Saturday , November 16 2019
Breaking News
Home / ରାଜନୀତି / ବିଜେପି ଆନ୍ଦୋଳନକୁ ଫିକା ପକାଇଲା ବୁଲବୁଲ୍ – ବାତ୍ୟା ଭୟ ଯୋଗୁଁ ଆଠ ଦିନର ଆନ୍ଦୋଳନ ପ୍ରତ୍ୟାହୃତ

ବିଜେପି ଆନ୍ଦୋଳନକୁ ଫିକା ପକାଇଲା ବୁଲବୁଲ୍ – ବାତ୍ୟା ଭୟ ଯୋଗୁଁ ଆଠ ଦିନର ଆନ୍ଦୋଳନ ପ୍ରତ୍ୟାହୃତ

ପାରାଦ୍ୱୀପ ୦୮/୧୧/୨୦୧୯(ଓଡ଼ିଶା ସମାଚାର)-ପାରାଦ୍ୱୀପ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ପାରାଦ୍ୱୀପ ବିଜେପି ଦଳ ପକ୍ଷରୁ ପାରାଦ୍ୱୀପ ବିଜେପି ନେତା ସମ୍ପଦ ସ୍ୱାଇଁ ଓ ବିଭୁ ପ୍ରସାଦ ତରାଇଙ୍କ ନେତୃତ୍ୱରେ ଗତ ନଭେମ୍ବର ୧ତାରିଖରୁ ଦୀର୍ଘ ୮ଦିନ ଧରି ପାରାଦ୍ୱୀପ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ଏବଂ ବିଜେପିର ଦାବି ଥିଲା, ଯେପର୍ଯ୍ୟନ୍ତ ଜିଲ୍ଲାପାଳ ତଥା କଳିଙ୍ଗ ବାଲିଯାତ୍ରା ଅଧ୍ୟକ୍ଷ ଆନ୍ଦୋଳନ ସ୍ଥଳକୁ ଆସି ସେମାନଙ୍କର ଅଭିଯୋଗ ଦାବିପତ୍ର ଗ୍ରହଣ ନ କରିଛନ୍ତି, ସେପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ । କିନ୍ତୁ ଦୀର୍ଘ ୮ଦିନ ପର୍ଯ୍ୟନ୍ତ ଜିଲ୍ଲାପାଳ ସେମାନଙ୍କ ପାଖରେ ପହଂଚିଲେନି ଏବଂ ଆନ୍ଦୋଳନ ଚାଲୁରହିଥିଲା । ତେବେ ଏତେଦିନ ଆନ୍ଦୋଳନ ଚାଲୁ ରହିବା ପରେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଧୈର୍ଯ୍ୟଚୁ୍ୟତି ଘଟିଥିଲା । ଏହାପରେ ସେମାନେ ଆନ୍ଦୋଳନ ସହ ପୌରାଂଚଳର ବିଭିନ୍ନ ୱାର୍ଡରେ ବାଲିଯାତ୍ରା ଓ ପୌରପାଳିକାରେ ଘଟୁଥିବା ମହାଦୁର୍ନିତୀ ଅଭିଯୋଗ ସହ ପଥପ୍ରାନ୍ତ ସଭା କରି ଆନ୍ଦୋଳନର ୮ମ ଦିନ ଅର୍ଥାତ ଶୁକ୍ରବାର ଦିନ ଆଇନ୍ ଅମାନ୍ୟ ଆନ୍ଦୋଳନ କରି ପୌର କାର୍ଯ୍ୟାଳୟରେ ତାଲା ପକାଇବାର ଘୋଷଣା କରିଥିଲେ । ତେବେ ବିଜେପି ନେତା ଓ କର୍ମୀ ମଧ୍ୟରେ ସେତେବେଳେ ନିରାସ ଭାବସୃଷ୍ଟି ହୋଇଥିଲା, ଯେତେବେଳେ ବୁଲବୁଲ୍ ବାତ୍ୟା ପ୍ରଭାବରେ ପବନ ଓ ବର୍ଷାର ପ୍ରକୋପ ବଢ଼ିଥିଲା । ଏହି ସମୟରେ ଜିଲ୍ଲାପାଳ ସରକାରଙ୍କ ନିର୍ଦ୍ଧେଶରେ ପାରାଦ୍ୱୀପର ସମୁଦ୍ର ନିକଟସ୍ଥ ଷଣ୍ଡକୁଦ ବସ୍ତିରେ ଆସନ୍ନ ବାତ୍ୟା ପ୍ରସ୍ତୁତି କାର୍ଯ୍ୟରେ ବ୍ୟସ୍ତ ଥିଲେ । ଶେଷରେ ଶୁକ୍ରବାର ସଂନ୍ଧ୍ୟାରେ ସ୍ଥାନୀୟ ସର୍କିଟ୍ ହାଉସ ଠାରେ ବିଜେପି ନେତାମାନେ ଜିଲ୍ଲାପାଳଙ୍କୁ ଭେଟି ତାଙ୍କ ଅଭିଯୋଗ ବାବଦରେ ଅବଗତ କରାଇ ଏକ ଦାବିପତ୍ର ପ୍ରଦାନ କରି ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ । ତେବେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହେବାପରେ ପ୍ରଶାସନ, ବାଲିଯାତ୍ରା କମିଟି ଓ ସାଧାରଣରେ ଆସ୍ୱସ୍ତି ପ୍ରକାଶ ପାଇଥିଲା । ଅନ୍ୟପକ୍ଷରେ ବିଜେପିର ଏହି ଆନ୍ଦୋଳନ ମହାଦୁର୍ନିତି ନୁହେଁ, ଆଗାମୀ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଥିବାର ବିଜେଡି ଅଭିଯୋଗ ହୋଇଛି । ବିଜେପି ଯଦି ପ୍ରକୃତରେ ଜନସାଧାରଣ ଙ୍କ ଉନ୍ନତି ଚାହୁଁଥାନ୍ତି ତେବେ ସ୍ଥାନୀୟ ଅଂଚଳ ବିକାଶ, ବେକାରୀ ସମସ୍ୟା ଓ ନିଯୁକ୍ତି ଏବଂ ଉକôଟ ପରିବେଶ ପ୍ରଦୂଷଣ ରୋକିବା ଦିଗରେ ପଦକ୍ଷେପ ଓ ଆନ୍ଦୋଳନ କରିବା ଉଚିତ ଓ ଏଥିରେ ଦଳମତ ନିର୍ବିଶେଷରେ ସମସ୍ତେ ସହଯୋଗ କରିବା ସହିତ ଏହା ଲୋକାଦୃତ ହୋଇପାରିବ ବୋଲି ସ୍ଥାନୀୟ ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି । ତେବେ ଏହି ବାତ୍ୟା ବୁଲବୁଲ୍ ବିଜେଡି ଓ ପ୍ରଶାସନ ପାଇଁ ପୁଷମାସ ହୋଇଥିବା ବେଳେ ବିଜେପି ପାଇଁ ସର୍ବନାଶ ହେଲା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଓଡ଼ିଶା ସମାଚାର

About admin

Check Also

୫ଟି ଜିଲ୍ଲାର ବିଜୁ ଯୁବ ବାହିନୀ ସ୍ୱେଚ୍ଛାସେବୀଙ୍କୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷଙ୍କ ଆହ୍ୱାନ

‘ବାତ୍ୟା ପୂର୍ବ ଓ ପରବର୍ତୀ ସ୍ଥିତିରେ ଜିଲ୍ଲା ପ୍ରଶାସନ ସହଯୋଗରେ ଲୋକଙ୍କ ସହାୟତା କର’ ଭୁବନେଶ୍ୱର ,୦୯/୧୧/୨୦୧୯(ଓଡ଼ିଶା ସମାଚାର)- ଘୂର୍ଣ୍ଣି …

Leave a Reply

Your email address will not be published. Required fields are marked *