବା ଡ଼ଃ ରାଜଶ୍ରୀ ମଲିକ ଙ୍କର କର୍ମୀମାନେ ବିଭିନ୍ନ ଦଳିୟ କାର୍ଯ୍ୟକ୍ରମରେ  ସକ୍ରୀୟ ରହୁଥିବାବେଳେ  ଏହି ବ୍ଲକ୍ ର ବିଷ୍ଣୁ ଗୋଷ୍ଠି ଓ ରାଜଶ୍ରୀ ଗୋଷ୍ଠିଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହେଉଥିଲା । କିନ୍ତୁ ଏଠାରେ  ବିଷ୍ଣୁ ଦାସ ବିଧାୟକ ଭାବେ ୪୦ ହଜାରରୁ ଅଧିକ ଭୋଟ ରେ ଜିତି ଆସିଥିବାବେଳେ ନିର୍ବାଚନ ଯିବାର ୫ ମାସ ପରେ ମଧ୍ୟ ଅଂଚଳରେ କୌଣସି ଦଳିୟ କାର୍ଯ୍ୟକ୍ରମ  ହେଉନଥିବା ପରିଲକ୍ଷିତ ହେଉଥିବାବେଳେ  କିଛି କାର୍ଯ୍ୟକ୍ରମକୁ ସାଂସଦଙ୍କ ଗୋଷ୍ଠି ଆଗେଇ ନେଉଥିବା ଆଲୋଚନା ହେଉଛି । ସାଂସଦଙ୍କ ସମର୍ଥକ ବ୍ଲକ୍ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀ ତାଙ୍କ କର୍ମୀ ମାନଙ୍କ ସହିତ  ଦଳିୟ ସଭ୍ୟ ସଂଗ୍ରହ ଠାରୁ ଆରମ୍ଭ କରି  ଜନ ସମ୍ପର୍କ ପଦଯାତ୍ରା ପର୍ଯ୍ୟନ୍ତ ସବୁଥିରେ ଆଗରେ ଅଛନ୍ତି ।  ଅପର ପକ୍ଷରେ ଦୀର୍ଘ ୧୪ ମାସ ପରେ  ଅନୁଷ୍ଠିତ ହେଉଥିବା ପଂଚାୟତ ସମିତି ବୈଠକରେ  ବିଷ୍ଣୁ ଦାସଙ୍କ ସମର୍ଥôତ ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନାସରିତା ବଳ ଓ ପଂଚାୟତ ପ୍ରତିନିଧିମାନେ  ନିଜର ଅକ୍ଷମତା ପ୍ରକାଶ କରିବାରୁ ବିଷ୍ଣୁ ଦାସ ନିଯେ ବୈଠକ ବାତିଲ କରିବାକୁ କହି ନିଜ ସ୍ଥାନରୁ ଉଠି ଚାଲିଯାଇଥିଲେ ।  ସେହିପରି ଉଭୟ ସାଂସଦ ଓ ବିଧାୟକଙ୍କ ମଧ୍ୟରେ  ମତାନ୍ତର ଲାଗି ରହିଥିବାରୁ  ବ୍ଲକ୍ ରେ ପଡ଼ି ରହିଥିବା ବାତ୍ୟା ଫନିର ୨ କୋଟି ୩୦ ଲକ୍ଷ ଅନୁଦାନ ଟଙ୍କା କୌଣସି କାମରେ ଲାଗିପାରୁନାହିଁ ।  ଏଥିସହିତ ବ୍ଲକ୍ ଅଂଚଳରେ କୌଣସି ଉନ୍ନୟନ କାର୍ଯ୍ୟ ହୋଇ ନପାରି ରଘୁନାଥପୁର ବ୍ଲକ୍ ଏକ ପ୍ରକାର ଠପ ହୋଇ ପଡ଼ି ରହିଛି ।  କେବେ ଏ ସବୁ ସମସ୍ୟାର ସମାଧାନ ହେବ ତାହା ଦେଖିବାକୁ ବାକି ରହିଲା ବୋଲି ଉଭୟ ଗୋଷ୍ଠି ଅନାଇ ବସିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

୫ଟି ଜିଲ୍ଲାର ବିଜୁ ଯୁବ ବାହିନୀ ସ୍ୱେଚ୍ଛାସେବୀଙ୍କୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷଙ୍କ ଆହ୍ୱାନ

‘ବାତ୍ୟା ପୂର୍ବ ଓ ପରବର୍ତୀ ସ୍ଥିତିରେ ଜିଲ୍ଲା ପ୍ରଶାସନ ସହଯୋଗରେ ଲୋକଙ୍କ ସହାୟତା କର’ ଭୁବନେଶ୍ୱର ,୦୯/୧୧/୨୦୧୯(ଓଡ଼ିଶା ସମାଚାର)- ଘୂର୍ଣ୍ଣି …

Leave a Reply

Your email address will not be published. Required fields are marked *