Monday , December 16 2019
Breaking News
Home / ତାଜା ଖବର / ବିଦ୍ୟୁତ ଆଘାତରେ ମଇଁଷି ମୃତ 

ବିଦ୍ୟୁତ ଆଘାତରେ ମଇଁଷି ମୃତ 

ଗରଦପୁର, ୨୧/୧୧/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ଜିରାଳ ଗ୍ରାମରେ ବିଦ୍ୟୁତ ଆଘାତ ପାଇ ଗୋଟିଏ ମଇଁଷି ର ଆଜି ମୃତ୍ୟୁ ହୋଇଛି । ବିଦ୍ୟୁତ ବିଭାଗର ଅବହେଳା ପାଇଁ   ପାଟକୁରା ଥାନାରେ ଅଭିଯୋଗ କରାଯିବା ସହିତ ଗରଦପୁରସ୍ଥିତ ପ୍ରାଣିଚିକିତ୍ସା କେନ୍ଦ୍ରରେ ମଧ୍ୟ ଅଭିଯୋଗ କରାଯାଇଛି ।  ବିଭାଗ ତରଫରୁ ମଇଁଷି ର ମୃତ ଦେହ ଜବତ କରାଯାଇ ବ୍ୟବଛେଦ ପାଇଁ ବ୍ୟବସ୍ଥା କରାଯାଇଛି ।  ନିକଟସ୍ଥ ପହଣା ଗ୍ରାମର ଭାଗବତ ବେହେରା ନିଜର ମଇଁଷି ପଲକୁ ନେଇ ଜିରାଳ ରାସ୍ତାକଡ଼ ରେ ଚରାଉଥିଲେ । ଜିରାଳ ଗ୍ରାମର ପ୍ରାଥମିକ ବିଦ୍ୟାଳୟର ଅନତି ଦୂରରେ ଏକ ୧୧ କେଭି ସବଷ୍ଟେସନ ରହିଛି । ଏହି ସବଷ୍ଟେସନ ର କୌଣସି ବାଉଣ୍ଡରୀ ନାହିଁ । ମଇଁଷି ପଲ ସେଠାରେ ଚରୁଥିବାବେଳେ ସେହି ସବଷ୍ଟେସନ୍ ର ଏକ ତାର ଛିଣ୍ଡି ଏକ ମଇଁଷି ପିଠିରେ ଲାଗିଯାଇଥିଲା । ଫଳରେ ମଇଁଷି ଟି ସେହିଠାରେ ଛିଟିକି ପଡ଼ି ମୃତ୍ୟୁ ବରଣ କରିଥିଲା ।  ଏ ସମ୍ପର୍କରେ ମଇଁଷି ଚରାଉଥିବା ଭାଗବତ ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କରି ମଇଁଷି ର କ୍ଷତିପୂରଣ ପାଇବା ପାଇଁ ବିଦ୍ୟୁତ ବିଭାଗ ବିରୁଦ୍ଧରେ ପାଟକୁରା ଥାନାରେ ଏକ ଅଭିଯୋଗ କରିଛନ୍ତି ।  ଏବଂ ଗରଦପୁର ପ୍ରାଣି ଚିକିତ୍ସାଳୟକୁ ଜଣାଇଛନ୍ତି ।  ମୃତ ମଇଁଷି କୁ ଜବତ କରି ବ୍ୟବଛେଦ ବ୍ୟବସ୍ଥା କରାଯାଇଥିବା ଥାନା ଓ ପ୍ରାଣି ଚିକିତ୍ସା କେନ୍ଦ୍ରରୁ ସୂଚନା ମିଳିଛି ।  ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାସ – ହତ୍ୟାକାରୀ ଭାଉଜ ଗିରଫ

ଟାଙ୍ଗୀ,୧୫/୧୨/୨୦୧୯(ଓଡ଼ିଶା ସମାଚାର)- ବାଲୁଗାଁ ଥାନା ଗଙ୍ଗାନଗର ଅଂଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । …

Leave a Reply

Your email address will not be published. Required fields are marked *