Sunday , December 8 2019
Breaking News
Home / ନିର୍ବାଚନ / ବିଜୟ ମହାପାତ୍ରଙ୍କ ପ୍ରଚାର ପାଇଁ ବିଜେପି ନେତା ସମ୍ବିତ ପାତ୍ରଙ୍କ ରୋଡଶୋ

ବିଜୟ ମହାପାତ୍ରଙ୍କ ପ୍ରଚାର ପାଇଁ ବିଜେପି ନେତା ସମ୍ବିତ ପାତ୍ରଙ୍କ ରୋଡଶୋ

କେନ୍ଦ୍ରାପଡା ୧୭/୦୭/୨୦୧୯ (ଓଡ଼ିଶା ସମାଚାର)- ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳିର ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିବାକୁ ଆସି କେନ୍ଦ୍ରାପଡାରେ ପହଁଚିବା ପରେ ସୋମବାର ଅପରାହ୍ନରେ ବିଜେପି ନେତା ସମ୍ବିତ ପାତ୍ର ରୋଡଶୋ ମାଧ୍ୟମରେ ପ୍ରଚାର କରିଥିବା ଜଣାପଡିଛି । ଏହି ଉପଲକ୍ଷେ କେନ୍ଦ୍ରାପଡା କଲେଜଛକ ଠାରୁ ଏକ ଖୋଲା ଜିପରେ ବିଜେପି ନେତା ଶ୍ରୀ ପାତ୍ର ଉଦୟ ନଗର, ମିର୍ଜାପାଟଣା, ଠାକୁରହାଟ, ବାଲିପାଟଣା, ଛାଂଚୁଣିଆ ପ୍ରଭୃତି ଗ୍ରାମ ଓ   ବଜାରରେ ବିଜୟ ମହାପାତ୍ରଙ୍କ ନିମନ୍ତେ ନିର୍ବାଚନ ପ୍ରଚାର କରିଥିଲେ । ବିଜେପି ନେତା ଶ୍ରୀ ପାତ୍ରଙ୍କ ସହିତ ଦଳର ରାଜ୍ୟ ନେତୃତ୍ୱ କନକ ବର୍ଦ୍ଧନ ସିଂଦେଓ,ସମୀର ଦେ ପ୍ରମୁଖ ପ୍ରଚାର କରିଥିବା ବେଳେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ଲୋକମାନେ ଫୁଲତୋଡାଦେଇ ସ୍ୱାଗତ କରିଥରବାର ଦେଖାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ଧାରାରେ ସାମିଲ ହୋଇ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ଜିତାଇବା ପାଇଁ ଭୋଟଭିକ୍ଷା କରିଥିଲେ । ଏହି ରୋଡଶୋରେ ଜିଲ୍ଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ,ସରୋଜକାନ୍ତ ବିହାରୀ,ଯୁବନେତା ଦିଲ୍ଲିପ ଦାଶ,ରବିନ୍ଦ୍ର ବେହେରା,ଅଶୋକ ସାହୁ,ସେକ କରାମତ ବେଗ,ସରୋଜକାନ୍ତ  ନାୟକ ପ୍ରମୁଖ ଶତାଧିକ ଦଳୀୟକର୍ମୀ ଓ ସମର୍ଥକମାନେ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

ପୁରୀ ପୀଡିତାଙ୍କୁ ନ୍ୟାୟ ପାଇଁ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର,୦୫/୧୨/୨୦୧୯(ଓଡ଼ିଶା ସମାଚାର)- ଅଖିଳ ଭାରତୀୟ ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ପୁରୀ ଗଣଦୁଷ୍କର୍ମ …

Leave a Reply

Your email address will not be published. Required fields are marked *