Tuesday , August 20 2019
Breaking News
Home / ରାଜନୀତି / ବିଶ୍ୱଭୁଷଣ ବାବୁ ତାଙ୍କର ଯଥାର୍ଥ ସମ୍ମାନ ପାଇଛନ୍ତି – ଖାରବେଳ ସ୍ୱାଇଁ

ବିଶ୍ୱଭୁଷଣ ବାବୁ ତାଙ୍କର ଯଥାର୍ଥ ସମ୍ମାନ ପାଇଛନ୍ତି – ଖାରବେଳ ସ୍ୱାଇଁ

ଭୁବନେଶ୍ୱର, ୧୭/୦୭/୨୦୧୯ (ଓଡ଼ିଶା ସମାଚାର)- ଓଡ଼ିଶା ରାଜନୀତିର ଭୀଷ୍ମ ପିତାମହ ସଦୃସ ଓ ଲୌହ ପୁରୁଷ ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ରୂପେ ନିଯୁକ୍ତି ପାଇଥିବା ହେତୁ ତାଙ୍କୁ ଶ୍ରୀ ମହାମେଘବାହନ ଐର ଖାବେଳ ସ୍ୱାଇଁ ଅଭିନନ୍ଦନ ଜଣାଇନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସେଥିପାଇଁ ଓଡ଼ିଶାବାସୀଙ୍କ ପକ୍ଷରୁ ଅଭିନନ୍ଦନ । ଭାରତୀୟ ଜନସଂଘଠାରୁ ଆରମ୍ଭ କରି ଦଳର ବିଶିଷ୍ଟ ପଦପଦବୀ ଓ ସରକାରରେ ମନ୍ତ୍ରୀ ପଦପାଇଥିବା ବିଶ୍ୱଭୂଷଣ ରାଜ୍ୟପାଳ ହେବା ପାଇଁ ଜଣେ ଅତ୍ୟନ୍ତ ଯୋଗ୍ୟ ବ୍ୟକ୍ତି । ବାସ୍ତବରେ ୫ ବର୍ଷ ତଳେ ତାଙ୍କୁ ରାଜ୍ୟପାଳ କରାଯିବା କଥା ଥିଲା । କିନ୍ତୁ ରାଜନୈତିକ କାରଣ ଯୋଗୁଁ ସେ ରାଜ୍ୟପାଳ ହୋଇପାରିନଥିଲେ । ଏବେ ଅତୀତରେ ଓଡ଼ିଆମାନେ ବିହାର ତଥା ଆସାମ, ଅରୁଣାଚଂଳ ପ୍ରଦେଶ, ମଣିପୁର ଆଦି ଉତର ପୂର୍ବ ରାଜ୍ୟମାନଙ୍କର ରାଜ୍ୟପାଳ ଓଡ଼ିଆମାନଙ୍କୁ ଦିଆହୋଇଥିଲା । କେବଳ ସ୍ୱାଧୀନତା ପରେ ଡ଼ଃ ହରେକୃଷ୍ଣ ମହତାବ, ବିଶ୍ୱନାଥ ଦାସଙ୍କ ପରି ବିଶିଷ୍ଟ ଓଡ଼ିଆମାନେ ବମ୍ବେ, ଉତର ପ୍ରଦେଶର ରାଜ୍ୟପାଳ ପଦ ମଣ୍ଡନ କରିଥିଲେ । ଆଜି ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ପଦ ମଣ୍ଡନ କରି ବିଶ୍ୱଭୂଷଣ ବାବୁ ଓଡ଼ିଆ ଜାତିର ମର୍ଯ୍ୟାଦା  ବୃଦ୍ଧି କରିବେ । ତେଣୁ ପୁଣି ଥରେ ତାଙ୍କ ପାଇଁ ଆମେ ଗର୍ବ ଅନୁଭବ କରୁଛୁ । ସେ ଓଡ଼ିଆ ଜାତିର ମର୍ଯ୍ୟାଦା ବଢ଼ାନ୍ତୁ । ଓଡ଼ିଶା ସମାଚାର

About admin

Check Also

ଭୁବନ ବିଜେପି ତରଫରୁ ବାଜପେୟୀ ଙ୍କ ଶ୍ରାଦେ୍ଧାତ୍ସବ,ସ୍ମୃତିଚାରଣ ସଭା ଅନୁଷ୍ଠିତ

  ବାଜପେୟୀ ଙ୍କ ଶ୍ରାଦେ୍ଧାତ୍ସବ,ସ୍ମୃତିଚାରଣ ସଭା ଅନୁଷ୍ଠିତଭୁବନ,୧୬/୦୮/୨୦୧୯(ଓଡ଼ିଶା ସମାଚାର)-ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ପ୍ରାଣ ପ୍ରତିଷ୍ଠାତା ଅଟଳବିହାରୀ ବାଜପେୟୀ ଙ୍କ …

Leave a Reply

Your email address will not be published. Required fields are marked *