Friday , November 15 2019
Home / ବିଶେଷ / ବିଧାନସଭାରେ ସରକାରୀ ଓ ବିରୋଧୀ ସଦସ୍ୟଙ୍କ ଉଦ୍ବେଗ – ବ୍ଲକ୍ ପୁନର୍ଗଠନ ହେଉ

ବିଧାନସଭାରେ ସରକାରୀ ଓ ବିରୋଧୀ ସଦସ୍ୟଙ୍କ ଉଦ୍ବେଗ – ବ୍ଲକ୍ ପୁନର୍ଗଠନ ହେଉ

ଭୁବନେଶ୍ୱର, ୦୩/୦୭/୨୦୧୯ (ଓଡ଼ିଶା ସମାଚାର)- ବିଭିନ୍ନ ଜିଲ୍ଲାରେ ବ୍ଲକ ପୁନର୍ଗଠନର ଆବଶ୍ୟକତା ରହିଛି । ଏନେଇ ମଙ୍ଗଳବାର ବିଧାନସଭାରେ ପ୍ରଶ୍ନ ଉତର କାଳରେ ଉଦ୍ବେଗ ପ୍ରକାଶ ପାଇଛି । ଉଭୟ ସରକାରୀ ଓ ବିରୋଧୀ ସଦସ୍ୟମାନେ ବିଭିନ୍ନ ଅଂଚଳରେ ରହିଥିବା ଭୌଗୋଳିକ ସ୍ଥିତି ଓ ଲୋକସଂଖ୍ୟାକୁ ଆଧାର କରି ବ୍ଲକ ପୁନର୍ଗଠନ ଦାବି କରିଛନ୍ତି । ସରକାରୀ ଦଳର ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ମୂଳ ପ୍ରଶ୍ନ ଏବଂ ତାରା ପ୍ରସାଦ ବାହିନୀ ପତି, ଅନନ୍ତ ଦାସ, ସନ୍ତୋଷ ସିଂହ ସାଲୁଜା, ସୀମାରାଣୀ ନାୟକ, ଭୂପିନ୍ଦର ସିଂହଙ୍କ ଅତିରିକ୍ତ ପ୍ରଶ୍ନର ଉତର ଦେଇ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ରାଜ୍ୟରେ ବ୍ଲକପୁନର୍ଗଠନ କାର୍ଯ୍ୟ ୧୯୫୮ରେ ହୋଇଥିଲା । ଏବେ ରାଜ୍ୟରେ ୩୧୪ଟି ବ୍ଲକ ରହିଛି । ଓଡ଼ିଶା ପଂଚାୟତ ସମିତି ଅଧିନିୟମ ଅନୁଯାୟୀ ରାଜ୍ୟ ସରକାର ବିଜ୍ଞପ୍ତି ମାଧ୍ୟମରେ ନୂତନ ବ୍ଲକ ଗଠନ କରିବାର ବ୍ୟବସ୍ଥା ରହିଛି । ୨୦୦୦ ମସିହା ପରଠାରୁ ରାଜ୍ୟରେ ୨ ଥର ପଂଚାୟତ ପୁନର୍ଗଠନ କରାଯାଇଛି । ୧୯୯୩ରେ ଏନେଇ ଗଠନ ହୋଇଥିବା କମିଟି ରିପୋର୍ଟ ପ୍ରଦାନ କରିନଥିଲା । ସେଥିପାଇଁ କାମ ଆଗକୁ ବଢ଼ିପାରିନଥିଲା । ଏହାପରେ ୩୨୭ଟି ବ୍ଲକ ପୂନର୍ଗଠନ ପ୍ରସ୍ତାବ ମିଳିଛି । ସରକାରୀ ଦଳର ବିଧାୟକ ଅନନ୍ତ ଦାସ ଯେଉଁ ଭୋଗରାଇ ବ୍ଲକ ପୁନର୍ଗଠନ କଥା କହୁଛନ୍ତି ତାହା ଯଥାର୍ଥ । ଏହି ବ୍ଲକର ଲୋକସଂଖ୍ୟ ୨ ଲକ୍ଷ ୮୩ ହଜାର ୫୮୬ । ଅନ୍ୟ ସଦସ୍ୟମାନେ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାକୁ ସରକାରୀ ସ୍ତରରେ ଅନୁଧ୍ୟାନ କରାଯାଇ ପ୍ରକ୍ରିୟା ଆରମ୍ଭ ହେଲେ ବିଭାଗ ନିଷ୍ପତିି ଗ୍ରହଣ କରିବ ବୋଲି ମନ୍ତ୍ରୀ କହିଥିଲେ । ସରକାରୀ ଦଳର ବିଧାୟକ ଭୂପିନ୍ଦର ସିଂହ କହିଥିଲେ ଯେ ସରକାରଙ୍କ ମନ୍ତ୍ର ୫ଟି କୁ କାର୍ଯ୍ୟକାରୀ କରିବାକୁ ହେଲେ ପ୍ରଶାସନକୁ ଲୋକଙ୍କ ନିକଟତର ହେବା ଆବଶ୍ୟକ । ତେଣୁ ମନ୍ତ୍ରୀ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହିତ ନେଇ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି କହିଥିଲେ । ଓଡ଼ିଶା ସମାଚାର

About admin

Check Also

ପଟ୍ଟାମୁଣ୍ଡାଇରେ ବୋଇତ ବନ୍ଦାଣ ଉତ୍ସବ

ପଟ୍ଟାମୁଣ୍ଡାଇ, ୧୫/୧୧/୨୦୧୯(ଓଡ଼ିଶା ସମାଚାର)- ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ୮ମ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । …

Leave a Reply <