Friday , October 18 2019
Breaking News
Home / ରାଜନୀତି / ବିଲୁଆଖାଇ ନଦୀ ପଠାରୁ ନର୍ସଙ୍କ ମୃତଦେହ ଉଦ୍ଧାର – ବିଜେପି ମହିଳା ମୋର୍ଚ୍ଚାର ଘଟଣାସ୍ଥଳ ପରିଦର୍ଶନ

ବିଲୁଆଖାଇ ନଦୀ ପଠାରୁ ନର୍ସଙ୍କ ମୃତଦେହ ଉଦ୍ଧାର – ବିଜେପି ମହିଳା ମୋର୍ଚ୍ଚାର ଘଟଣାସ୍ଥଳ ପରିଦର୍ଶନ

ବିରିଡି, ୨୦/୦୯/୨୦୧୯(ଓଡ଼ିଶା ସମାଚାର)- ବିରିଡ଼ି ଥାନା ଅଧୀନ ବିଲୁଆଖାଇ ନଦୀ ପଠାରୁ ଉଦ୍ଧାର କରାଯାଇଥିବା ନର୍ସ ନିହାରିକା ପାତ୍ରଙ୍କ ମୃତଦେହ ପଡିଥିବା ସ୍ଥଳକୁ ଗୁରୁବାର ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଦଳର କର୍ମକର୍ତାମାନେ ପରିଦର୍ଶନ କରିଛନ୍ତି । ଦଳରେ ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା, ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ, ରାଜ୍ୟ ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ପ୍ରତିଭା ଶତପଥୀ, ମହିଳା ମୋର୍ଚ୍ଚାର ରାଜ୍ୟ ଉପସଭାନେତ୍ରୀ ଡ. ଐଶ୍ୱର୍ଯ୍ୟା ବିଶ୍ୱାଳ, ଜଗତସିଂହପୁର ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ କ୍ରିଷ୍ଣା ମହାନ୍ତି, ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ରଶ୍ମୀରେଖା ଦାସ, ସ୍ମୃତି ପଟ୍ଟନାୟକ, ମିଡିଆ ସେଲର ସଂଯୋଜିକା କସ୍ତୁରୀ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅନିତା ଦାସ ପ୍ରମୁଖ ବିଲୁଆଖାଇ ନଦୀ ପଠାକୁ ଯାଇ ଶବ ଉଦ୍ଧାର କରାଯାଇଥିବା ସ୍ଥଳକୁ ଦେଖିଥିଲେ । ରାଜ୍ୟରେ ମହିଳା, ଶିଶୁ ବିଭାଗ, ମହିଳା କମିଶନ, ଗୃହ ବିଭାଗ ରହୁଥିବାବେଳେ ରାଜ୍ୟ ସରକାର କେବଳ ଦଳୀୟ ମହିଳାଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ମୋର୍ଚ୍ଚାର ନେତ୍ରୀମାନେ ଭସôର୍ନା କରିଥିଲେ । ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଯୋଗାଇ ଦିଅନ୍ତୁ ବୋଲି ଦାବି କରିଥିଲେ । ପରେ ଦଳର ନେତ୍ରୀମାନେ ଜଗତସିଂହପୁର ଏସଡିପିଓ ପ୍ରକାଶ ଚନ୍ଦ୍ର ପାଲଙ୍କୁ ଭେଟି ହତ୍ୟାକାଣ୍ଡ ମାମଲା ତଦନ୍ତର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିବା ସହ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ୨୪ ଘଂଟା ମଧ୍ୟରେ ଗିରଫ କରିବାକୁ ଦାବି କରିଥିଲେ । ଏହି ମୋର୍ଚ୍ଚାର ନେତ୍ରୀମାନେ ମୃତ ସେବିକାଙ୍କ କୁଳକଇଜଙ୍ଗାସ୍ଥିତ ମାମୁଁ ଘରକୁ ଯାଇ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ସାହୁ, କୁମୁଦିନୀ ସେଠୀ, ଜୟଲକ୍ଷ୍ମୀ ମହାନ୍ତି, ସାଇଦା ଖାତୁନ୍, ଯାଜ୍ଞସେନୀ ଜେନା, କଳ୍ପନା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ପରିଦର୍ଶନ ଓ କାର୍ଯ୍ୟାନୁଷ୍ଠାନ ଯଥାର୍ଥ : ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି

ଭୁବନେଶ୍ୱର,୧୭/୧୦/୨୦୧୯ ( ଓଡ଼ିଶା ସମାଚାର)-ଓଡ଼ିଶା ସରକାରଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ବିଭିନ୍ନ ହସ୍ପିଟାଲ ପରିର୍ଶନ ଓ ତକ୍ରାଳ …

Leave a Reply

Your email address will not be published. Required fields are marked *