Saturday , February 29 2020
Breaking News
Home / କ୍ରୀଡ଼ା / ବିଦ୍ୟାଳୟର ବାର୍ଷିକ କ୍ରୀଡା

ବିଦ୍ୟାଳୟର ବାର୍ଷିକ କ୍ରୀଡା

ଗରଦପୁର ୧୮/୦୧/୨୦୨୦ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ତିକନପୁର ପଂଚାୟତ ଅନ୍ତର୍ଗତ ଭଦକମଳ ଉ.ପ୍ରା. ବିଦ୍ୟାଳୟର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି ଚାଲିଥିବା କ୍ରୀଡା ଉତ୍ସବକୁ ପ୍ରଧାନଶିକ୍ଷୟତ୍ରୀ ରଞ୍ଜିତା ବିଶ୍ୱାଳ ଓ ପରିଚାଳନା କମିଟିର ସଭାପତି ସୁସାନ୍ତ କୁମାର ନାୟକ ଉଦ୍‌ଘାଟନ କରିଥିଲେ । ଛାତ୍ରଛାତ୍ରୀ ମାନେ ସେମାନଙ୍କର କ୍ରୀଡା କୌଶଳ ପ୍ରଦର୍ଶନ କରି ସାରିବା ପରେ ଉଦ୍‌୍‌ଯାପନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ତିକନପୁର ସରପଂଚ ଆରତୀ ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ବ୍ଲକ ସହ ଶିକ୍ଷାଧିକାରିଣୀ ଶ୍ରୀମତୀ ସୁଷମା ମଲ୍ଲିକ ପ୍ରମୁଖ ଯୋଗ ଦେଇ କ୍ରୀଡା ପିଲା ମାନଙ୍କର ଶାରିରୀକ ଓ ମାନସିକ ବିକାଶର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଶିକ୍ଷାଦାନ ସହ କ୍ରୀଡା ନିତାନ୍ତ ଉପଯୋଗୀ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସମ୍ମାନୀତ ଅତିଥି ରୂପେ ସାଧନକେନ୍ଦ୍ର ସଂଯୋଜକ କରୁଣାକର ସେଠୀ, ଅରୁଣ କୁମାର ଦାସ ପ୍ରମୁଖ ଯୋଗଦେଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କୃତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ଅମୀୟ ରଞ୍ଜନ ବାରିକ ସଂଯୋଜନା କରିଥିବା ବେଳେ ଶିକ୍ଷୟତ୍ରୀ ମିନତୀ ବେହେରା, ଅମିତା ସେନାପତି, ଗୁରୁଚରଣ ପାତ୍ର, ରଶ୍ମିତା ସେଠୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତି ବିଶ୍ୱାଳ ଧନ୍ୟବାଦ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା କଲେଜରେ ଜିଲ୍ଲା ସ୍ତରୀୟ ଅଧ୍ୟକ୍ଷ ସମ୍ମିଳନୀ ଓ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା ବୈଠକ

କେନ୍ଦ୍ରାପଡା ୨୭/୦୨/୨୦୨୦ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ  କଲେଜ ଅଧ୍ୟକ୍ଷମାନଙ୍କ ଏକ ସମ୍ମିଳନୀ …

Leave a Reply

Your email address will not be published. Required fields are marked *