Sunday , December 8 2019
Breaking News
Home / ନିର୍ବାଚନ / ବିଜେପୁର ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଅଭିଯୋଗ – ବିଜେପି ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଲେ

ବିଜେପୁର ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଅଭିଯୋଗ – ବିଜେପି ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଲେ

ଭୁବନେଶ୍ୱର,୨୮/୦୯/୨୦୧୯ (ଓଡ଼ିଶା ସମାଚାର)- ବିଜେପୁର ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଅଭିଯୋଗ ହୋଇଛି । ନିର୍ବାଚନ ଜିତିବା ପାଇଁ ଶାସକ ବିଜେଡ଼ି ଦଳ ରକ୍ତ ମୁଖ୍ୟା ହୋଇଛି । ବିଜେପି କୁ ଭୟଭିତ କରି ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ କରୁଛି ବୋଲି ଅଭିଯୋଗ ହୋଇଛି । ଗତ କାଲି ବିଜେପି ର ଯୁବ ନେତା ମନୋରଂଜନ ମେହେରଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି । ଗତକାଲି ରାତିରେ ମନୋରଂଜନ ଙ୍କୁ ଛୁରାମାମାଡ଼ ହୋଇଛି । ଦୁଇ ଜଣ ବନ୍ଧୁଙ୍କ ସହିତ ମନୋରଂଜନ ଏକ ବାଇକ୍ ରେ ସୋହେଲା ରୁ ଘରକୁ ଫେରୁଥିବାବେଳେ ବିଜେପୁର ର କନାପାଲୀ ନିକଟରେ ତାଙ୍କ ଉପରେ ଦୁର୍ବୃତମାନେ ଭୁଜାଲି ମାଡ଼ କରିଥିଲେ । ଆହତ ମନୋରଂଜନକୁ ହସପିଟାଲ ରେ ଭର୍ତି କରାଯାଇଛି । ଗତ ନିର୍ବାଚନ ସମୟରେ ତାଙ୍କ ଘର ଉପରକୁ ଗୁଳିମାଡ଼ ହୋଇଥିଲା । ଏହି ଘଟଣାରେ ବିଜେପି ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରାଯାଇଛି । ବିଜେପି ର ଉପସଭାପତି ସମିର ମହାନ୍ତି ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରି ଏଥିରେ ବିଜେଡ଼ିର ହାତ ଥିବା କହିଛି । ବିଜେପି କର୍ମୀଙ୍କୁ ଭୟଭିତ କରି ବିଜେପୁର ଉପ ନିର୍ବାଚନ ଜିଣିବା ପାଇଁ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ଇଙ୍ଗିତରେ ବିଜେଡ଼ି ଏଭଳି ଷଡ଼ଯନ୍ତ୍ର କରିଛି ବୋଲି ଅଭିଯୋଗ କରି ତୁରନ୍ତ ଅପରାଧୀଙ୍କୁ ଗିରଫ କରିବା ସହିତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ବିଜେପି ଦାବି କରିଛି । ଏହି ପ୍ରତିନିଧି ଦଳରେ ରାଜ୍ୟ ସମ୍ପାଦକ କାଳିନ୍ଦୀ ସାମଲ ,ସତ୍ୟ ପଣ୍ଡା, ହିତେଶ ମହାପାତ୍ର ଓ ଠାକୁର ରଂଜିତ ଦାସ ପ୍ରମୁଖ ସାମିଲ ଥିଲେ । ଓଡ଼ିଶା ସମାଚାର

About admin

Check Also

   ଜିଲ୍ଲା କଂଗ୍ରେସର ସାଂଗଠନିକ ବୈଠକ – ତୃଣମୂଳ ସ୍ତରରୁ କଂଗ୍ରେସ ସଂଗଠନକୁ ମଜବୁତ କରିବା ପାଇଁ ଆହ୍ୱାନ

ଜଗତସିଂହପୁର,୦୬/୧୨/୨୦୧୯(ଓଡ଼ିଶା ସମାଚାର/ଲିଲନପ୍ରଭା ପାଢ଼ୀ)-ଜଗତସିଂହପୁର ଜିଲ୍ଲା କଂଗ୍ରେସର ଏକ ସାଙ୍ଗଠନିକ ବୈଠକ ସ୍ଥାନୀୟ ସ୍ୱର୍ଣ୍ଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । …

Leave a Reply

Your email address will not be published. Required fields are marked *