Tuesday , July 16 2019
Home / ଶିକ୍ଷା / ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀଙ୍କ ନିମନ୍ତେ ପେନ୍ସନ୍ ଅଦାଲତ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀଙ୍କ ନିମନ୍ତେ ପେନ୍ସନ୍ ଅଦାଲତ

ଜଗତସିଂହପୁର, ୧୧/୦୭/୨୦୧୯ (ଓଡ଼ିଶା ସମାଚାର/ ଲିଲନପ୍ରଭା ପାଢ଼ୀ)- ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ଠାରେ ଜଗତସିଂହପୁର ଜିଲ୍ଲା ଶିକ୍ଷା ବିଭାଗର ଅବସର ପ୍ରାପ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଅଣଶିକ୍ଷକ କର୍ମଚାରୀଙ୍କ ନିମନ୍ତେ ଏକ ପେନ୍ସନ୍ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ପେନ୍ସନ୍ ଅଦାଲତରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଲେ ଏହି ପେନ୍ସନ୍ ଅଦାଲତ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କ ପାଇଁ ଏକ ସୁଯୋଗ ଆଣିଦେଇଛି ।  ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ଅନୁଯାୟୀ  ପ୍ରଶାସନ ଲୋକାଭିମୁଖୀ ହୋଇଛି ।  ପୂର୍ବରୁ ଶିକ୍ଷକମାନେ ପେନ୍ସନ ପାଇବା ପାଇଁ ହଇରାଣ ହରକତ ହେଉଥିଲେ । ଆମ ଜିଲ୍ଲାରେ ଏହି ପେନ୍ସନ୍ ଅଦାଲତ ଆୟୋଜନ ହେଉଥିବାରୁ ସାଧାରଣ ପ୍ରଶାସନ ପେନ୍ସନ ଅଭିଯୋଗ ବିଭାଗ ଓ  କଂଟ୍ରୋଲର ଅଫ୍ ଆକାଉଂଟସ୍ ବିଭାଗକୁ ଭୁୟସୀ ପ୍ରଶଂସା କରିଥିଲେ । ଏହି ଅଦାଲତରେ ଯୋଗଦେଇ ସାଧାରଣ ପ୍ରଶାସନ ପେନ୍ସନ୍ ଅଭିଯୋଗ ବିଭାଗର ନିର୍ଦ୍ଦେଶକ  ସୁଧାଂଶୁ ଶେଖର ଭୁୟାଁ କହିଲେ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ଅମିମାସିଂତ ପେନ୍ସନ ୍ଓ ପେନ୍ସନ୍ ସମ୍ବନ୍ଧୀୟ ସୁବିଧା ଫଏସଲା ତ୍ୱରାନ୍ୱିତ କରିବା ପାଇଁ ଏହି ପେନ୍ସନ୍ ଅଦାଲତ ସହାୟକ ହୋଇପାରିବ । ଏହି ପେନ୍ସନ୍ ଅଦାଲତ ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ କଂଟ୍ରୋଲର ଅଫ୍ ଆକାଉଂଟସ୍ ବିଭାଗ ସହଯୋଗରେ ଅନୁଷ୍ଠିତ ହୋଇ ପେନ୍ସନ୍ ମଂଜୁର ଅଧିକାରୀ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସଚେତନ କରିବା ସହିତ ଜିଲ୍ଲାକୁ ଅମିମାଂସିତ ମୁକ୍ତ ପେନ୍ସନ୍ ଜିଲ୍ଲାରେ ପରିଣତ କରାଯାଇପାରିବ । ଏହି ପେନ୍ସନ୍ ଅଦାଲତରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ  ସଚିଦାନନ୍ଦ ସାହୁ କହିଲେ ଆଜିର ଅଦାଲତରେ ବାଲିକୁଦା,ବିରିଡି,ଜଗତସିଂହପୁର ଓ ରଘୁନାଥପୁର ବ୍ଲକ ପାଇଁ ଅନୁଷ୍ଠିତ ହେଉଥିବାବେଳେ ଜୁଲାଇ ୧୮ ତାରିଖରେ କୁଜଙ୍ଗ,ଏରସମା,ତିର୍ତୋଲ ଓ ନାଉଗାଁ ବ୍ଲକ ପାଇଁ ଅନୁଷ୍ଠିତ ହେବ । ଏହା ସରକାରଙ୍କ ଜନମଙ୍ଗଳ ଓ ସଚେତନତା କାର୍ଯ୍ୟକ୍ରମ । ଏହି ପେନ୍ସନ୍ ଅଦାଲତରେ ଯୋଗଦେଇ କଣ୍ଟ୍ରୋଲର ଆକାଉଂଟସ୍ ବିଭାଗର ଯୁଗ୍ମ କଂଟ୍ରୋଲର  ଦିଭାରାଣୀ ଡୋରା କହିଲେ ଏହି ପେନ୍ସନ୍ ଅଦାଲତ ଦ୍ୱାରା ପେନ୍ସନ୍ ମଂଜୁର ଅଧିକାରୀଙ୍କ ପାଖରେ ଅମିମାଂସିତ ରହିଥିବା ପେନ୍ସନ୍ ଓ ଗ୍ରାଚୁଇଟି କେସ୍ ଫଏସଲା କରାଯିବ । କଂଟ୍ରୋଲର ଆକାଉଂଟ୍ସ ଓ ସାଧାରଣ ପ୍ରଶାସନ ଓ ପେନ୍ସନ୍ ଅଭିଯୋଗ ବିଭାଗ ଅଧିକାରୀମାନେ ଅଧିକରୁ ଅଧିକ ପେନ୍ ସନ୍ କେଶ ଫଏସଲା ପାଇଁ ଗୁରୁତ୍ୱ ଦେବେ । ପେନ୍ସନ୍ ମଂଜୁର  ଅଧିକାରୀମାନେ ସେମାନଙ୍କ ବ୍ଲକର ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ପେନ୍ସନ୍ ମଂଜୁର ପାଇଁ ଅଧିକ ସକ୍ରିୟ,ଆନ୍ତରିକତା ଓ ଦୃଢତାର ସହିତ କାର୍ଯ୍ୟ କରିବା  ଆବଶ୍ୟକ । ଆଜିର ଅଦାଲତରେ ମୋଟ ୧୦୨ ଟି ପେନ୍ସନ୍ କେସ୍ ଯଥା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ୩୯ଟି,ଜଗତସିଂହପୁର ବ୍ଲକର ୧୭ଟି,ବିରିଡି ବ୍ଲକର ୨୨ଟି,ରଘୁନାଥପୁର ବ୍ଲକର ୧୬ଟି ଓ ବାଲିକୁଦା ବ୍ଲକର ୮ଟି କେସ୍ ବିଚାର କରାଯାଇଥିଲା । ସେଥି ମଧ୍ୟରୁ ୭୫ ଟି କେସ୍ ସଂଗେ ସଂଗେ ଫଏସଲା ହୋଇଥିଲା ।  ଏହି ପେନ୍ସନ୍ ଅଦାଲତରେ ଜିଲ୍ଲା ଶିକ୍ଷା ଅଧିକାରୀ  ପ୍ରତିଭା ମଂଜରୀ ଦାସ, ସାଧାରଣ ପ୍ରଶାସନ ଓ ପେନ୍ସନ୍ ଅଭିଯୋଗ ବିଭାଗର ସେକ୍ ସନ୍ ଅଫିସର  ପ୍ରଭାକର ଦାସ ଓ ଏ.ଏସ୍.ଓ ସନ୍ତୋଷ କୁମାର ମଲ୍ଲିକ, ପ୍ରକଳ୍ପ ସଂଯୋଜକ, ସର୍ବଶିକ୍ଷା ଅଭିଜାନ  ସପନ କୁମାର ଜେନା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ  କାମିନୀ ରଂଜନ ପଟ୍ଟନାୟକ, ଡେପୁଟୀ କଲେକ୍ଟର ସଂସ୍ଥା ଅରୁନ୍ଧତୀ ପଟ୍ଟନାୟକ, ଜିଲ୍ଲା ବିଜ୍ଞାନ ପରିଦର୍ଶକ  ସୁଭାଷ ଚନ୍ଦ୍ର ରାଉତ,ଶିକ୍ଷା ବିଭାଗର କର୍ମକର୍ତା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ହାଜିପୁର ହାଇସ୍କୁଲରେ ବନ ମହୋସôବ

ଏରସମା,୧୪/୦୭/୨୦୧୯ (ଓଡ଼ିଶା ସମାଚାର)- ଏରସମା ବ୍ଲକ ପଏଦା ପଂଚାୟତ ହାଜିପୁର ନୋଡାଲ ଉଚ୍ଚବିଦ୍ୟାଳୟରେ ବନ ମହୋସôବ ସପ୍ତାହ ପାଳିତ ହୋଇଛି …

Leave a Reply

Your email address will not be published. Required fields are marked *