Wednesday , December 11 2019
Home / ବିଶେଷ / ବିଧାନସଭା ଗୃହ କମିଟିର ସିମଲା ଗସ୍ତ

ବିଧାନସଭା ଗୃହ କମିଟିର ସିମଲା ଗସ୍ତ

ଭୁବନେଶ୍ୱର , ୨୧/୦୮/୨୦୧୯(ଓଡ଼ିଶା ସମାଚାର)- ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ନେତୃତ୍ୱରେ ଓଡ଼ିଶା ବିଧାନସଭାର କମ୍ପ୍ୟୁଟରିକରଣ ସଂପର୍କିତ ଗୃହ କମିଟି ଅଧ୍ୟୟନ ଗସ୍ତରେ ହିମାଚଳ ପ୍ରଦେଶ ଯାଇଛନ୍ତି । କମିଟି ସିମଳାଠାରେ ହିମାଚଳ ପ୍ରଦେଶ ବିଧାନସଭାର ବାଚସ୍ପତିଙ୍କୁ ସାକ୍ଷାତ କରିବା ସହ ବିଧାନସଭାର ପଦାଧିକାରୀଙ୍କ ସହିତ ଇ- ବିଧାନ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସଂପର୍କରେ ଆଲୋଚନା କରିବେ । ଏହା ଛଡ଼ା କମିଟି ହିମାଚଳ ପ୍ରଦେଶ ବିଧାନସଭା ଅଧିବେଶନର ପ୍ରତ୍ୟକ୍ଷ ଅନୁଭୂତି ଲାଭ କରିବେ ଓ ବିଧାନସଭାର ବିଭିନ୍ନ ଶାଖା ପରିଦର୍ଶନ କରିବେ । ଏଥି ସହିତ ଏହି କମିଟି ମଧ୍ୟ ପଞ୍ଜାବ ଓ ନୂଆଦିଲ୍ଲୀ ଗସ୍ତ କରିବେ ।

ଏହି କମିଟିରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ସଂସଦୀୟ ବ୍ୟାପାର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଇଲୋକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଉପବିଭାଗ ଅଧିକାରୀ ଆଶିଷ ରଞ୍ଜନ ଖୁଂଟିିଆ ଓ ରିପୋର୍ଟର ଦିଲ୍ଲୀପ କୁମାର ମହାନ୍ତି ବାଚସ୍ପତି ଡ. ପାତ୍ରଙ୍କ ସହ ଅଧ୍ୟୟନ ଗସ୍ତରେ ଯାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାରେ ପ୍ରବାସୀ ଶ୍ରମିକ ସହାୟକ ଓ ସାଧନ କେନ୍ଦ୍ର  ଉଦଘାଟିତ

୨ ମାସ ଭିତରେ ଜିଲ୍ଲାର ୧ ଲକ୍ଷ ପାଣି ପାଇପ ମିସ୍ତ୍ରୀଙ୍କ ପଞ୍ଜୀକରଣ ହେବ-ମନ୍ତ୍ରୀ  କେନ୍ଦ୍ରାପଡା,୧୦/୧୨/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ପ୍ରବାସୀ …

Leave a Reply

Your email address will not be published. Required fields are marked *