Tuesday , July 16 2019
Home / ବିଶେଷ / ବିପଜ୍ଜନକ ଅବସ୍ଥାରେ ପୋଲ, ମରାମତି ଦାବି

ବିପଜ୍ଜନକ ଅବସ୍ଥାରେ ପୋଲ, ମରାମତି ଦାବି

ବାମେବାରୀ, ୧୨/୦୭/୨୦୧୯ (ଓଡ଼ିଶା ସମାଚାର)- ବାମେବାରୀ ଜରୋଳି ମୁଖ୍ୟ ରାସ୍ତାର ଜରୋଳି ହାଟ ନିକଟରେ ଥିବା ପୋଲ ବିପଜ୍ଜନକ ଅବସ୍ଥାରେ ଥିବା ଅଭିଯୋଗ ହେଉଛି । ଦୀର୍ଘ ଦିନ ହେଲା ପୋଲର ଉପଯୁକ୍ତ ମରାମତି କରାଯାଉ ନଥିବାରୁ ତାହା ଜରାଜୀର୍ଣ୍ଣ ହୋଇପଡିଛି । ଏହି ପୋଲ ଉପରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ହାଲୁକା ଓ ଖଣିଜ ପଥର ବହନକାରୀ ଭାରିଯାନ ଚଳପ୍ରଚଳ ହେଉଛି । ଫଳରେ ପୋଲ ଉପର କଙ୍କ୍ରିଟ ନଷ୍ଟ ହୋଇ ବଡ ବଡ ଖାଲ ସୃଷ୍ଟି ହୋଇଛି । ଦୁର୍ଭାଗ୍ୟ ର ବିଷୟ ଯେ ଏଥିପ୍ରତି ବିଭାଗୀୟ ରାସ୍ତା କର୍ତୃପକ୍ଷଙ୍କ ଆଦୌ ନଜର ପଡୁନାହିଁ । ପୂର୍ବରୁ ଏହି ପୋଲ ଉପରୁ ଅନେକ ଥର ଯାନ ବାହାନ ତଳକୁ ଖସିପଡି ବହୁ ଧନ ଜୀବନ ନଷ୍ଟ ହୋଇ ଆସୁଛି । ଏବେ ଖାଲ ସବୁ ସୃଷ୍ଟି ହେବା ଯୋଗୁଁ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହେଉଛି ଏବଂ ଗାଡିର ଯନ୍ତ୍ରାଂଶ ଭାଙ୍ଗି ପଡୁଥିବା ଅଭିଯୋଗ ହେଉଛି । ଏବେ ବର୍ଷା ଦିନ ହୋଇଥିବାରୁ ପୋଲ ଉପରେ ପାଣି ଜମି ରାସ୍ତା ଦୁର୍ଘଟଣା ହେବାର ବହୁ ସମ୍ଭାବନା ରହିଛି । ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସବୁ ମହଲରୁ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ଉକ୍ରଳ ଯାଦବ ମହାସଭା ପକ୍ଷରୁ ସମ୍ବର୍ଦ୍ଧନା ସଭା

  ନକ୍ସଲ ଦମନ କ୍ଷେତ୍ରରେ ଦୃଷ୍ଟି ଦେଉଛନ୍ତି ସରକାର: କେନ୍ଦ୍ରମନ୍ତ୍ରୀ କଟକ, ୧୬/୦୭/୨୦୧୯ (ଓଡ଼ିଶା ସମାଚାର / ପ୍ରଜ୍ଞା ରଥ)- …

Leave a Reply

Your email address will not be published. Required fields are marked *