Tuesday , January 28 2020
Breaking News
Home / ଶିକ୍ଷା / ବିଦ୍ୟାଳୟ ଓ ଗଣଶିକ୍ଷା ଶାସନ ସଚିବଙ୍କ ୩ ଦିନିଆକଟକ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଓ ସମୀକ୍ଷା ବୈଠକ

ବିଦ୍ୟାଳୟ ଓ ଗଣଶିକ୍ଷା ଶାସନ ସଚିବଙ୍କ ୩ ଦିନିଆକଟକ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଓ ସମୀକ୍ଷା ବୈଠକ

କଟକ, ୦୮/୧୨/୨୦୧୯(ଓଡ଼ିଶା ସମାଚାର)-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରକମିଶନର ତଥା ଶାସନ ସଚିବ ଏବଂକଟକ ଜିଲ୍ଲ ଉନ୍ନୟନ କାର୍ଯ୍ୟରନୋଡାଲ ଅଫିସର ଚିତ୍ରା ଅରୁମଗମ୩ ଦିନିଆ କଟକ ଜିଲ୍ଳା ଗସ୍ତରେ ଆସିଆଠଗଡ଼, ବଡ଼ମ୍ବା, ନରସିଂହପୁର,ବାଙ୍କି, ଡମପଡ଼ା ଆଦି ଅଂଚଳ ପରିଦର୍ଶନ କରି କଟକ ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟଗୁଡ଼ିକର ତଦାରଖ କରିିବା ସହ ପୂର୍ବାହ୍ଣରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ କରିଥିଲେ  ।ଜିଲ୍ଲାରେ ଚାଲିଥିବା ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହେବା ସହ ଜିଲ୍ଲାରେଖାଉଟି ସାମଗ୍ରୀ ବିତରଣ ତଥା ରେସନ କାର୍ଡ ଧାରୀଙ୍କ ସମ୍ପର୍କରେ ପଚାରି ବୁଝିଥିଲେ  । ନିର୍ମାଣ ଶ୍ରମିକକଲ୍ୟାଣ ଯୋଜନାରେ ଉପକୃତ ହେଉଥିବା ହିତାଧିକାରୀ ମାନଙ୍କ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ଠାରୁ ପଚାରି ବୁଝଇଥିଲେ  । ଏହି ସମୟରେ ଜିଲ୍ଲାରେ ୧ ଲକ୍ଷ ୨୩ହଜାର ହିତାଧିକାରୀ ଉପକୃତ ହୋଇଥିବା ସେ ଜାଣିବାକୁ ପାଇଥିଲେ  । ବିଦ୍ୟାଳୟ ମାନଙ୍କରେ ଚାଲିଥିବା ମଧ୍ୟାହ୍ନ ଭୋଜନ, ଭଙ୍ଗାତଥା ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟାଳୟ ଗୃହ, ପାନୀୟ ଜଳର ବ୍ୟବସ୍ଥା ଏବଂ ମିଶନ ଜିରୋ-ଏଫ୍ କାର୍ଯ୍ୟକାରିତା ସମ୍ପର୍କରେ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ସରକାରଙ୍କ ଦ୍ୱାରା ଇନ୍ଧନ ଗ୍ୟାସ ଯୋଗାଣ ସମ୍ବନ୍ଧରେ ସମୀକ୍ଷା ବୈଠକରେ କହିଥିଲେ  ।ଏତଦ୍ ବ୍ୟତୀତ ଉପକୃତ ହେଉଥିବା ମଧୁବାବୁ ପେନସନ ଯୋଜନାରେ ଏବଂ ମମତା ଯୋଜନାରେ ହିତାଧିକାରୀଙ୍କ ସମେତ ଗର୍ଭବତୀ ମହିଳାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ସମ୍ବନ୍ଧରେ ସମୀକ୍ଷା କରିବା ସହିତ ଆଦିବାସୀ ଛାତ୍ରବାସ ଅନ୍ତେବାସୀଙ୍କୁ ଯୋଗାଯାଉଥିବା ବିିଭିନ୍ନ ସୁବିଧା ସମ୍ବନ୍ଧରେ ଅବଗତ ହୋାଇଥିଲେ  ।ଏହି ସମୀକ୍ଷା ବୈଠକରେ ଶାସନସଚିବ ଜାଇକା କାର୍ଯ୍ୟ ଅଗ୍ରଗତି ଜାଣିବା ଓ ସ୍ଥିତି ପରଖିବା ଓ ସହ କାର୍ଯ୍ୟର ତଦାରଖ ନିମନ୍ତେ ଜାଇକା କାର୍ଯ୍ୟ ଚାଲୁଥିବା ବିିଭିନ୍ନ କ୍ଷେତ୍ର ଯଥା ପ୍ରଜାତନ୍ତ୍ର ଅଫିସ ସମ୍ମୁଖ,କନିକା ଛକ, ଲାଲାମଠ ଛକ,ଦେୱାନ ବଜାର, ରୋବର ଷ୍ଟ୍ରିଟ୍,ସତୀଚୌରା ଛକ, ଖ୍ରୀଷ୍ଟ ମହାବିଦ୍ୟାଳୟ ସମ୍ମୁଖ ଅଦି ଜାଗାଗୁଡ଼ିକ ପରିଦର୍ଶନ କରିଥିଲେ  । ଏହି ପରିପ୍ରେକ୍ଷୀରେ ସିଡିଏ ସ୍ଥିତ ବର୍ଜ୍ୟଜଳ ବିଶୋଧନାଗାରକୁ ମଧ୍ୟ ସଚିବ ବୁଲି ଦେଖିଥିଲେ ଓ ଏହାର ବୈଜ୍ଞାନିକ କାର୍ଯ୍ୟ ପ୍ରଣାଳୀ ସମ୍ବନ୍ଧରେ ପଚାରି ବୁଝିଥିଲେ  ।ଏଥିସହିତ ବୈଠକରେ ସଚିବ ଅରୁମଗମ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ସମ୍ବନ୍ଧରେ ମଧ୍ୟ ସମୀକ୍ଷା କରିଥିଲେ  । ଏହି ସମୀକ୍ଷା ବୈଠକରେ ଜିଲ୍ଲପାଳ ଭବାନୀଶଙ୍କର ଚୟନୀଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁଗ୍ମ ସଚିବ ରଘୁରମ ଆୟାର,ଅତିରିକ୍ତ ଜିଲ୍ଳାପାଳ ବିଜୟ କୁମରଖଣ୍ଡାୟତରାଜ, ଜାଇକାର ମୁଖ୍ୟଯନ୍ତ୍ରୀ ବସନ୍ତ ସେନାପତି ଏବଂ ପ୍ରକଳ୍ପ ନିର୍ଦ୍ଧେଶକ ବସନ୍ତ ପରିଡ଼ା,ପ୍ରକଳ୍ପ ଯନ୍ତ୍ରୀ ବିକ୍ରମ କେଶରୀ ମିଶ୍ରଙ୍କ ସମେତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ  । ଓଡ଼ିଶା ସମାଚାର

About admin

Check Also

ପୁରାତନ ଛାତ୍ର ସାଂସ୍କୃତିକ ସଂସଦ ବାର୍ଷିକ ଉତ୍ସବ ଓ ଇନ୍ଦୁପୁର ହାଇସ୍କୁଲର ପୁରସ୍କାର ବୀତରଣ ସମାରୋହ

 କେନ୍ଦ୍ରାପଡା, ୨୫/୦୧/୨୦୨୦(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ  ଇନ୍ଦୁପୁର ହାଇସ୍କୁଲର  ପୁରସ୍କାର ବୀତରଣ ସମାରୋହ ଓ ପୁରାତନ ଛାତ୍ର ସାଂସ୍କୃତିକ …

Leave a Reply

Your email address will not be published. Required fields are marked *