Saturday , December 7 2019
Home / ଶିକ୍ଷା / ବିଭାଗୀୟ ସଚିବଙ୍କ ସହିତ ଆଲୋଚନା ପରେ ପ୍ରାଥମିକ ଶିକ୍ଷକମାନଙ୍କର ଧାରଣା ସ୍ଥଗିତ

ବିଭାଗୀୟ ସଚିବଙ୍କ ସହିତ ଆଲୋଚନା ପରେ ପ୍ରାଥମିକ ଶିକ୍ଷକମାନଙ୍କର ଧାରଣା ସ୍ଥଗିତ

ଭୁବନେଶ୍ୱର ,୩୦/୧୧/୨୦୧୯(ଓଡ଼ିଶା ସମାଚାର)-ନୂତନ ପେନସନ ଯୋଜନାଭୁକ୍ତ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ବିଭିନ୍ନ ଦାବିରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା କାର୍ଯ୍ୟକ୍ରମ ଚାଲିଥିଲା । ସଂଘ ସହିତ ଆଲୋଚନା ପାଇଁ ବିଭାଗୀୟ ଗଣଶିକ୍ଷା ସଚିବଙ୍କ ଡ଼ାକରା ଆସିବାରୁ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣାଙ୍କ ନେତୃତ୍ୱରେ ୭ ଜଣିଆ ପ୍ରତିନିଧି ଦଳ ବିଭାଗୀୟ ସଚିବଙ୍କୁ ଭେଟି ଦାବିପତ୍ର ଦେଇ ଆଲୋଚନା କରିଥିଲେ । ସମସ୍ତ ସରକାରୀ କର୍ମଚାରୀ ଓ ଶିକ୍ଷକମାନଙ୍କ ପାଇଁ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା, ୨୮୦୦ ଗ୍ରେଡ୍ ପେ ଦେଇ ସପ୍ତମ ବେତନ କମିଶନଙ୍କୁ ସଂଶୋଧନ କରିବା, କନିଷ୍ଠ ଶିକ୍ଷକମାନଙ୍କୁ ୩ ବର୍ଷରେ ନିୟମିତ କରିବା, ଓଟିଇଟି କରିନଥିବା କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ ହେବା ପାଇଁ ସୁଯୋଗ ଦେବା, କନିଷ୍ଠ ଶିକ୍ଷକମାନଙ୍କ ବଦଳି ନୀତି ୨୦୧୩କୁ ବଳବତ୍ତର ରଖିବା, ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକଙ୍କ କାର୍ଯ୍ୟକାଳକୁ ଇନକ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରିବା, ଶିକ୍ଷକମାନଙ୍କୁ ଅଣଶିକ୍ଷା କାର୍ଯ୍ୟରୁ ମୁକ୍ତ କରିବା ଓ ବିଦ୍ୟାଳୟରେ କିରାଣୀ, ପିଅନ, ସଫେଇ କର୍ମଚାରୀ ଓ ପ୍ରଧାନଶିକ୍ଷକ ନିଯୁକ୍ତି କରିବା ଦାବିଗୁଡ଼ିକ ସମ୍ପର୍କରେ ବିଭାଗୀୟ ସଚିବଙ୍କ ସଙ୍ଗେ ସଂଘର ନେତୃମଣ୍ଡଳୀ ଆଲୋଚନା କରିଥିଲେ । କ୍ୟାଡ଼ର ତୁରନ୍ତ କାର୍ଯ୍ୟକାରୀଯ ହେବା, ପୁରୁଣା ପେନ୍ସନ ଏକ ପଲିସ୍ ନିଷ୍ପତିି ହୋଇଥିବାରୁ ସରକାରୀସ୍ତରରେ ନିଷ୍ପତି ହେବ ବୋଲି ସଚିବଙ୍କ ପ୍ରତିଶ୍ରୁତି ପାଇବା ପରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନ ଓ ଧାରଣା କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛି । ୭ ଜଣିଆ ପ୍ରତିନିଧି ମଣ୍ଡଳୀରେ ସାଧାରଣ ସମ୍ପାଦକ ବିଭୂ ପ୍ରସାଦ ସାହୁ, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା, ଉପଦେଷ୍ଟା ସୁରେନ୍ଦ୍ର ରାଉତ, ଯୁଗ୍ମ ସମ୍ପାଦକ ପ୍ରବୀଣ କୁମାର ଦାସ, ସହ ସମ୍ପାଦକ ଟୁଲୁ ଦେଇ ଓ ସଂଗଠନ ସମ୍ପାଦକ ସୁଧାଂଶୁ ଶେଖର ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବଳରାମପୁର ପ୍ରାଥମିକ ବିଦ୍ୟାଳୟ ମଙ୍ଗଦେଇପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣକୁ ଗ୍ରାମବାସୀ ଙ୍କ ବିରୋଧ

ରଘୁନାଥପୁର, ୦୫/୧୨/୨୦୧୯(ଓଡ଼ିଶା ସମାଚାର)-ଜଗତସିଂହପୁର ଶିକ୍ଷାଜିଲ୍ଲା ଅଧିନରେ ଯାଉଥିବା ଇସାଣିବ୍ରହ୍ନପୁର ପଂଚାୟତର ଖେଂଟାଳ ଗ୍ରାମରେ ଅବସ୍ଥିତ ବଳରାମ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ …

Leave a Reply

Your email address will not be published. Required fields are marked *