Sunday , December 8 2019
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

ଜଗତସିଂହପୁର, ୩୦/୦୯/୨୦୧୯ ( ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲା ସଦର ମହକୁମାଠାରେ ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଶୋଭାଯାତ୍ରାକୁ ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ ଉଦଘାଟନ କରିଥିଲେ  । ଏକ ଶୋଭାଯାତ୍ରା କଲେଜଛକ ଠାରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାରେ ଏସଭିଏମ କଲେଜ ଓ ଶ୍ରୀକୃଷ୍ଣ ଏକାଡେମୀର ଛାତ୍ରଛାତ୍ରୀ, ଏନସିସି ଛାତ୍ରଛାତ୍ରୀଙ୍କ ଦ୍ୱାରା ହାଟବଜାରରେ ସୋମନାଥ ମନ୍ଦିର ଓ ଆଖପାଖ ସଫାସୁତୁରା କରାଯାଇଥିଲା । ଏଥିରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀରଞ୍ଜନ ପଟ୍ଟନାୟକ, ଭୂଅର୍ଜନ ଅଧିକାରୀ ବିବୁଧ କୁମାର ମହାନ୍ତି, ଜିଲା କ୍ରୀଡା ଅଧିକାରିଣୀ ବିଶ୍ୱବିଜୟିନୀ ପଟ୍ଟନାୟକ, ସଂସ୍କୃତି ବିଭାଗର କବିତା ମୁର୍ମୁ, ରିନାରାଣୀ ସୋରେନ୍, କାଜଲ କୁମାର ମଲିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶ୍ରୀକୃଷ୍ଣ ଏକାଡେମୀର ଏନସିସି ଶିକ୍ଷକ ରାଇଚରଣ ତ୍ରିପାଠୀଙ୍କ ତତ୍ୱାବଧାନରେ ଏନସିସି ଛାତ୍ରମାନେ ସଫେଇ କାର୍ଯ୍ୟ ସମ୍ପାଦନ କରଥିଲେ । ଓଡ଼ିଶା ସମାଚାର

About admin

Check Also

ଶାସ୍ତ୍ରୀୟ ଓଡିଶୀ ଓ କଥକରେ ନୃତ୍ୟମୁଖର କୋଣାର୍କ ମୁକ୍ତାକାଶ ମଂଚ

(କୋଣାର୍କ ଉତ୍ସବ-୨୦୧୯ ଉଦଘାଟିତ) ଭୁବନେଶ୍ୱର ,୦୨/୧୨/୨୦୧୯(ଓଡ଼ିଶା ସମାଚାର)- ଅର୍କ କ୍ଷେତ୍ର କୋଣାର୍କର ପାଦଦେଶରେ ଥିବା ଭବ୍ୟ ମୁକ୍ତାକାଶ ମଂଚରେ ପର୍ଯ୍ୟଟନ …

Leave a Reply

Your email address will not be published. Required fields are marked *