Friday , October 18 2019
Breaking News
Home / ବିଶେଷ / ବିଭିନ୍ନସ୍ଥାନରେ ଦୁର୍ଗାପୂଜା ପାଳିତ 

ବିଭିନ୍ନସ୍ଥାନରେ ଦୁର୍ଗାପୂଜା ପାଳିତ 

ତାରପୁର,୦୯/୧୦/୨୦୧୯(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ତଥା ସ୍ଥାନୀୟ ଦ୍ୱୀପାଂଚଳରେ ଦୁର୍ଗାପୂଜା ଆନନ୍ଦ ଉଲାସର ସହିତ ପାଳିତ ହୋଇ ଯାଇଛି । ଦ୍ୱୀପାଂଚଳରେ ଥିବା ଅଂଚଳିକ ଦୂର୍ଗାପୂଜା କମିଟି , ମାହାଳହାଟ ମୁଗୁରିଆ ପକ୍ଷରୁ ଅନୁଷ୍ଠିତ ୩୬ତମ ପୂଜା ଅବସରରେ ସଭାପତି ପିତାମ୍ବର ପରିଜା, ସମ୍ପାଦକ ଜମ୍ବେଶ୍ୱର ବେଉରାଙ୍କ ତତ୍ୱାବଧାନରେ କମିଟିର ସଭ୍ୟମାନେ ବର୍ଯ୍ୟ ପ୍ଲାଷ୍ଟିକ ବର୍ଜନ ସଚେତନତା ସହ ପରିବେଶ ସୁରକ୍ଷା ପାଇଁ ଚାରା ରୋପଣ , ଚାରା ବଂଟନ, ଓ ବିଭିନ୍ନ ଛକ ମାନଙ୍କରେ ବୋର୍ଡ଼ ସ୍ଥାପନ କରିବା ସହ ସମସ୍ତ ୭୮ ଜଣ ସଦସ୍ୟ ଉପସ୍ଥିତ ରହୁଥିଲେ । କମିଟି ପକ୍ଷରୁ ପତ୍ରିକା ବିଶ୍ୱେଶ୍ୱରୀ ଉନ୍ମୋଚନ ସହ ପ୍ରତ୍ୟେକ ଦିନ ପ୍ରସାଦ ସେବନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।  ମା ଙ୍କ ମୃଣ୍ମୟ ମୂର୍ତିକୁ ଆଡ଼ମ୍ବର ସହକାରେ ଆଜି ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସେହିପରି ବିଲହାଟସ୍ଥିତ ବାନଛାବଟ ବଣିକ ସଂଘ ପକ୍ଷରୁ ୨୪ ତମ ଦୂର୍ଗୋତ୍ସବ ଅନୁଷ୍ଠିତ ହୋଇ ଯାଇଛି ।  ପ୍ରବୋଧ ପାତ୍ର ଓ ସସ୍ମିତା ପାତ୍ର କର୍ତା ଓ କର୍ତୀ ଭାବେ ଦାୟିତ୍ୱ ତୁଲାଇଥିବାବେଳେ ରଘୁନାଥପୁର, ଜଗନ୍ନାଥପୁର, ଓଡ଼ପଡ଼ା, ଶିବପୁର, ବାଘସାହି, ଗାନ୍ଧିଜୀପୁର, ଚିକିଣିଆ, ଜଇପୁର ଆଦି ସ୍ଥାନରେ ଧୁମ୍ ଧାମରେ ପୂଜା ଅନୁଷ୍ଠିତ ହେବା ସହ ଆଡ଼ମ୍ବର ସହକାରେ ଭଷାଣି ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ର କର୍ମଚାରୀ ଓ ଶ୍ରମିକ ମହାସଂଘର ଧାରଣା

କଟକ,୧୮/୧୦/୨୦୧୯(ଓଡ଼ିଶା ସମାଚାର)- ବିଭିନ୍ନ ଦାବି ନେଇ କେନ୍ଦ୍ର ସରକାରୀ କର୍ମଚାରୀ ମହାସଂଘ ଏବଂ ଡାକ, ରେଳ ଡାକସେବା ଅବସରପ୍ରାପ୍ତ କର୍ମଚାରୀ …

Leave a Reply

Your email address will not be published. Required fields are marked *