Sunday , December 8 2019
Home / ଶିକ୍ଷା / ବିନାୟକ କଲେଜରେ ଆଲୋଚନାଚକ୍ର ଓ ବୃକ୍ଷରୋପଣ

ବିନାୟକ କଲେଜରେ ଆଲୋଚନାଚକ୍ର ଓ ବୃକ୍ଷରୋପଣ

ଭଦ୍ରକ,୧୭/୦୯/୨୦୧୯(ଓଡ଼ିଶା ସମାଚାର)-ଜଗତୀକରଣ ପ୍ରଭାବରେ ମାନବିକତା ହଜିଯିବାରେ ଲାଗିଛି । ମଣିଷ ଓ ମେସିନ ମଧ୍ୟରେ ଲଢ଼େଇରେ ସ୍ରଷ୍ଟାର ସୃଜନଶୀଳତା କ୍ରମେ କମିବାରେ ଲାଗିଛି । ବସ୍ତୁ ପଛରେ ଧାଉଁଧାଉଁ ଜୀବନର ଅନେକ କୋମଳପଣ ତା’ ନିକଟରୁ ଦୂରେଇବାରେ ଲାଗିଛି । ତେଣୁ ଏନେଇ ସାରସ୍ୱତ ସ୍ରଷ୍ଟାମାନଙ୍କୁ ସମୟର ନିଛକ ପ୍ରତିଛବି ଓ ତା’ର ହଜିଯାଉଥିବା ସ୍ୱପ୍ନକୁ ଫେରାଇ ଆଣିବା ଉଚିତ ବୋଲି ‘ଜଗତୀକରଣ ଓ ସାହିତ’ ଶୀର୍ଷକ ଆଲେଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପବିତ୍ର ପାଣିଗ୍ରାହୀ କହିଛନ୍ତି । ଭଦ୍ରକ ରୋଟାରୀ ମିଡ଼ଟାଉନ କ୍ଳବ ଓ ବିନାୟକ କଲେଜ ମିଳିତ ଆନୁକୂଲ୍ୟରେ ଅତିଶ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଆଲୋଚନାଚକ୍ରରେ ମହାବିଦ୍ୟାଳୟର ନିର୍ଦ୍ଧେଶକ ମନୋଜ କୁମାର ପାଢ଼ୀ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରତନଲାଲ ଗୁପ୍ତା, ପବିତ୍ର ଖିଲାର,ଅଞ୍ଜୁ ଗୁପ୍ତା, ବରିଷ୍ଠ ଅଧ୍ୟାପକ ପ୍ରଭାତ ପ୍ରଭାକର ପାଢ଼ୀ, ଜୀବନାନନ୍ଦ ପାଣିଗ୍ରାହୀ, ସନାତନ ଜେନା, ଦୀପକ ସାହୁ, ଚୈତାଳୀ ଖିଲାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ସ୍କୁଲର ବରିଷ୍ଠ ଶିକ୍ଷକ ଅଶୋକ ଶତପଥି କାର୍ଯ୍ୟକ୍ରମର ସଫଳତା ପାଇଁ କଲେଜ କର୍ତୃପକ୍ଷଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚନାଚକ୍ର ପୂର୍ବରୁ ମହାବିଦ୍ୟାଳୟ ପରିସରରେ ରୋଟାରୀ ମିଡ଼ଟାଉନ କ୍ଲବ ପକ୍ଷରୁ ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା । ମହାବିଦ୍ୟାଳୟର ଶହଶହ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

ପୋଷାକ ବିତରଣ ଉତ୍ସବ

ସାଲେପୁର ୦୭/୧୨/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା): ସାଲେପୁର ବ୍ଲକ୍ ଅନ୍ତର୍ଗତ ରାଇସୁଙ୍ଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ …

Leave a Reply

Your email address will not be published. Required fields are marked *