Saturday , November 16 2019
Breaking News
Home / ବିଶେଷ / ବିପନ୍ନମାନଙ୍କ ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ୍ – ପ୍ରଶାସନିକ ପ୍ରସ୍ତୁତି ଯୋରଦାର

ବିପନ୍ନମାନଙ୍କ ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ୍ – ପ୍ରଶାସନିକ ପ୍ରସ୍ତୁତି ଯୋରଦାର

ଗରଦପୁର ୦୮/୧୧/୨୦୧୯(ଓଡ଼ିଶା ସମାଚାର)-ବାତ୍ୟା ‘ବୁଲବୁଲ’ ପ୍ରଭାବରେ ପାଟକୁରା ଅଂଚଳରେ ଆଜି ସକାଳ ଠାରୁ ବର୍ଷା ଆରମ୍ଭ ହୋଇଯାଇଛି । ସକାଳ ପ୍ରାୟ୭ଟା ଠାରୁ ଝିପି ଝିପି ବର୍ଷା ଓ ପରେ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ସମ୍ଭାବ୍ୟ ବାତ୍ୟା ସୂଚନା ଥିବା ସାଙ୍ଗକୁ ବର୍ଷା ଲାଗି ରହିଥିବାରୁ ସାଧାରଣ ଲୋକମାନେ ଆଜି ବାହାରକୁ ବାହରିବା କଷ୍ଟକର ହୋଇପଡିଛି । ଅଂଚଳର ପ୍ରମୁଖ ରାସ୍ତାଘାଟଗୁଡିକ ଶୂନ୍ ଶାନ୍ ହୋଇପଡିଥିଲା । ବାତ୍ୟାକୁ ମୁକାବିଲା କରିବା ପାଇଁ ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇ ପ୍ରସ୍ତୁତି କାର୍ଯ୍ୟକୁ ବଢାଇ ଦିଆଯାଇଛି । ସରକାରୀ ସ୍କୁଲ ଓ ବେ-ସରକାରୀ ସ୍କୁଲଗୁଡିକ ଛୁଟି ହୋଇଥିବାବେଳେ,କେତେକ ବିଦ୍ୟାଳୟମାନଙ୍କ ରେ ଶିକ୍ଷକ/ଶିକ୍ଷୟତ୍ରୀମାନେ ଉପସ୍ଥିତ ରହିଥିବାର ଦେଖାଯାଇଛି । ପାଟକୁରା ଜଳ-ସମ୍ପଦ ବିଭାଗ,ଶିକ୍ଷା ବିଭାଗ ଓ ଗରଦପୁର ବ୍ଲକ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ କାର୍ଯ୍ୟାଳୟଗୁଡିକ ଖୋଲା ରହିଥିବାର ଦେଖାଯାଇଛି । ବ୍ଲକ କାର୍ଯ୍ୟାଳୟରେ ବିଡିଓ ଧରଣରୀଧର ବେହେରାଙ୍କ ସମେତ ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ବାତ୍ୟା ସମ୍ପର୍କିତ ପ୍ରସ୍ତୁତି କାର୍ଯ୍ୟ ଚଳାଇଥିବାର ଦେଖାଯାଇଥିଲା । ବାତ୍ୟାର ପ୍ରଭାବ ଅଧିକ ରହିଲେ ଗରଦପୁର ବ୍ଳକରେ ଥିବା ବେଡାରୀ,କୋରୁଆ,ନଇନ୍ଦିପୁର ଓ ଧାନମଣ୍ଡଳ ଠାରେ ଥିବା ୪ ଗୋଟି ବାତ୍ୟା ଆଶ୍ରୟସ୍ଥଳୀକୁ ବିପନ୍ନମାନଙ୍କ ରହିବା ପାଇଁ ପ୍ରସ୍ତୁତ ରଖାଯାଇଛି । ଏହି ସବୁ ବାତ୍ୟା ଆଶ୍ରୟ ସ୍ଥଳୀରେ ବ୍ଳକ ପ୍ରଶାସନଙ୍କ ପକ୍ଷରୁ ଜଣେ ଲେଖାଏଁ ନୋଡାଲ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ,ଏହି ନୋଡାଲ ଅଧିକାରୀମାନଙ୍କୁ ସହାୟତା କରିବାପାଇଁ ୪ ଜଣ ଲେଖାଏଁ ସରକାରୀ କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏହା ସହିତ ବାତ୍ୟା ଆଶ୍ରୟସ୍ଥଳୀ ନ ଥିବା ସ୍ଥାନମାନଙ୍କରେ ଯଦି ଆବଶ୍ୟକ ପଡେ,ତେବେ ନିକଟସ୍ଥ ବିଭିନ୍ନ ବିଦ୍ୟାଳୟମାନଙ୍କୁ ଆଶ୍ରୟସ୍ଥଳୀ ଭାବରେ ବ୍ୟବହାର କରାଯିବା ସହିତ ଗ୍ରାମରେ କଚ୍ଚା ଘରମାନଙ୍କରେ ରହୁଥିବା ଲୋକମାନଙ୍କୁ ସେଠାକୁ ନିଆଯିବା ରଖାଯିବାର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ପଂଚାୟତର ସମ୍ପୃକ୍ତ ସରପଂଚ ଓ ନୋଡାଲ ଅଧିକାରୀମାନଙ୍କୁ ଶୁଖିଲା ଖାଦ୍ୟ ମହଜୁଦ ରଖିବା ପାଇଁ ପ୍ରଶାସନିକ ନିର୍ଦ୍ଧେଶ ଦିଆଯାଇଛି । ପୂର୍ବାହ୍ନରେ ଗରଦପୁର ବିଡିଓ ଶ୍ରୀ ବେହେରା ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀଗୁଡିକୁ ଯାଇ ସେଠାରେ ଥିବା ସ୍ଥିତି ସମିକ୍ଷା କରିବା ସହିତ ଆଶ୍ରୟସ୍ଥଳୀଗୁଡିକରେ ବିପନ୍ନମାନଙ୍କ ବ୍ୟହାର କରାଯିବା ପାଇଁ ରହିଥିବା ସରଞ୍ଜାମଗୁଡିକୁ ଅନୁଧ୍ୟାନ କରିଥିଲେ । ସ୍ଥାନିୟ ସରପଂଚ ଓ ଆଶ୍ରୟସ୍ଥଳୀଗୁଡିକର ସମ୍ପାଦକମାନଙ୍କ ସହିତ ସମ୍ଭାବ୍ୟ ବାତ୍ୟା ଓ ଆଶ୍ରୟସ୍ଥଳୀଗୁଡିକରେ ବିପନ୍ନମାନଙ୍କ ରହିବା ପାଇଁ କରାଯାଇଥିବା କେତେକ ବ୍ୟବସ୍ଥା ସମ୍ପର୍କରେ ତଦାରଖ କରି ଫେରିଯାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ବାଲିଯାତ୍ରାରେ ମନମୋହିଲା ଭାଇଚାରାର ସମ୍ପର୍କ

କେନ୍ଦ୍ରାପଡା ୧୫/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ୨୦୧୯ର ତୃତୀୟ ସନ୍ଧ୍ୟାରେ ମନମୋହିଲା ଭାଇଚାରାର ସମ୍ପର୍କ । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଏକାଠିହେଲେ …

Leave a Reply

Your email address will not be published. Required fields are marked *