Thursday , November 14 2019
Breaking News
Home / ବିଶେଷ / ବିଶ୍ୱ ହାତଧୁଆ ଦିବସ ପାଳିତ

ବିଶ୍ୱ ହାତଧୁଆ ଦିବସ ପାଳିତ

କଟକ,୧୮/୧୦/୨୦୧୯(ଓଡ଼ିଶା ସମାଚାର)-କଟକ ସେଂଟ୍ରାଲ ରୋଟାରୀ କ୍ଲବ ଆନୁକୂଲ୍ୟରେ ଝାଞ୍ଜିରୀମଙ୍ଗଳାସ୍ଥିତ ଗଣପତି ଶିଶୁ ବିଦ୍ୟାମନ୍ଦିରଠାରେ ବିଶ୍ୱ ହାତଧୁଆ ଦିବସ ପାଳିତ ହୋଇଯାଇଛି । ରୋଟାରୀ କ୍ଲବର ସଭାପତି ବିଦୁ୍ୟତ କୁମାରୀ ଲାଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ କ୍ଲବର ପୂର୍ବତନ ଗଭର୍ଣ୍ଣର ଏବି. ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସଭାନେତ୍ରୀ ସୁଜାତା ମହାପାତ୍ର, ମୁଖ୍ୟବକ୍ତା ଭାବେ କଟକ ମହାନଗର ନାଗରିକ ମହାସଭାର ସଭାପତି ଡାକ୍ତର ରବି ରଞ୍ଜନ ସାହୁ, ସମ୍ମାନିତ ବକ୍ତା ଭାବେ ଯୋଗେନ୍ଦ୍ର ନାଥ ବସ୍ତିଆ ଯୋଗଦେଇ ସଫାସୁତରା ରହିବା, ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି, ପାଣିର ସ୍ୱଚ୍ଛତା ଆଦି ବିଶ୍ୱ ହାତଧୁଆ ଦିବସ ଏକ ଅଭିଯାନ, ଯାହା ଜୀବାଣୁମୁକ୍ତ ରହିବା ପାଇଁ ପ୍ରେତ୍ସାହିତ କରେ ବୋଲି ମତବ୍ୟକ୍ତ କରିଥିଲେ । ରୋଟାରୀଆନ୍ ସତ୍ୟଗୋପାଳ ପରିଡ଼ା, ପ୍ରଣବ ବିଶ୍ୱାଳ, ସନ୍ତୋଷ ସାହୁ, ଦିଶାନ୍ତ ସାଠିଆ, ଦାମୋଦର ସାହୁ, ଏସ୍ କେ. ବେହେରା, ସନ୍ଧ୍ୟାରାଣୀ ସାହୁ, ରଶ୍ମିତା ମହାନ୍ତି, ପ୍ରସାଦ ସ୍ୱାଇଁ, ଲକ୍ଷ୍ମୀପ୍ରିୟା ସ୍ୱାଇଁ, ଶୁଭଶ୍ରୀ ମୂଳିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ସଚେତନତା ପ୍ରଚାରପତ୍ର ବିତରଣ କରାଯାଇଥିଲା । ଯୋଗେନ୍ଦ୍ରନାଥ ବସ୍ତିଆ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲା ଶିଶୁ ଶ୍ରମିକ ଟ୍ରାସ୍କଫୋର୍ସ କମିଟି ପକ୍ଷରୁ ରଘୁନାଥପୁର ବଜାରରେ ଚଢାଉ – ୩ ଜଣ ଶିଶୁ ଶ୍ରମିକ ଉଦ୍ଧାର

ରଘୁନାଥପୁର,୧୪/୧୧/୨୦୧୯(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାରେ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାପାଳ ଦାଇତ୍ୱ ନେବା ପରଠାରୁ ବିଭିନ୍ନ ଅଫିସରେ କାର୍ଯ୍ୟ କରିବାପାଇଁ …

Leave a Reply

Your email address will not be published. Required fields are marked *