Thursday , September 19 2019
Breaking News
Home / ସ୍ୱାସ୍ଥ୍ୟ / ବିଦ୍ୟାଳୟରେ ପହଂଚିଲା ଖୁସି – ଖରିଦ ରେ ସ୍ୱଚ୍ଛତା ଓ ମାନ ଉପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ବିଦ୍ୟାଳୟରେ ପହଂଚିଲା ଖୁସି – ଖରିଦ ରେ ସ୍ୱଚ୍ଛତା ଓ ମାନ ଉପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର,୦୮/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ବିଦ୍ୟାଳୟରେ ଛଅରୁ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ବାଳିକା ମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ‘ଖୁସି’ ଯୋଜନାରେ ସେମାନଙ୍କୁ ସାନିଟାରୀ ନାପକିନ ଯୋଗାଣ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବାବେଳେ ବଂଟନ ପାଇଁ ତାହା ଏବେ ବିଦ୍ୟାଳୟ ଗୁଡିକରେ ପହଂଚିଛି । ଖୁବଶୀଘ୍ର ଏହା ବାଳିକାମାନଙ୍କୁ ପ୍ରଦାନ କରାଯିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକରେ ଖୁସି ଯୋଜନାର ସମୀକ୍ଷା କରିଛନ୍ତି । ସମୀକ୍ଷାର ସୂଚନା ଅନୁଯାୟୀ ଏହି ଯୋଜନାରେ ବାଳିକାମାନଙ୍କୁ ପ୍ରତିମାସରେ ୧୮ଟି କରି ସାନିଟାରୀ ନାପକିନ ଯୋଗାଇ ଦିଆଯିବ । ୨୯,୫୫୭ଟି ବିଦ୍ୟାଳୟରେ ୧୬,୮୧,୬୯୦ଜଣ ବାଳିକାଙ୍କୁ ନାପକିନ ଯୋଗାଣର ଲକ୍ଷ୍ୟ ରହିଛି । ଓଡିଶା ମେଡିକାଲ କର୍ପୋରେସନ ପକ୍ଷରୁ ପ୍ରଥମ ତ୍ରୈମାସିକପାଇଁ ଗତ ଜାନୁୟାରୀ ମାସରେ ୯,୦୮.୧୮,୯୩୬ ପିସ ସାନିଟରୀ ନାପକିନ ଖରିଦ କରାଯାଇ ଥିବାବେଳେ ଏଗୁଡିକୁ ବ୍ଲକ ଓ ପୌରସଂସ୍ଥାର ୩୧୯ଟି ସ୍ଥାନରେ ଥିବା ଗୋଦାମରେ ପହଂଚାଯାଇ ପାରିଛି । ସେହିଭଳି ଦ୍ୱିତୀୟ ତ୍ରୈମାସିକ ପାଇଁ ୯,୧୬,୩୨,୫୪୬ ପିସ ନାପକିନ ଖରିଦ ପାଇଁ ବରାଦ ଦିଆଯାଇଛି ।

ଆଜି ସୁଦ୍ଧା ବ୍ରହ୍ମପୁର, ରାଉରକେଲା ମହାନଗର ନିଗମ ଓ ଜଗତସିଂହପୁରକୁ ବାଦ ଦେଲେ ଅନ୍ୟ ସମସ୍ତ ସ୍ଥାନରେ ଥିବା ଗୋଦାମରେ ଏହା ପହଂଚିଛି । ସେହିଭଳି ଏଠାରୁ ବିଦ୍ୟାଳୟ ଗୁଡିକୁ ନାପକିନ ପହଂଚ।।ଇବା କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ସୁବର୍ଣ୍ଣପୁର, ମାଲକାନଗିରି, ନୟାଗଡ, ନବରଙ୍ଗପୁର, ଝାରସୁଗୁଡା ଏବଂ କନ୍ଧମାଳ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ନାପକିନ ପହଂଚିଥିବା ସମୀକ୍ଷାରୁ ଜଣାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଖରିଦ ହୋଇଥିବା ନାପକିନ ମଧ୍ୟରୁ ଯୋଗାଣକାରୀମାନେ ଇତି ମଧ୍ୟରେ ବଲାଙ୍ଗିର, ବରଗଡ, କଟକ, ଗଞ୍ଜାମ, ଗଜପତି, ଯାଜପୁର, କଳାହାଣ୍ଡି, ରାୟଗଡା ଏବଂ ବ୍ରହ୍ମପୁର ମହାନଗର ନିଗମକୁ ଯୋଗାଣ ଆରମ୍ଭ କରିଛନ୍ତି । ବର୍ତମାନ ସୁଦ୍ଧା ଖୁସି ଯୋଜନାରେ ୨୨,୨୩,୮୯,୯୦୭ କୋଟି ଟଙ୍କା ବ୍ୟୟ ହୋଇସାରିଲାଣି । ଏହି ଯୋଜନାରେ ନାପକିନ ଖରିଦରେ ସ୍ୱଚ୍ଛତା ଅବଲମ୍ବନ ଏବଂ ଗୁଣାତ୍ମକ ମାନ ପ୍ରତି ଦୃଷ୍ଟି ଦେବା ସହିତ ଠିକଣା ଭାବେ ଏହାର ବିତରଣ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା, ରାଜ୍ୟ ମେଡିକାଲ ନିଗମର ଏମଡି ୟାମିନୀ ଷଡଙ୍ଗୀ ଓ ଅନ୍ୟ ପ୍ରମୁଖ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସୁପର ସ୍ପେଷାଲିଷ୍ଟ ଚିକିତ୍ସାଳୟ ଦାବିରେ ଏଏସଏସ୍ ପକ୍ଷରୁ ମାନବ ଶୃଙ୍ଖଳା ଘୋଷଣା

ପାରାଦ୍ୱୀପ,୧୬/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ନିକଟସ୍ଥ ଭୁତମୁଣ୍ଡାଇ ଠାରେ ସୁପର ସ୍ପେଷାଲିଷ୍ଟ ଚିକିତ୍ସାଳୟଦାବିରେ ଆଂଚଳିକ ସୁରକ୍ଷା ସମିତି (ଏଏସଏସ୍) ଆସନ୍ତା ଅକ୍ଟୋବର …

Leave a Reply

Your email address will not be published. Required fields are marked *