Thursday , September 19 2019
Breaking News
Home / ବିଶେଷ / ବିଶିଷ୍ଟ ଡାକ୍ତରଙ୍କ ପରଲୋକ

ବିଶିଷ୍ଟ ଡାକ୍ତରଙ୍କ ପରଲୋକ

 

ସାଲେପୁର, ୧୩/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) – ସାଲେପୁର ଅଂଚଳର ସ୍ୱନାମଧନ୍ୟ ଡାକ୍ତର ତଥା ପୁରୀ ଜିଲ୍ଲା ଅବସରପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ବଂଶୀଧର ଦାସଙ୍କର ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି ରୋଗାଗ୍ରସ୍ତ ହୋଇ ଏକ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାରେ ତାଙ୍କର କୌଣସି ସୁଫଳ ନମିଳିବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ଘରକୁ ନେଇଆସିଥିଲେ । ଆଜି ପୂର୍ବାହ୍ଣ ୧୧.୧୫ମି.ରେ ତାଙ୍କ  ମାଛୁଆତିସ୍ଥିତ ନିଜ ବାସଭବନରେ ତାଙ୍କର ମୃତୁ୍ୟ ଘଟିଛି । ମୃତୁ୍ୟବେଳକୁ ତାଙ୍କର ବୟସ ୭୦ ବୋଲି ଜଣାଯାଇଛି । ତାଙ୍କର ମୃତୁ୍ୟରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ସେ ଜଣେ ସ୍ୱନାମଧନ୍ୟ ଡାକ୍ତର ଭାବେ ସାଲେପୁର ସମେତ ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ଓସିଏ ର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କଲା

କଟକ,୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଓସିଏ ର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କଲା । ଆଜି ବଢ଼ି ଭୋର …

Leave a Reply

Your email address will not be published. Required fields are marked *