Saturday , February 29 2020
Breaking News
Home / କୃଷି / ବିରି ଅମଳ ନୈରାଶ୍ୟଜନକ , ଚାଷୀ ହତାଶ

ବିରି ଅମଳ ନୈରାଶ୍ୟଜନକ , ଚାଷୀ ହତାଶ

ଗରଦପୁର, ୨୫/୦୧/୨୦୨୦(ଓଡ଼ିଶା ସମାଚାର)- ଚଳିତ ବର୍ଷ ବିରି ଅମଳ ନୈରାଶ୍ୟ ଜନକ ହୋଇଥିବାରୁ ଚାଷୀମାନେ ହତାଶ ହୋଇପଡିଛନ୍ତି । ଚଳିତ ବର୍ଷ,ବର୍ଷାର ଅନିୟମିତତା ଯୋଗୁଁ ବିରି ବୁଣା ଯିବା ସମୟରେ କ୍ରମାଗତ ଭାବରେ ଲଗାଣ ବର୍ଷା ଲାଗି ରହିବାରୁ ବିରି ବୁଣାଯାଇଥିବା ଜମିରେ ବର୍ଷା ପାଣି ଦୀର୍ଘ ସମୟ ପର୍ଯ୍ୟନ୍ତ ଜମି ରହିଥିଲା । ଅନେକ ଜମିରେ ପ୍ରଥମ ପର୍ଯ୍ୟାୟରେ ବୁଣାଯାଇଥିବା ବିରି ବିହନ ପଚିଯିବାରୁ ଚାଷୀମାନେ ୨ୟ ଥର ଜମିରେ ବିରି ବିହନ ବୁଣି ଥିଲେ । ମାତ୍ର ଏବେ ଜମିରୁ ବିରି ଉପଡାଯାଇ ଅମଳ କରାଯାଉଛି । ନୈରାଶ୍ୟଜନକ ଭାବରେ ବିରି ଅମଳ ହେଉ ଥିବାରୁ ଚାଷୀମାନେ ହତାଶ୍ ହୋଇ ପଡିଛନ୍ତି । ପ୍ରକାଶ ଯେ, ପାଟକୁରା ଅଂଚଳର ଯମୁନାବାଦ, ପରକଣା, ବେଡାରୀ, ପଦ୍ମପୁର, ଶ୍ରୀଚନ୍ଦପୁର, ଗୋତ୍ରବିଲ, କିଣିଲୋ, ଜଗଦ୍ଧଳପୁର, ପାଟକୁରା, ବିଚଣା, ଜଗନ୍ନାଥପୁର, ସିଙ୍ଗିଟିଆ, ଲେଖନପଡା, ହରିଦାସପୁର, ନୂଆପଡା, କୂଳତୁଠୀ  ଓ କୋଡଗାଁପାଟଣା ଆଦି ଗ୍ରାମମାନଙ୍କରେ ବହୁଳ ପରିମାଣରେ ବିରି ଚାଷ କରିଥିବା ଚାଷୀମାନେ ଏବେ ଜମିରୁ ବିରି ଉପାଡି ଖଳା ଖେତରେ ଅମଳ କରୁଛନ୍ତି । ମାତ୍ର ଆଶାନୁରୂପେ ଅମଳ ହେଉ ନ ଥିବାରୁ ଚାଷୀ ନିରାଶ ହୋଇ ପଡିଛନ୍ତି । ଏ ସମ୍ପର୍କରେ ବିରି ଅମଳ କରୁଥିବା ଚାଷୀମାନେ ପ୍ରକାଶ କରିଛନ୍ତି ଯେ,ବିରି ବୁଣିବା ବେଳେ କିଲୋ ପ୍ରତି ୭୦ ଟଙ୍କା ଦାମ ରେ ବିରି ବିହନ କିଣି ବୁଣାଯାଇଥିଲା । ଆଶା ରଖାଯାଇଥିଲା ଚଳିତ ବର୍ଷ ବିରି ଭଲ ପରିମାଣରେ ଅମଳ ହେବ ବୋଲି , ମାତ୍ର କ୍ରମାଗତ ଭାବରେ ଲଘୁଚାପ ଜନିତ ବର୍ଷା ଲାଗି ରହିବା ଓ ପରେ ପରେ ବାତ୍ୟା ‘ବୁଲବୁଲ’ ପ୍ରଭାବରେ ବର୍ଷା ଲାଗି ରହିବାରୁ  ପ୍ରଥମ ଥର ବୁଣାଯାଇଥିବା ବରି ବିହନ ନଷ୍ଟ ହୋଇଯିବାରୁ ୨ୟ ଥରରେ ପୁଣି ଜମିରେ ବିରି ବିହନ ବୁଣାଯାଇଥିଲା । ବିରି ଗଛ ଉଠିବା ପରେ ଅଧିକ ସମୟ ଜମିର ମାଟି ଓଦା ରହିବାରୁ ବିରି ଗଛରେ ଆଶାନୁରୂପେ ଫୁଲ ଓ ଫଳ ଧରି ପାରି ନ ଥିଲା । କେତେକ ଜମିରେ ମାଟିର ସଠିକ୍ ଆର୍ଦ୍ରତା ଅଭାବରୁ ବିରି ଗଛରୁ ଫୁଲ ଓ ଛୁଇଁ ନଷ୍ଟ ହୋଇଯିବାରୁ ଏବେ ଅମଳ ପରିମାଣ ବହୁ ମାତ୍ରାରେ କମିଯାଇଛି ବୋଲି ବରିଷ୍ଠ ଚାଷୀ ଭଜହରି ସେନାପତି ପ୍ରକାଶ କରିଛନ୍ତି । ଗତ ବର୍ଷ ଗୁଣ୍ଠ ପ୍ରତି ୧୮ କିଲୋ ବିରି ଅମଳ ହେଉଥିବାବେଳେ,ଚଳିତ ବର୍ଷ ମାତ୍ର ୭ରୁ୮କିଲୋ ବିରି ଅମଳ ହେଉଛି ବୋଲି ଚାଷୀମାନେ ପ୍ରକାଶ କରିବା ସହିତ ହରିଦାସପୁର ଗ୍ରାମର କୈଳାଶ ଚନ୍ଦ୍ର ପ୍ରଧାନ, ସୁନାକର ପ୍ରଧାନ, ଗଙ୍ଗାଧର ପରିଡା, ନୃଶିଂହ ଚରଣ ଲେଙ୍କା, ବିଚଣା ଗ୍ରାମର ରାଜେନ୍ଦ୍ର ପରିଡା, ଶ୍ରୀଚରଣ ସାହୁ,ବେଡାରୀ ଗ୍ରାମର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ଶିଶିର ମହାନ୍ତି, ସୋଲପାଟ ଗ୍ରାମର ବିପିନ ବିହାରୀ ବିଶ୍ୱାଳ, ପରକଣା ଗ୍ରାମର ସୁଧାକର ସେଠୀ, ପ୍ରଫୁଲ ଚନ୍ଦ୍ର ସାହୁ, ଦଳୁଆଣି ଗ୍ରାମର ଅଜୟ କୁମାର ସାହୁ, ପ୍ରମୋଦ କୁମାର ସେନାପତି ଓ ନୃଶିଂହ ଚରଣ ମହାନ୍ତି ପ୍ରମୁଖ ଚାଷୀମାନେ ନୈରାଶ୍ୟଜନକ ବିରି ଅମଳ ନେଇ ହତାଶ ହୋଇପଡିଛନ୍ତି । ଓଡ଼ିଶା ସମାଚାର

About admin

Check Also

କୃଷି ବିଜ୍ଞାନ କେନ୍ଦ୍ରରେ ଗବେଷଣା ଓ ସଂପ୍ରସାରଣ ପାଇଁ ମିଳିତ ବୈଠକ

କେନ୍ଦ୍ରାପଡା ୨୬/୦୨/୨୦୨୦ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜଜାଙ୍ଗସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ବୁଧବାର ପୂର୍ବାହ୍ନରେ କୃଷି …

Leave a Reply

Your email address will not be published. Required fields are marked *