Tuesday , February 25 2020
Breaking News
Home / ବିଶେଷ / ବିଶ୍ୱେଶର ମହାଦେବଙ୍କ କଳସ ଶୋଭାଯାତ୍ରା

ବିଶ୍ୱେଶର ମହାଦେବଙ୍କ କଳସ ଶୋଭାଯାତ୍ରା

ତାରପୁର, ୧୩/୦୨/୨୦୨୦ (ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ ରାଧାନଗର(ଭାଲିଆମ ମଠ) ସ୍ଥିତ ବିଶ୍ୱେଶର ମହାଦେବଙ୍କ ୩ୟ ବାର୍ଷିକ ଉତ୍ସବ ନିମନ୍ତେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ବିଶ୍ୱଶାନ୍ତି ମହାଯଜ୍ଞ ୪ ଦିନ ଧରି ଚାଲିବାକୁ ଥିବାବେଳେ ଆଜି ଅଂଚଳବାସୀଙ୍କ ପକ୍ଷରୁ ତାରପୁର ମହାନଦୀର ନାରାୟଣୀ ଘାଟରୁ ୨୦୧ କଳସ ଉଠାଯାଇ ଦୀର୍ଘ ୩ କିମି ବାଟ ଅତିକ୍ରମ କରି ମହିଳା ଓ ପୁରୁଷମାନେ ବିଶ୍ୱେଶର ମହାଦେବଙ୍କ ପୀଠରେ ପହଂଚିଥିଲେ । ସେଠାରେ ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀ ମାନଙ୍କ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ଏହି ବିଶ୍ୱଶାନ୍ତି ମହାଯଜ୍ଞ ୪ ଦିନ ଧରି ଚାଲିବ ବୋଲି ପରିଚାଳନା କମିଟିର କର୍ମକର୍ତାମାନେ ପ୍ରକାଶ କରିଛନ୍ତି । ବୁଧବାର ଦିନ ଅଙ୍କୁରାରୋପଣ ଓ ଅଧିବାସ ଅନୁଷ୍ଠିତ ହୋଇଥିବାବେଳେ ଗୁରୁବାର ସୂର୍ଯ୍ୟପୂଜା, ଗୋ ପୂଜା, ମଣ୍ଡଳଆଦି ପୂଜା , ଅଗ୍ନୀ ସ୍ଥାପନ ଓ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଛି । ଶୁକ୍ରବାର ଫାଲଗୁନ କୃଷ୍ଣ ୬ ଷ୍ଠି ଦିବସରେ ରୁଦ୍ରାଭିଷେକ , ଶ୍ରୀ ଶ୍ରୀ ବିଶ୍ୱେଶର ଙ୍କ ରାଜରାଜଧିଶ୍ୱର ବେଶ ଦର୍ଶନ, ଶନିବାର ଫାଲଗୁନ କୃଷ୍ଣ ୭ମୀ ତିଥିରେ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିସହିତ ପ୍ରତ୍ୟହ ମାଗଣା ଦିବା ରାତ୍ରି ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ରଙ୍ଗ ବେରଙ୍ଗର ଆଲୋକମାଳାରେ ଯଜ୍ଞସ୍ଥଳ ସଜିତ ହୋଇଥିବାବେଳେ ପ୍ରତ୍ୟହ ସନ୍ଧ୍ୟାରେ ଭଜନ କୀର୍ତନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ଧର୍ମ କାର୍ଯ୍ୟରେ ସପରିବାରେ ଯୋଗଦେବାପାଇଁ ପରିଚାଳନା କମିଟି ତଥା ଗ୍ରାମବାସୀଙ୍କ ତରଫରୁ ଅନୁରୋଧ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ପୁରାତନ ବିଦ୍ୟାର୍ଥୀ ପରିଷଦ ଗଠନ , ହୀରକ ଜୟନ୍ତୀ ପାଳନ, ମୋ ସ୍କୁଲ କମିଟି ଗଠନ କରାଯାଇ ବିଦ୍ୟାଳୟର ବିକାଶ ଓ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅଂଟା ଭିଡ଼ିଲେ ପ୍ରାକ୍ତନ ବିଦ୍ୟାର୍ଥୀ

ତାରପୁର, ୨୪/୦୨/୨୦୨୦ (ଓଡ଼ିଶା ସମାଚାର)-ତିର୍ତୋଲ ବ୍ଲକ୍ ଅନ୍ତର୍ଗତ କୃଷ୍ଣାନନ୍ଦପୁର ଠାରେ ଥିବା ହାଜି ସେଖ ସମିରୁଦ୍ଦିନ୍ ହାଇସ୍କୁଲ ର ୧୯୮୧ …

Leave a Reply

Your email address will not be published. Required fields are marked *