Tuesday , January 28 2020
Breaking News
Home / ବିଶେଷ / ବିଲୁପ୍ତ ବାଦୁଡି ପ୍ରଜାତି

ବିଲୁପ୍ତ ବାଦୁଡି ପ୍ରଜାତି

ମାହାଙ୍ଗା , ୦୯/୧୨/୨୦୧୯(ଓଡିଶା ସମାଚାର /ଅଭୟ ଜେନା) :ପକ୍ଷୀ ମାନଙ୍କ ସୁରକ୍ଷା ପାଇଁ ବନବିଭାଗ ସବୁବେଳେ ତତ୍ପର ବୋଲି କୁହାଗଲେବି ସତେଯେମିତି  ବାଦୁଡି ମାନଙ୍କର ସୁରକ୍ଷା ଓ ବଂଶ ବୃଦ୍ଧି ପ୍ରତି ଏହି ବିଭାଗ ନିଜ ଦାୟୀତ୍ୱ ଭୁଲିଯାଇଛି ।  କାରଣ ଏହି ପ୍ରଜାତି ର ପକ୍ଷୀ ସଂସାରରେ ପ୍ରାୟ ବିଲୁପ୍ତ ହେବାକୁ ବସିଥିବା ବେଳେ ସେମାନଙ୍କ ସୁରକ୍ଷା ପ୍ରତି ପ୍ରଶାସନର ନିଘାନାହିଁ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ  ଗୋପାଳପୁର ଓ ଭଦ୍ରେଶ୍ବର ପଂଚାୟତରେ ଥିବା ଗ୍ରାମ୍ୟ ଜଙ୍ଗଲ  ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବେଧଡକ ଗଛ କଟା ସାଙ୍ଗକୁ ବାଦୁଡି ଶିକାର କାରଣରୁ ଏହି ବାଦୁଡ଼ି ମାନଙ୍କ ପ୍ରଜାତି ବିଲୁପ୍ତ ହେବାକୁ ଯାଉଛି। ସୂଚନାଯୋଗ୍ୟ ପ୍ରାୟ ୬୦ ବର୍ଷ ରୁ ଅଧିକ ସମୟ ହେବ ଏହି ଗ୍ରାମ୍ୟ ଜଙ୍ଗଲରେ ବଡ଼ ବଡ଼ ଗଛରେ ହଜାର ହଜାର ସଂଖ୍ୟାର ବାଦୁଡି ବସା ବାନ୍ଧି ରହୁଥିଲେ । ହେଲେ ମାନବୀୟ କ୍ରୁରତା  ଏବଂ ପ୍ରକୃତିକ ବିପର୍ୟ୍ୟୟ କାରଣରୁ ବାଦୁଡି ବଂଶ କ୍ରମଶଃ ହ୍ରାସ ପାଇବାରେ ଲାଗିଛି।୧୯୯୯  ମହାବାତ୍ୟା,ହୁଡହୁଡ କିମ୍ବା ଫନି ଭଳି ପ୍ରାକୃତିକ ବିପର୍ୟ୍ୟୟ ରେ ମରିହଜି ଯାଉଥିବା ଏଭଳି ପକ୍ଷୀ ମାନଙ୍କ  ସୁରକ୍ଷା ପାଇଁ ସେଭଳି କିଛି ପଦକ୍ଷେପ ବନ ବିଭାଗ ନେଇନାହିଁ। ଏନେଇ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ମାନେ ବନବିଭାଗ ଓ ସରକାରଙ୍କୁ ବାଦୁଡି ମାନଙ୍କ ସୁରକ୍ଷା ପାଇଁ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

  ମୀରାବାଇ କଳା ସଂସ୍କୃତି ମହାବିଦ୍ୟାଳୟ ତରଫରୁ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନ ୨୭/୦୧/୨୦୨୦ (ଓଡ଼ିଶା ସମାଚାର)- ଭୁବନ  ମୀରାବାଇ କଳା ସଂସ୍କୃତି ମହାବିଦ୍ୟାଳୟ ତରଫରୁ ୭୧ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ …

Leave a Reply

Your email address will not be published. Required fields are marked *