Wednesday , February 26 2020
Breaking News
Home / ଶିକ୍ଷା / ବିଦ୍ୟାଳୟକୁ ପୁରାତନ ଛାତ୍ରଙ୍କ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କଲେ

ବିଦ୍ୟାଳୟକୁ ପୁରାତନ ଛାତ୍ରଙ୍କ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କଲେ

ମାର୍ଶାଘାଇ, ୦୬/୧୧/୨୦୧୯(ଓଡ଼ିଶା ସମାଚାର)- ମାର୍ଶାଘାଇ ସରକାରୀ ଉଚ୍ଚବିଦ୍ୟାଳୟର ‘ମୋ ବିଦ୍ୟାଳୟ ’ ଯୋଜନାରେ ସ୍କୁଲ ର ବିକାଶ ନିମନ୍ତେ ପୁରାତନ ଛାତ୍ର ଏନ୍ଆଇଟିର ଅବସରପ୍ରାପ୍ତ ଅଧ୍ୟାପକ ଡ଼.କପିଳ ଚରଣ ବାରିକ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ମୋ’ବିଦ୍ୟାଳୟ ଯୋଜନାରେ ପୁରାତନ ଛାତ୍ରଙ୍କ ଅନୁଦାନ ରାଶିର ୨ଗୁଣ ଅର୍ଥ ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ଏହି ଅର୍ଥକୁ ମୋ’ ବିଦ୍ୟାଳୟ କମିଟି ଜମାଖାତାରେ ଜମାକରାଯାଇ ଜିଲାପାଳ ସମର୍ଥ ବର୍ମାଙ୍କୁ ଅବଗତ କରାଯାଇ ଦୁଇଗୁଣ ଅର୍ଥରାଶି ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି । ଏହି ଅର୍ଥରେ ବିଦ୍ୟାଳୟ ପାଇଁ ଆବଶ୍ୟକ ସାଇକେଲ୍ ଷ୍ଟାଣ୍ଡର ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ରହିଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦୈତାନନ୍ଦ ବରାଳ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପିଏନଏସ ର ବାର୍ଷିକ ଉତ୍ସବ :‘ଦେଶ ଓ ସମାଜ ଗଠନରେ ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ରହିଛି’

ଭୁବନେଶ୍ୱର ,୨୩/୦୨/୨୦୨୦ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲ୍ଲାର ଏକମାତ୍ର ପ୍ରାଇଭେଟ୍ ବୈଷୟିକ ଶିକ୍ଷାନୁଷ୍ଠାନ ‘ପିଏନଏସ୍ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ …

Leave a Reply

Your email address will not be published. Required fields are marked *