Friday , October 18 2019
Breaking News
Home / ସ୍ୱାସ୍ଥ୍ୟ / ବିଦେଶୀ ମେଡ଼ିକାଲ୍ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରିବ ସିବନ ହସ୍ପିଟାଲ୍

ବିଦେଶୀ ମେଡ଼ିକାଲ୍ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରିବ ସିବନ ହସ୍ପିଟାଲ୍

ଭୁବନେଶ୍ୱର ,୧୮/୦୯/୨୦୧୯(ଓଡ଼ିଶା ସମାଚାର)- ପଶ୍ଚିମ ବଙ୍ଗର ଏକ ବୃହତ ତଥା ସୁପରିଚିତ ହସ୍ପିଟାଲ୍ ଭାବେ ଜଣାଶୁଣା ସିବନ ହସ୍ପିଟାଲ୍ ଫରେନ୍ ମେଡିକାଲ୍ ଗ୍ରାଜୁଏଟ୍ସ ଏକଜାମିନେସନ୍ (ଏଫଏମଜିଇ) ତାଲିମ୍ ଅଧିବେଶନର ଆୟୋଜନ କରୁଛି, ଯେଉଁଥିରେ ଚାଇନା, ଋଷିଆ, କିର୍ଜୀସ୍ତାନ ଓ ବାଙ୍ଗଳାଦେଶ ପମୁଖ ଦେଶମାନଙ୍କ ମେଡ଼ିକାଲ୍ ଛାତ୍ରଛାତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବର୍ତମାନ ସିବନ ହସ୍ପିଟାଲ୍ ମେଡ଼ିକାଲ୍ ଶିକ୍ଷା, ପାରାମେଡ଼ିକାଲ୍ ତାଲିମ ଓ ନର୍ସିଂ କ୍ଷେତ୍ରରେ ଏକ ପ୍ରମୂଖ ଭୂମିକା ବହନ କରୁଛି ।ଏହି ହସ୍ପିଟାଲ୍ ଲିଙ୍କଲନ୍ ୟୁନିଭର୍ସିଟି କଲେଜ୍ (ଏଲ୍ୟୁସି), ମାଲେସିଆ ସହ ଡକ୍ଟର ଅଫ୍ ମେଡ଼ିସିନ୍ (ଏମ୍ଡି) ପାଠ୍ୟକ୍ରମ ନିମନ୍ତେ ସହବନ୍ଧିତା କରିଛି, ଯେଉଁ ପାଠ୍ୟକ୍ରମ ଭାରତରେ ଏମବିବିଏସ୍ ସହିତ ସମାନ ଅଟେ । ଏଥିରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପରୀକ୍ଷା, ଯେପରିକି- ଏଫଏମଜିଇ/ନେକଷ୍ଟ, ୟୁଏସଏମଏଲଇ, ପିଏଲଏବି ଆଦି ନିମନ୍ତେ ତାଲିମ ପ୍ରଦାନ କରାଯିବ । ଓଡ଼ିଶା ସମାଚାର

About admin

Check Also

ଅନ୍ଧତ୍ୱଦୂରୀକରଣ କାର୍ଯ୍ୟକ୍ରମର ସମୀକ୍ଷା : ଆଉ ୧୦ ଜିଲ୍ଲାରେ ଗଡିବ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା କେନ୍ଦ୍ର

ଭୁବନେଶ୍ୱର,୧୬/୧୦/୨୦୧୯ ( ଓଡ଼ିଶା ସମାଚାର)- ରାଜ୍ୟରୁ ଅନ୍ଧତ୍ୱ ଦୂରୀକରଣ ଲାଗି ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ଆଉ ୧୦ଟି ଜିଲ୍ଲାରେ …

Leave a Reply

Your email address will not be published. Required fields are marked *