Thursday , November 14 2019
Breaking News
Home / ସ୍ୱାସ୍ଥ୍ୟ / ବିଶ୍ୱ ଦୃଷ୍ଟି ଦିବସ ଅବସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ବିଶ୍ୱ ଦୃଷ୍ଟି ଦିବସ ଅବସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ସାଲେପୁର, ୧୧/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)- ବିଶ୍ୱ ଦୃଷ୍ଟି ଦିବସ ଅବସରରେ ଏସିଲର ୨.୫ ଏନ୍.ଭି.ଜି. ଓ ମହାନ୍ତି ଅପ୍ଟିକାଲ୍ ପ୍ରିମିୟମ୍ର ମିଳିତ ସହଯୋଗରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଓଡ଼ିଶାର ସୁନାମଧନ୍ୟ ଚକ୍ଷୁ ଚିକିତ୍ସକ ବିପିନ ବିହାରୀ ପଣ୍ଡା, ପିଂଟୁ ପ୍ରଧାନ ଯୋଗଦେଇ ଚକ୍ଷୁ ପରୀକ୍ଷା ନିରୀକ୍ଷା କରିବା ସହ ଔଷଧ ବିତରଣ କରିବା ସହ ଚଷମା ବଂଟନ କରାଯାଇଥିଲା । ଏଥିରେ ୪୫ରୁ ଉଦ୍ଧ୍ୱର୍ ଚକ୍ଷୁ ରୋଗୀଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏସିଲର ୨.୫ଏନ୍.ଭି.ଜି.ର ଓଡ଼ିଶା ମୁଖ୍ୟ ଅମିତାଭ ଦାଶ, ଜିଲ୍ଲା ମୁଖ୍ୟ ଚନ୍ଦ୍ରଶେଖର ମଲ୍ଲିକ, ମହାନ୍ତି ଅପ୍ଟିକାଲ ପ୍ରିମିୟମ୍ର ମିଲୁ ମହାନ୍ତି, ପ୍ରଦୋଷ ମହାନ୍ତି, ପ୍ରତାପ ମହାନ୍ତି ଉପସ୍ଥିତ ରହି ଏହି ଶିବିରକୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଅସ୍ତ୍ରୋପଚାର ସମୟରେ ଡାକ୍ତର ଖାଦ୍ୟନଳୀ କାଟିଦେବାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

କେନ୍ଦ୍ରାପଡା,୦୯/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନୈକ ମହିଳାଙ୍କର ଅସ୍ତ୍ରୋପଚାର କରାଯାଇ ଏକ ଶିଶୁକନ୍ୟା ଜନ୍ମ ହେବା ସମୟରେ ଡାକ୍ତରଙ୍କ …

Leave a Reply

Your email address will not be published. Required fields are marked *