Monday , December 16 2019
Breaking News
Home / ତାଜା ଖବର / ବିଜୟ କୁମାର ଶର୍ମାଙ୍କୁ ଡ଼ିଜିିପି ପଦବିରୁ ହଟାଇଲେ ରାଜ୍ୟ ସରକାର

ବିଜୟ କୁମାର ଶର୍ମାଙ୍କୁ ଡ଼ିଜିିପି ପଦବିରୁ ହଟାଇଲେ ରାଜ୍ୟ ସରକାର

ଭୁବନେଶ୍ୱର ,୨୦/୧୧/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ଆଜି ବିଳମ୍ବିତ ସନ୍ଧ୍ୟାରେ ଓଡ଼ିଶା ପୋଲିସ୍ ଡ଼ିଜି (ଡ଼ିଜିପି) ବିଜୟ କୁମାର ଶର୍ମାଙ୍କୁ ତାଙ୍କ ପଦବିରୁ ସରକାର ହଟାଇ ଦେଇ ତାଙ୍କ ସ୍ଥାନରେ ଡ଼େପୁଟେସନ୍ ରେ ଥିବା ଆଇପିଏସ ଅଫିସର ଅଭୟ ଙ୍କୁ ନୂଆ ଡ଼ିଜିପି ପଦରେ ନିଯୁକ୍ତି ଦିଆଯାଇଛି । କିନ୍ତୁ ତତକ୍ଷଣାତ ସତ୍ୟଜିତ ମହାନ୍ତିଙ୍କୁ ଡ଼ିଜିପି ଭାବେ ମଧ୍ୟବର୍ତିକାଳୀନ ଦାୟିତ୍ୱ ଦିଆଯାଇଛି ଓ ବିଜୟ କୁମାର ଶର୍ମାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଭୟ କୁମାର ଡ଼େପୁଟେସନ୍ ରୁ ଫେରିବା ପରେ ଡ଼ିଜିପି ଦାୟିତ୍ୱ ଗ୍ରହଣ କରିବେ । ସେହିପରି ସୁନୀଏ ରାୟ ଙ୍କୁ ହୋମଗାର୍ଡ଼ ଓ ଫାୟାର ସର୍ଭିସ ଡ଼ିଜି ଭାବରେ ନିଯୁକ୍ତି ଦିଆଯାଇଛି । ବିଜୟ କୁମାର ଶର୍ମାଙ୍କୁ ଗୃହ ବିଭାଗ ର ଓଏସଡ଼ି ଭାବେ ନିଯୁକ୍ତି ଦିଆଯାଇଛି ।
ମିଳିଥିବା ତାଜା ସୂଚନା ଅନୁସାରେ ହୋମଗାର୍ଡ଼ ଓ ଫାୟାର ସର୍ଭିସ ଡ଼ିଜି ଦାୟିତ୍ୱରେ ଥିବାବେଳେ ଫାୟାର ସାର୍ଟିଫିକେଟ ଦେବାରେ ଅନୀୟମିତତା ଥିବା ଅଭିଯୋଗ ହୋଇଥିଲା । ଏହି ଅନୀୟମିତତା ର ତଦନ୍ତ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟିରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଗୃହ ବିଭାଗ ସଚିବ ରହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାସ – ହତ୍ୟାକାରୀ ଭାଉଜ ଗିରଫ

ଟାଙ୍ଗୀ,୧୫/୧୨/୨୦୧୯(ଓଡ଼ିଶା ସମାଚାର)- ବାଲୁଗାଁ ଥାନା ଗଙ୍ଗାନଗର ଅଂଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । …

Leave a Reply

Your email address will not be published. Required fields are marked *