Monday , December 9 2019
Home / ସ୍ୱାସ୍ଥ୍ୟ / ବିଶ୍ୱ ମଧୁମେହ ଦିବସ

ବିଶ୍ୱ ମଧୁମେହ ଦିବସ

ଭଦ୍ରକ, ୧୬/୧୧/୨୦୧୯(ଓଡ଼ିଶା ସମାଚାର)-ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଅଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଜଗନ୍ନାଥ ପହିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଡାକ୍ତର ମୁରଲୀଧର ନାୟକ ,ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡାକ୍ତର ପ୍ରଦୀପ କୁମାର ଖୁଂଟିଆ (ଏଡିଏମଓ) ମେଡିକାଲ,ଡାକ୍ତର ମୀନକେତନ ମହାନ୍ତି ବରିଷ୍ଠ ଭେଷଜ ବିଶେଷଜ୍ଝ ଯୋଗ ଦେଇ ମଧୁମେହ ରୋଗର କାରଣ ଓ ନିରାକରଣ ଏବଂ ଚିକିତ୍ସା ସମ୍ବଦ୍ଧରେ ଆଲୋକପାତ କରିବା ସଂଗେ ସଂଗେ ସନ୍ତୁଳିତ ଖାଦ୍ୟ ଗ୍ରହଣ, ବ୍ୟାୟମ,ଯୋଗ,ଅତ୍ୟଧିକ ଚାପକୁ ନିଜେ କମାଇବା ପାଇଁ କରମର୍ଶ ଦେଇଥିଲେ । ବିଶ୍ୱ ମଧୁମେହ ଦିବସ ଉପରେ ମୁଖ୍ୟ ଚିକିତ୍ସାଧିକାରୀ ବକ୍ତବ୍ୟରେ ଶ୍ରୀ ପହି କହିଥିଲେ ମଧୁମେହ ରୋକୁ ନେଇ ଭୟଭୀତ ନହୋଇ ଏହି ରୋଗର ନିରୂପଣ ଓ ଚିକିତ୍ସା ସମସ୍ତ ସରକାରୀ ଡାକ୍ତରଖାନରେ ବିନାମୂଲ୍ୟରେ ଉପଲବ୍ଧ ହେଉଅଛି । ପ୍ରାରମ୍ଭରେ ଜନସ୍ୱାସ୍ଥ୍ୟ ସଞ୍ଚରଣ ଅଧିକାରୀ ଯଶୋବନ୍ତ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଡିଭାଇନ୍ ନସିଂ ବିଦ୍ୟାଳୟର ଛାତ୍ରୀମାନେ ଯୋଗ ଦେଇ ବକ୍ତୁତା ପ୍ରତିଯୋଗିତାରେ ଭାଗ ନେଇଥିଲେ । ଶେଷରେ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ ସହ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଦର ଡାକ୍ତରଖାନର ସମସ୍ତ କର୍ମଚାରୀ.ଅଶା ଓ ଅଙ୍ଗନୱାଡିକର୍ମୀମାନେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଛାତ୍ର,ଛାତ୍ରୀଙ୍କୁ ଜାପାନୀଜ ଏନସେଫାଲାଇଟିଜ  ଟିକାଦାନ

ରଘୁନାଥପୁର, ୦୫/୧୨/୨୦୧୯(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ ତଅଁରା ପଂଚାୟତ ରାମଚନ୍ଦ୍ରପୁର ଗ୍ରାମର ଜୟପ୍ରକାଶ ଶିକ୍ଷା ନିକେତନରେ ଛାତ୍ର,ଛାତ୍ରୀ ମାନଙ୍କୁ ଜାପାନୀଜ ଏନସେଫାଲାଇଟିଜ  …

Leave a Reply

Your email address will not be published. Required fields are marked *