Saturday , July 20 2019
Breaking News
Home / ବିଶେଷ / ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗର ୧୩ବର୍ଷ ପରେ ଅଭିଯୁକ୍ତଙ୍କୁ ୨ବର୍ଷ ୫ମାସ ଜେଲଦଣ୍ଡାଦେଶ

ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗର ୧୩ବର୍ଷ ପରେ ଅଭିଯୁକ୍ତଙ୍କୁ ୨ବର୍ଷ ୫ମାସ ଜେଲଦଣ୍ଡାଦେଶ

କେନ୍ଦ୍ରାପଡା ୧୦/୦୭/୨୦୧୯ (ଓଡ଼ିଶା ସମାଚାର)- ଗତ ୨୦୦୬ମସିହାରେ ଜନୈକ ବିବାହିତା ମହିଳାଙ୍କୁ ଏକୁଟିଆ ପାଇ ତାଙ୍କ ସହିତ ଦୁଷ୍କର୍ମ ଉଦ୍ୟମ କରିଥିବା ଓ ତାଙ୍କୁ ତଂଟିଚିପି ଜୀବନରରେ ମାରିଦେବାକୁ ଧମକ ଦେବା ଅଭିଯୋଗରେ ଜଣେ ଅଭିଯୁକ୍ତ ଯୁବକକୁ ଘଟଣାର ୧୩ବର୍ଷପରେ ୨ବର୍ଷ ୫ମାସ ଜେଲ ଦଣ୍ଡାଦେଶ ସହିତ ୫ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରାଯାଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନୂଆଗାଁ  ଗ୍ରାମର ମହେଶ୍ୱର ପାଣିଙ୍କ ଅଭିଯୋଗ ଅନୁଯାଇ ଗତ ୨୦୦୬ମସିହା ଜୁଲାଇମାସ ୨୭ତାରିଖ ଦିନ ମହାକାଳପଡା ଥାନା ଅନ୍ତର୍ଗତ ଟାଙ୍କିବେଲାରୀ ଗ୍ରାମରେ ସପରିବାର ଭଡାରେ ରହୁଥିବା ବାରଡାଙ୍ଗସ୍ଥିତ ଜଗମୋହନ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ମହେଶ୍ୱର ବିଦ୍ୟାଳୟକୁ ଯିବା ପରେ ସେହି ଥାନା ଅନ୍ତର୍ଗତ ମାଳଡିହ ଗ୍ରାମର ବୀରବର ସ୍ୱାଇଁଙ୍କ ପୁଅ ତଥା ଟାଙ୍କିବେଲାରୀ ଗ୍ରାମସ୍ଥିତ ପୋଲପାଖରେ ଦୋକାନ କରିଥିବା  ବାବୁଲି ଓରଫ ଲଳିତମୋହନ ସ୍ୱାଇଁ(୨୪) ସେହିଦିନ ଅପରାହ୍ନ ପ୍ରାୟ ସାଢେ ଗୋଟାଏ ସମୟରେ ମହେଶ୍ୱରଙ୍କ ଘରେ ଥିବା ନଳକୂପ ପାଖକୁ ଯାଇଥିଲା । ଘର ଦୁଆରମୁହଁରେ ବସିଥିବା ଶିକ୍ଷକ ମହେଶ୍ୱରଙ୍କ ପତ୍ନୀ ନଳକୂପ ଖରାପ ଅଛି ବୋଲି କହିବାରେ ଯୁବକ ବାବୁଲି ତାଙ୍କ ନିକଟକୁ ଚାଲିଆସି “ତୁମେ ଆଜି ଭାରି  ସୁନ୍ଦର ଦେଖାଯାଉଛ” ବୋଲି କହି ତାଙ୍କ ହାତଧରି ଘର ଭିତରକୁ ଟାଣିବାରେ ମହିଳାଜଣକ ଏହାର ପ୍ରତିବାଦ କରିଥିଲେ ।  ବାବୁଲି ତାଙ୍କୁ ଦୁଇହାତରେ ଟେକିନେଇ ଘରଭିତରେ ଥିବା ଖଟ ଉପରେ ଶୋଇଦେଇ ସଂପୃକ୍ତ ମହିଳାଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ସଂପୃକ୍ତ ମହିଳା ଜଣକ ପାଟି କରିବାରେ ବାବୁଲି ତାଙ୍କ ତଂଟିକୁ ଚିପିଧରି ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିବା  ଅଭିଯୋଗ ହୋଇଛି । ବାବୁଲି କବଳରୁ କୈାଣସି ପ୍ରକାର ଖସିଆସି  ସଂପୃକ୍ତ ପିଡିତା ମହିଳା ଜଣକ ପଡୋଶୀଙ୍କୁ ଡାକ ପକାଇବାରେ ଅଭିଯୁକ୍ତ ବାବୁଲି ସେଠାରୁ ଦୈାଡି ପଳାଇ ଯାଇଥିଲା । ସଂପୃକ୍ତ ପିଡିତା ମହିଳାଙ୍କ ସ୍ୱାମୀ ଶିକ୍ଷକ ମହେଶ୍ୱର ପ୍ରାୟ ସାଢେ ୪ଟା ସମୟରେ ବିଦ୍ୟାଳୟରୁ ଘରକୁ ଫେରି ତାଙ୍କ ପତ୍ନୀ ବସି କାନ୍ଦୁଥିବାର ଦେଖି ତାଙ୍କୁ ଘଟଣା ବିଷୟରେ ପଚାରିବାରେ ପତ୍ନୀଙ୍କ ଠାରୁ ସମସ୍ତ ବିଷୟ ଅବଗତ ହୋଇ ମହାକାଳପଡା ଥାନାରେ ସେହିଦିନ ଲିଖିତ ଅଭିଯୋଗ କରିଥିଲେ ଯାହାକି ଥାନା କେଶ ନମ୍ବର ୬୬/୨୦୦୬ରେ ଆଇ.ପି.ସି.ର ଧାରା ୪୪୮,୩୫୪ ଓ ୫୦୬ ଦଫାରେ ପଞ୍ଜିକୃତ ହୋଇଥିଲା । ମହାକାଳପଡା ଥାନା ପକ୍ଷରୁ ସେହି ଘଟଣାର ଚାର୍ଜସିଟ ଗତ ୨୦୦୬ମସିହା ଡିସେମ୍ବରମାସ ୨୪ତାରିଖରେ ଦାଖଲ କରାଯିବା ପରେ କେନ୍ଦ୍ରାପଡା ଏସ.ଡି.ଜେ.ଏମ.ଙ୍କ କୋର୍ଟରେ  ମାମଲାର ବିଚାର ଚାଲିଥିବା ବେଳେ ଗତ ୨୦୧୦ମସିହା ଫେବୃୟାରିମାସ ୨୫ତାରିଖରେ ସେହି ମାମଲାର ନଥିପତ୍ର କେନ୍ଦ୍ରାପଡା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ(ଜେ.ଏମ.ଏଫ.ସି.)ଙ୍କ କୋର୍ଟକୁ ହସ୍ତାନ୍ତର କରି ଦିଆଯାଇଥିଲା । କେନ୍ଦ୍ରାପଡା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ(ଜେ.ଏମ.ଏଫ.ସି.)ଙ୍କ କୋର୍ଟରେ ସଂପୃକ୍ତ ମାମଲାର ବିଚାର କରାଯାଇ ଗତ ୨୦୧୩ ମସିହା ଜାନୁଆରିମାସ ୨୪ତାରିଖରେ ଅଭିଯୁକ୍ତ ବାବୁଲି ଓରଫ ଲଳିତମୋହନ ସ୍ୱାଇଁଙ୍କୁ ଜି.ଆର.କେଶ ନମ୍ବର ୪୫୧/୨୦୦୬ରେ ଭାରତୀୟ ପିଙ୍ଗଳକୋର୍ଡର ୩୫୪ ଓ ୪୪୮ଦଫାରେ ୨ବର୍ଷ ୫ମାସ ଜେଲଦଣ୍ଡ ସହିତ ୫ହଜାରଟଙ୍କାର ଜୋରିମାନାରେ ଦଣ୍ଡିତ କରାଯାଇଥିଲା । ଜୋରିମାନା ଅନାଦେୟ ଅଧିକ ୩ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କେନ୍ଦ୍ରାପଡା ଜେ.ଏମ.ଏଫ.ସି.କୋର୍ଟ ରାୟ ଶୁଣାଇଥିଲେ । ଏହି ରାୟ ବିରୋଧରେ ଅଭିଯୁକ୍ତଙ୍କ ପକ୍ଷରୁ କେନ୍ଦ୍ରାପଡା ଅତିରିକ୍ତ ସେସନସ୍ ଜଜଙ୍କ କୋର୍ଟରେ କ୍ରିମିନାଲ ଅପିଲ କେଶ ନମ୍ବର ୮/୨୦୧୩ରେ ଅପିଲ କରାଯିବାରେ ସେହି ମାମଲାର ପୁନଃ ବିଚାର ଚାଲିଥିଲା । ସୋମବାର କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲା ତଥା  ସେସନସ ଜଜ ପ୍ରଜ୍ଞା ପାଣିଗ୍ରାହୀ ସେହି ମାମଲାର ବିଚାରକରି କେନ୍ଦ୍ରାପଡା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ(ଜେ.ଏମ.ଏଫ.ସି.)ଙ୍କ କୋର୍ଟର ଦଣ୍ଡାଦେଶକୁ କାଏମ ରଖିଥିବା ଜଣାପଡିଛି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସଞ୍ଜୟ କୁମାର ଜେନା ମାମଲାର ପରିଚାଲନା କରୁଥିଲେ । ଓଡ଼ିଶା ସମାଚାର

About admin

Check Also

ପାଟକୁରା: ଦିନ ୧୧ ଟା ସୁଦ୍ଧା ୨୬ ପ୍ରତିଶତ ମତଦାନ

ପାଟକୁରା /ଭୁବନେଶ୍ୱର, ୨୦/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ନିର୍ବାଚନ ପାଇଁ …

Leave a Reply

Your email address will not be published. Required fields are marked *